ଜାଣେନାହିଁ

ଜାଣେନାହିଁ କେବେ କେଉଁଦିନ ମୋର ଜୀବନ
ଦୀପ ଲିଭିବ,
ତୁମ ଦରଶନ
ବିନା ଏ ଜୀବନେ ସଞ୍ଜ କେବେ ନଇଁ ଯିବ। (0)

ଜାଣେ ନାହିଁ ମନ୍ତ୍ର
ଜଣେ ନାହିଁ ତନ୍ତ୍ର
ସେବା ଧର୍ମ ଉପଚାର ,
ତୁମେ ସବୁ ଜାଣ
ଆହେ ମହାବାହୁ
ମୁହିଁ ଦୀନ ହୀନ ଛାର,
ଜୀବନ ଆରମ୍ଭ ତୁମରି ଦୟାରେ କେତେବେଳେ ସରିଯିବ। (1)
ଜାଣେନାହିଁ କେବେ……

ଧରି ଭାଗ୍ଯ ଡୋରି ଅଦୃଶ୍ଯରେ ଥାଇ
କରମକୁ ପରଖୁଛ,
ନୀରବ ଦର୍ଶକ ପରି ଭଲମନ୍ଦ ଧର୍ମ କର୍ମ
ଜାଣୁଅଛ,
ସମୟ ଆସିଲେ
ଆହେ ବିଚାରକ
ଫଳ ମୋତେ ଦେଉଥିବ। (2)
ଜାଣେନାହିଁ କେବେ…..

ସେହି ବିଚାରକୁ
ମୁଣ୍ଡରେ ଧରି ମୁଁ
କୋକେଇରେ ହେବି ବନ୍ଧା,
ଜାଣି ନାହିଁ କେବେ ଜୀବନେ ଆସିବ
ସରିବ ସଂସାର ବାଧା। (3)
ଜାଣେନାହିଁ କେବେ…….

ସବୁକରି ତୁମେ
କରାଉଛ ବସି
ତୁମ ବିନା କେହି ନୁହେଁ, ଜଗତଜନଙ୍କ ମଙ୍ଗଳ କରୁଛ ଜଗତର ନାଥ ସିଏ,
ଆହେ ମହାବାହୁ
ଜୟ ଜଗନ୍ନାଥ
ଡାକୁ ଡାକୁ ଯାଉ ଜୀବ।(4)
ଜାଣେନାହିଁ କେବେ…..

ବିନୟ କୁମାର ମିଶ୍ର,
ମଲ୍ଲୀପୁର, ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply