ସମ୍ପର୍କ

ବିନା ସ୍ୱାର୍ଥରେ କି
ସମ୍ପର୍କ କେଉଁଠି
ଜଗତ ଭିତରେ କାହିଁ,
କେଉଁଠାରେ କିଏ
କା ଯୋଡ଼ିଛି କହ
କାହା ସାଙ୍ଗେ ଯାଇ?

ହସିବା କାନ୍ଦିବା
ଆବେଗ ମନର
କେହି ନୋହେଁ କାହା ପାଇଁ,
ଲୋକଙ୍କ କଥାକୁ
ଗୁରୁତ୍ୱ ଯେ ଦେଇ
ଚଳେ ସେ କଥାକୁ ନେଇ।

ଯେଉଁ ଲୋକମାନେ
ଆଜି କହୁଥାନ୍ତି
ତୁମେ ଭଲ ସବୁଠାରୁ,
ସେଇ ଲୋକମାନେ କାଲିକି କହନ୍ତି ତୁମେ ଜଣେ ଗୋତ୍ର ମାରୁ।

ଏ କଥା ଶୁଣିକି
ଯେଉଁ ଲୋକ ଏହି ସମାଜରେ ଚାଲୁଥାଇ,
ଜୀବନରେ ଦୁଃଖ
ଯନ୍ତ୍ରଣା ଭୋଗୀ ସେ ନିଜେ ନିଜେ ଜଳୁଥାଇ।

କେବେ ଯାହା ସାଙ୍ଗେ ସମ୍ପର୍କ ଆସଇ ପୂର୍ବ ନିର୍ଦ୍ଧାରିତ ତାହା,
ଯେବେ ଯୋଡ଼ି ହୁଏ ପରିସ୍ଥିତି ବଳେ
ବଂଚେଇ ରଖିବ ତାହା।

ଏ ବିଶାଳ ମିଛ
ସଂସାର ଭିତରେ
କିଏ କାହାକୁ ଚିହ୍ନଇ,
ସମ୍ପର୍କ ଏମିତି
ସ୍ବର୍ଗୀୟ ସମ୍ବନ୍ଧ
ଜୀବନେ ଯାହା ଆସଇ।

ଯେଉଁ ସମ୍ପର୍କରେ ପରସ୍ପର ପ୍ରତି
ସନ୍ଦେହ ଘୃଣା ନ ଥାଏ,
ସେହି ସମ୍ପର୍କରେ
ହସ କାନ୍ଦ ସ୍ନେହ
ପ୍ରେମ ପ୍ରୀତି ଭାବ ରହେ।

ଯଦି ଆସେ ମନେ ସମ୍ପର୍କରେ ଅଛି
ଉଦ୍ଦେଶ୍ୟ ଅଲଗା କିଛି,
ଅଳ୍ପକେ ଦୁରେଇ
ରହିବା ଉଚିତ
ନିଜ ବାଟ ନିଜେ ବାଛି।

ଉପଦେଶ ଦେବା
ସହଜ ଅନେକ ନି
ଜେ ଯେଉଁପରି ହେବ,
ଅନ୍ୟଠାରୁ ତାର ଫେରନ୍ତା ପ୍ରଭାବ
ଶହେ ଗୁଣେ ପାଉଥିବ।

ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply