ନୀରବତାର କଥା

ନିବୁଜ କୋଠରୀର ନୀରବତା ରେ
ଖୋଜୁଥିଲି ତୁମକୁ ହୃଦୟ ଭିତରେ
ବୁକୁ ରେ ତୁମ ମଥା ରଖି
ଶୋଇବାର ଅଦମ୍ୟ ଇଚ୍ଛାକୁ
ମନରେ ରଖିଥିଲି ସାଇତି
କେତେ ଦିନ କେତେ ରାତି
ବାହୁ ବନ୍ଧନରେ ତୁମ
ପାଇ ଥିଲି ଆତ୍ମ ସନ୍ତୋଷ
ସେ ଲାଗି ଜୀବନରେ
କରିବିନି କେବେ ଅବଶୋଷ
ପାଇ ନ ପାଇବାର ଭାବନାକୁ
ନ ପାଇ ବି ପାଇ ଗଲି
ସେ ସୁଖରେ ଜନ୍ମ ଜନ୍ମର
ଦୁଃଖ କୁ ତ ଭୁଲିଗଲି ..
ଯେବେ ତୁମେ ମଥାରେ
ଦେଇଥିଲ ସ୍ନେହର ସ୍ପର୍ଶ
ମନେ ମୋ ଭରିଗଲା
ସାରା ସଂସାରର ଆନନ୍ଦ ଓ ହର୍ଷ
ତୁମ ପ୍ରେମକୁ କରି ପୁଞ୍ଜି
ମିଠା ମିଠା ସପନରେ ଗଲି ଯେ ହଜି
ସବୁ ଦିନ ଲାଗି ସାଜିଛି
ତୁମ ହୃଦୟର ରାଣୀ
ଅଜାଡ଼ି ଦେବି ସ୍ନେହ, ପ୍ରେମ
ସବୁ କିଛି ମନ ତୁମ ଜାଣି ..

Leave a Reply