ମନ ଇଛା ଦୁଇ
ଅଲଗା ଅଲଗା
ମନ ଥିଲେ ଇଛା ନାହିଁ,
ମନ ସଦା ବଶ
ଇନ୍ଦ୍ରିୟରେ ହୁଏ
ଇଛା ପରିସ୍ଥିତି ନେଇ,
ମନ ଇଛା ଯିଏ କରେ,
ବିପଦ ତା ପିଛା
କେବେ ଛାଡେନାହିଁ
ଜିଇ ଥାଉ ଥାଉ ମରେ।
ଏଣୁ ଏ ମଣିଷ
ଜୀବନରେ ଯଦି
କେବେ କିଛି ଇଛା କରେ,
ପରିସ୍ଥିତି ନିଶ୍ଚେ
ବାଧ୍ୟ କରୁଥାଏ
ମନ ନ ଥାଏ ତହିଁରେ,
ଅନେକ ପ୍ରକାର ଇଛା,
ପୁରଣ ନ ହେବା
ଦେଖା ଯାଇଥାଏ
ଯେ ଇଛା ଥାଏ ତେରେଚ୍ଛା।
ଭାଗ୍ୟ ଅଟେ ନିଜ
କର୍ମ ଲେଖନୀରେ
କର୍ମ ଫଳ ଯା ଲେଖିଛୁ,
ମିଛେ ଦୋଷ ଲଦି
ଭାଗ୍ୟ ଭଗବାନ
ନିନ୍ଦା କରି ଆସୁଅଛୁ,
ନିଜକୁ ନିର୍ଦୋଷ କରି,
ବାହାନା ଖୋଜୁଛୁ
ଯନ୍ତ୍ରଣା କଷ୍ଟରୁ
କେମିତି ହୋଇବୁ ପାରି।
ବୈକୁଣ୍ଠ ଭୁବନ
ଚିନ୍ତାର ଚଟାଣ
ଯହିଁ ଚିନ୍ତାମଣି ବାସ,
ଇଛାମୟ ସେହି
ଏକ ମାତ୍ର କର୍ତ୍ତା
ଇଛା ଯାହାଙ୍କର ଦାସ,
ଥୋପ ଗିଳିବାକୁ ଦେଇ,
ମୂର୍ଖ ମଣିଷକୁ
ପରୀକ୍ଷା କରନ୍ତି
ଇଛାର ଘୋଡ଼ିଆ ହୋଇ।
ଗିଳିବା ବେଳେ ସେ
ଘୋଡ଼ିଆ ନାଚଇ
ଗିଳିଦେଲେ ବୁଡି ଯାଏ,
ତଣ୍ଟିରେ କଣ୍ଟାଟି
ଲାଗିଲେ ଘୋଡ଼ିଆ
ମାଛକୁ ହିଁ ଦେଖାଯାଏ,
ନିନ୍ଦା ଭଗବାନଙ୍କର,
ଯେଉଁ ଇଛା କେବେ
ପୁରଣ ନ ହେବ
ସେପରି କାହିଁକି କର?
ବିନୟ କୁମାର ମିଶ୍ର
ମଲ୍ଲୀପୁର ନିଆଳ
ଖୋର୍ଦ୍ଧା
