ସମ୍ପର୍କର ମୁଲ
କିଏ ବା ବୁଝିଛି
ସ୍ୱାର୍ଥରେ ସମସ୍ତେ ବନ୍ଧା,
ବିନା ସ୍ଵାର୍ଥେ ଯେଉଁ
ସମ୍ପର୍କ ସଂସାରେ
ଲାଗୁଚି ଗୋଲକ ଧନ୍ଦା।
ଦିଆନିଆ ଭାବ
ପ୍ରତ୍ୟାଶା ନ ଥାଇ
ସମ୍ପର୍କ ଅଛି କେଉଁଠି,
କର୍ତ୍ତବ୍ୟ ତାଡ଼ନା
ସମାଜ ବନ୍ଧନ
ସମସ୍ତେ ଖଟନ୍ତି ବେଠି।
କେହି ବୁଝନ୍ତିନି
ସମ୍ପର୍କ ଭିତରେ
ଆତ୍ମୀୟତା କାର କେତେ,
ନଈ ପାର ହେଲେ
ନାଉରୀ ଅଚିହ୍ନା
ଘଟ ମୁଲେ ଦେଇ ନାତେ।
ମଣିଷ ଭିତରେ
ସମ୍ପର୍କର ମୂଲ
ବୁଝିବା ମଗଜ ନାହିଁ,
ପ୍ରତ୍ୟାଖ୍ୟାନ ପ୍ରତାରଣା ସବୁଠାରେ ଅବୁଝା ଅଦେଖା ହୋଇ।
ସମ୍ପର୍କ ରଖିବା
ଇଛା ଯାର ଅଛି
କରୁଥାଅ ନିଜ ଗୁଣେ,
ମୁଲ ତାର ସିନା
ମଣିଷ ଦିଏନି
ଭଗବାନ ସବୁ ଜାଣେ।
ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା
