ଆଶା

ଜୀବନରେ ଥିଲେ
ଜଞ୍ଜାଳ ଭିତରେ
ଛନ୍ଦିହୁଏ ଏ ମଣିଷ,
ନିଜେ ସେ ନିଜକୁ
ସମୟ ଦେବାକୁ
ପାଏ ନାହିଁ ଅବକାଶ,
ମାୟା ମୋହ ଲାଗିଥାଏ,
ଆଶକ୍ତି ଛାଡ଼ିବା
ଭାରି ଅସହଜ
ମନ ଯହିଁ ଲାଗିଯାଏ।

ଯେତେବେଳେ ଲାଗେ
ସମୟ ମିଳିଛି ଭାବିବି
ଏବେ ମୋ କଥା,
ସେତେବେଳେ ପରା
ଅସକତ ଭାବ
ଆସେ ଶରୀର ଜଡ଼ତା,
ଦାନ୍ତ ଥିଲେ ଚଣା ନାହିଁ,
ନାକ ଥିଲେ ପୁଣି
ଧନ ପାଶେ ନାହିଁ
ଗୁଣାଟେ କିଣିବା ପାଇଁ।

ସମୟ ମିଳିଲେ
ସେହି ସମୟକୁ
ଯିଏ ଉପଭୋଗ କରେ,
ସୌଭାଗ୍ୟ ତାହାର
ଦୁଃଖ ଦୁନିଆରେ
ସୁଖ ଆପଣେଇ ପାରେ,
ଚେଷ୍ଟା ଜାରି ରହିଥାଉ,
ଆଶାରେ ମଣିଷ
ବଞ୍ଚିବାର ମୋହେ
ଜୀବନ ବିତାଉ ଥାଉ।

ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply