ମିଛ ଦୁନିଆରେ
ମଣିଷ ଅଭାବ
ଲୋକ ଅନେକ ମିଳିବେ,
ସନ୍ଦେହ ସବୁରି
ହୃଦୟ ଆବୁରି
ବିଶ୍ୱାସ କିଏ କରିବେ,
ସନ୍ଦେହ ସହ ବିଶ୍ୱାସ,
ବିପରୀତ ଭାବ
ଯେମିତି ହୁଅଇ
ପୁନେଇଁ ସାଙ୍ଗେ ଉଆଁସ।
ବିଶ୍ୱାସ ରଖିବା
ଭାଙ୍ଗିବା ଏ ସବୁ ଲୋକମାନେ କରିଥାନ୍ତି,
ମଣିଷ କରେନା
ଅମଣିଷ କାମ ପଶୁମାନେ କରି ଥାନ୍ତି,
ଅବୁଝାମଣା ହୋଇଲେ,
ସୁନାର ସଂସାର
ପୋଡି ଜଳି ଯାଏ ଅବିଶ୍ୱାସ ଆସିଗଲେ।
ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା
