ଆମେ ଯାହା ଚାହୁଁ
ସେଭଳି ସମୟ
ପରିସ୍ଥିତି ହୁଏନାହିଁ,
କର୍ମଫଳ ସହ
ଚରିତ୍ର ଯେମିତି
ସେପରି ବଦଳୁଥାଇ।
ଯେତେବେଳେ ନୁହେଁ
ସବୁବେଳେ ଏହି
ସ୍ଥିତି ବିପରୀତ ହୁଏ,
ମନ ଚାହୁଁଥିବା
ଫଳ କେବେହେଲେ
ସମାନ ହୋଇ ନ ଥାଏ।
କୋଟିପତି ପଛେ
ହୋଇଥାଉ କିଏ
ବଥକୁ ଅର୍ଥ ନ ପାଏ,
ଛତରଖିଆଟେ
ଭଙ୍ଗା କୁଡ଼ିଆରେ
ନିହାଲରେ ଶୋଇଥାଏ।
ସ୍ଵଭାଵ ପ୍ରଭାବ
ଅଭାବ ଭାବଟି
କାମେ ନ ଆସେ କାଳକୁ,
ଆପଣାର ପର
ପର ଆପଣାର
ପରିସ୍ଥିତି ବିଚାରକୁ।
ସ୍ଵଭାବ ସମ୍ପର୍କ
କାମରେ ସର୍ବଦା
ସ୍ୱାର୍ଥ ସାଙ୍ଗେ ବନ୍ଧା ଥାଏ,
ସହିବା କହିବା
ନିରବ ରହିବା
ପରିସ୍ଥିତି ଆଣି ଦିଏ।
ବିନୟ_କୁମାର_ମିଶ୍ର_ମଲ୍ଲୀପୁର_ନିଆଳ_ଖୋର୍ଦ୍ଧା
