ଇଛା

ଇଛା ଥାଇ ଯଦି ପ୍ରାଣ ଯାଏ ଚାଲି ମରଣ ଅଟେ ତା ନାମ,
ପ୍ରାଣ ଥାଇ ଯଦି ଇଛା ଯାଏ ଚାଲି ମୁକ୍ତି ମିଳେ ସ୍ୱର୍ଗ ଧାମ,
କାମନାର ମୂଳେ ଦୁଃଖ,
ଆକାଶ କୁସୁମ ସମାନ ଅଟଇ ବୋଲୁଥାଉ ଯାରେ ସୁଖ ।।୧

ଆକାଶ କଇଁଆ ଚିଲିକାର ମାଛ ବେଶର କରିବା ପାଇଁ,
ଅଳିକ ସୁଖର ପଛେ ପଛେ ଯିଏ ଯାଉଥାଏ ନିତି ଧାଇଁ,
ଦୁଃଖ ତା ପଛରେ ଧାଏଁ,
ସୁଖ ପାଇଁ ସ୍ୱାର୍ଥ ସାଧନେ ନିମଗ୍ନ ନିତି ଜୀଇ ମରୁଥାଏ।।୨

କିଏ ସେ ଦେଖିଚି ସୁଖକୁ କହ ତ କେଉଁପରି ତାର ରୂପ,
ସୁଖ ବୋଲି ଯାହା ଭାବୁଛି ମଣିଷ ଦୁଃଖର ସେ ବଡ଼ ବାପ,
ଇଚ୍ଛାକୁ ଦିଏ ଯେ ମାରି,
ସଂସାରେ ତାହାର କେଉଁଠାରେ ଅବା ରହିଛି ତାର ବଇରୀ।।୩

ବୃଥା ଭାବନାକୁ ଅଜସ୍ର କଳ୍ପନା ମୂଳେ ଥାଏ କାଳ ଫାଶ,
ନିରାନନ୍ଦ ସଦା ସଦାନନ୍ଦ ଆତ୍ମା ନ ହୁଏ କେବେ ସନ୍ତୋଷ,
ଆଶା ବୈତରଣୀ ନଈ,
କେବେ ସୁଅ କେବେ ଭଉଁରୀ ଅତଡ଼ା କେବେ ଯାଏ କୁଳ ଖାଇ।।୪

ମିଛ ଦୁନିଆରେ ସତ କାହିଁ କହ ଯୁଆଡେ ଦେଖିବ ମିଛ,
ସତ କହି ସତ ପଥେ ଚାଲୁଥିଲେ ସଭିଏଁ ଭାବନ୍ତି ତୁଛ,
ସତ ସଦା ବେଳେ ସତ,
କାମନା ରହିତ ପ୍ରାଣ ଯା ଜଗତେ ସେ କରେ ସଂସାର ହିତ।।୫

ବିନୟ କୁମାର ମିଶ୍ର
ମଲ୍ଲିପୁର ଗଡ଼ ନିଆଳ,
ଖୋର୍ଦ୍ଧା

Leave a Reply