ତୁମେ ଯେତେ ଭରିଲ ମୋ ପାତ୍ରେ —
ସେତିହିଁ ମୋର ହକ।
ଅଧିକ ମାଗିବାର ଇଚ୍ଛା
ଆଉ ମୋର ନାହିଁ।
କାହିଁକିନା ଯାହା ଦେଲ,
ସେତେ ଶିଖିଲି ମୁଁ,
ଯାହା ନଦେଲ—
ସେତେ ଭୁଲିବା ଶିଖିଲି ମୁଁ।
ଏବେ ମୋ ହାତ ଖାଲି ହେଲେ ମଧ୍ୟ,
ମନ ଭରିଛି ଅନୁଭବରେ।
ଯେତେ ସ୍ଵପ୍ନ ମୋର ହାରିଗଲା
ସେସବୁ ମୋ ଆତ୍ମାର ଆଲୋକ।
ତେଣୁ ମୁଁ ଆଉ ମାଗିବି ନାହିଁ କିଛି,
କେବଳ ଧନ୍ୟବାଦ ଦେଇ କହିବି —
ତୁମେ ଯେତେ ଭରିଲ,
ସେତିକି ହିଁ ମୋର ପରିପୂର୍ଣ୍ଣତା
ସେତିକି ହିଁ ମୋର ଆଶୀର୍ବାଦ।
ସବୁ ଯନ୍ତ୍ରଣା,ବଞ୍ଚିବା ଶିଖାଇଲା
ସବୁ ହାରିବା ଜିତିବା ଶିଖାଇଲା
ଯାହା ମିଳିଲା -ମୋର ଉପହାର
ଯାହା ନମିଳିଲା -ମୋର ଅଭିଜ୍ଞତା
ସବୁ ଅପୂର୍ଣ୍ଣତା ଭରିଗଲା ସ୍ମୁତିରେ
ଯେତିକି ହସ ଦେଲ ମନରେ
ସେତିକି ମୋର ଶାଶ୍ୱତ ଦିନ
ମୋ ଜୀବନ ପାତ୍ର ଯେତିକି ଭରିଲ
ସେତିକି ମୋର ପୁର୍ଣ୍ଣତା
ସେଇ ମୋର ଜୀବନ ଗୀତ।
ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
9439011063
