ଆତ୍ମ ସମ୍ମାନ

ହିତାକାଂକ୍ଷୀ ପାଖେ
ସହିଯିବା ଭଲ
ନ୍ୟାୟ ସ୍ଥାନେ କହୁଥିବା,
ମୂର୍ଖଙ୍କ ପାଖରେ
ଇଜ୍ଜତ ବଞ୍ଚାଇ
ନିଶ୍ଚୟ ଚୁପ୍ ରହିବା।
ସ୍ଥାନ କାଳ ପତ୍ର ଦେଖି,
ସହିବା କହିବା
ଚୁପ ହୋଇଯିବା
ସମ୍ମାନକୁ ଜଗି ରଖି।

ଇଛା ନ ଥିଲେ ବି
ସହିବାକୁ ହୁଏ
ଅନେକ କିଛି ଯନ୍ତ୍ରଣା,
କହିବାକୁ ବାଧ୍ୟ
କରେ ପରିସ୍ଥିତି
ମାନେନାହି କଟକଣା,
ଚୁପ ରହିବାକୁ ହୁଏ,
ଯେଉଁଠି କଥାକୁ
ଗୁରୁତ୍ୱ ମିଳେନା
ଓଠ ଆପେ ବନ୍ଦ ହୁଏ।

ଆପଣା ଜନ ଠୁଁ
କଷଣ ମିଳିଲେ
କାହାକୁ କହିବ କିଏ,
ସହିବା କହିବା
ଚୁପ ହୋଇଯିବା
ଏକା ସାଙ୍ଗେ ହୋଇଥାଏ,
ବଞ୍ଚିବାକୁ ବାଧ୍ୟ ହେଉ,
ଆତ୍ମ ସମ୍ମାନକୁ
ଜଗି ଏ ମଣିଷ
ଭାବେ ଯାହା ହୋଇଯାଉ।

ବିନୟ_କୁମାର_ମିଶ୍ର_ମଲ୍ଲୀପୁର_ନିଆଳ_ଖୋର୍ଦ୍ଧା

Leave a Reply