ଭାରି ମନେପଡେ… ଅତୀତର ସେଇ ମୂହୁର୍ତ୍ତ ମାନ, ପୁଣି ଆମ ପରାବର୍ତ୍ତ ହୃଦୟର ଅବ୍ୟକ୍ତ ସ୍ପନ୍ଦନ..॥ ତୁମେ କିନ୍ତୁ ଏଡେଇ ଚାଲିଥିଲ ପରମାର୍ଥ ତତ୍ଵଜ୍ଞ ମାନଙ୍କ ଉପହାସକୁ, ଆଉ ସମ୍ପର୍କର ସୂତାଖିଅରେ ଛନ୍ଦି ହୋଇ ଉଡି ଯାଉଥିଲେ ଆମେ ପରାର୍ଦ୍ଧ ଗଗନକୁ… ॥ କିନ୍ତୁ ସେଦିନ ହାତଠାରି କହୁଥିଲା ଜହ୍ନ ତା’ ଦେହେ ବି ଅଛି କଳଙ୍କର ଚିହ୍ନ, ଏ ସମାଜର ଅନାତ୍ମତ୍ଵ ଜ୍ଵଳନରେ ଜଳିଯିବା ପୂର୍ବରୁ ବାଟଭାଙ୍ଗି ଚାଲିଯାଅ ଜୀଇଁବାକୁ ତୁମ ଦୁର୍ଲଭ ଜୀବନ… ॥
ନୀରବ ନିଶ୍ଚଳ ତପସ୍ଵୀ ଭଳି ଏକାଲୟରେ ଚାହିଁ ରହିଛି ଶଙ୍କର ସେଇ ସୁଦୀର୍ଘ ଜୀରା ଜଳପ୍ରପାତର ନୀଳ ଜଳରାଶିକୁ । ଆଙ୍ଗୁଳି ଦେଖେଇ ମନେ ମନେ କଣ ସବୁ ଠାବ କରିବାକୁ ଚେଷ୍ଟା କରୁଛି କିଛି ବୁଝି ହେଉନି । ବେଳେ ବେଳେ ଠିଆ ହୋଇ ପଡୁଛି… ପୁଣି ବସି ପଡୁଛି, ଆଉ ଆଖିର ଲୁହ ଗୁଡାକ ପୋଛି ପକାଉଛି । ସମସ୍ତେ କୁହନ୍ତି ଶଙ୍କର ଟା ଗୋଟେ ପାଗଳ । କିନ୍ତୁ ସେ ପାଗଳ ନୁହେଁ … Continue reading “ଅଫେରା ସ୍ମୃତି”
