ଅମରୀ ଫୁଲ

ହଜି ଯାଉଥିବା ଲୋକକଳା, ସଂସ୍କୃତି, ଗ୍ରାମ୍ୟ ସଂସ୍କୃତି ସବୁର ପୁନଃଉଦ୍ଧାର ପାଇଁ କିଛି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଉଦ୍ୟମ ଏବେ ବହୁ ମାତ୍ରାରେ ଆରମ୍ଭ ହେଉଅଛି ।ତନ୍ମଧ୍ୟରୁ ଯାହା ବିଶ୍ୱବାପି ଆଦୃତ ହେବାକୁ ଲାଗିଛି ତାହେଲା ଯୋଗ ଓ ଧ୍ୟାନ। ପୃଥିବୀର ଅଧିକାଂଶ ସ୍ଥାନମାନଙ୍କରେ ଯୋଗ ଓ ଧ୍ୟାନ ଶିବିର ଖୋଲାଯାଇ ସାମୟିକ ଓ ସୀମିତ ସମୟ ଭିତରେ ସଭିଙ୍କୁ ଏ ବିଷୟରେ ଅବଗତ କରାଯାଉଛି। ଯାହା ଦେଖାଯାଉଛି ଅଧିକାଂଶ ଲୋକମାନଙ୍କର ଏଥିପ୍ରତି ଅହେତୁକ ଉସ୍ଛାହ ବଢିବାକୁ ଲାଗୁଚି ।

ଆଜି ଆଲୋଚନର ବିଷୟବସ୍ତୁ ଧ୍ୟାନ ଉପରେ ପର୍ଯ୍ୟବେଷିତ କରିବା । ଧ୍ୟାନ କଣ? ଏହାଏକ ବ୍ୟାପକ ଅର୍ଥ । କିନ୍ତୁ ଏହା ବ୍ୟାପକ ଅର୍ଥ ନୁହେଁ । ଏହା କେବଳ ଗୋଟିଏ ଅର୍ଥ । ଯେଉଁମାନେ ଧ୍ୟାନକୁ ବ୍ୟବସାୟୀକରଣ କରୁଛନ୍ତି ସେଇମାନେ ଧ୍ୟାନର ବ୍ୟାପକ ଅର୍ଥ କରୁଛନ୍ତି। ଆଶ୍ଚର୍ଯ୍ୟ କଥା ସେମାନେ ନା ଧ୍ୟାନର ଅର୍ଥ ବୁଝୁଛନ୍ତି ନା ଧ୍ୟାନ କରୁଛନ୍ତି। ତାଙ୍କମାନଙ୍କ ପାଇଁ ଧ୍ୟାନ ଗୋଟିଏ ମନୋରଞ୍ଜନ ମାଧ୍ୟମ। ଶ୍ରୀମା ଙ୍କୁ ପଚରାଗଲା ମା ଧ୍ୟାନ ମାନେ କଣ?
ମା ଙ୍କ ଉତ୍ତର –ସବୁସମୟରେ ଭଗବାନଙ୍କ ଉପସ୍ଥିତିକୁ ଅନୁଭବ କରିବା ହେଉଛି ପ୍ରକୃତ ଧ୍ୟାନ। ସଦାବେଳେ ଆମର ଏକାଗ୍ରତା କେଉଁଠି ଅଛି? ଯଦି ଏକାଗ୍ରତା ଭଗବାନଙ୍କ ପାଖରେ ଅଛି ତେବେ ତୁମେ ଯାହା କରୁଚ ତା ହିଁ ଧ୍ୟାନ। ମା ଲେଖିଛନ୍ତି work is the best form of meditation. କାରଣ ତୁମେ କାମ କଲାବେଳେ ଯଦି ମା ଙ୍କୁ ମନେପକାଇ କାମ କରୁଚ ତେବେ ସେଇ ହିଁ ଧ୍ୟାନ। ଆମର center point ହେଉଛନ୍ତି ଭଗବାନ। ଯଦି center point connect ହୋଇ ଯାହାବି କରୁଚ ତାହା ହିଁ ଧ୍ୟାନ ମା ଲେଖିଛନ୍ତି। ଏହାଛଡା ଅନ୍ୟମାନେ ଯେଉଁ ଧ୍ୟାନ କରୁଛନ୍ତି ତାହା ତାଙ୍କ ପାଇଁ ହୁଏତ ଠିକ ହୋଇପାରେ। ସେମାନଙ୍କର ଏଇ ଧ୍ୟାନ ଶିବିର ପାଇଁ ଯେତେବି arrangements ହେଉନା କାହିଁକି ସେ କଣ ଧ୍ୟାନ ଶିଖିଲେ। ଧ୍ୟାନ ତ କରିବେ ଭଗବାନଙ୍କୁ ସେଥିପାଇଁ ଧ୍ୟାନ ଶିବିରର କଣ ଆବଶ୍ୟକ? ପଚାରିବେ ସମସ୍ତଙ୍କୁ ଧ୍ୟାନ ତାଙ୍କ ହୃଦୟକୁ ଛୁଇଁଚି କି? ଏଭଳି ଧ୍ୟାନ ଶିବିର ଲୋକମାନଙ୍କୁ ସାମୟିକ diversion ପାଇଁ ଠିକ ଅଛି। ସେଥିରେ ଧ୍ୟାନର ଅସଲ ରୂପ ସାଧିତ ହୋଇପାରିବନି। ଆପଣ ଦେଖିବେ ସେମାନେ ଘରକୁ ଫେରିବା ପରେ ତାଙ୍କର କୌଣସି ପରିବର୍ତ୍ତନ ହେବ ନାହିଁ। ଯୋଉମାନେ ଯୋଉ line ରେ ଥାନ୍ତି ତାହାକୁ ଠିକ ଭାବି ଅନ୍ୟକୁ ଦୁର୍ଭାଗ୍ୟ ଭିତରେ ଅଛନ୍ତି କୁହନ୍ତି। ପ୍ରକୃତରେ ଧ୍ୟାନ କଣ? ଶବରୀ ଯେଉଁଭାବେ ଶ୍ରୀରାମଙ୍କୁ ଅପେକ୍ଷା କରି ଯେପରି ବଞ୍ଚିଥିଲା ସେଇଟା ହିଁ ଅସଲ ଧ୍ୟାନ। ସହଜରେ ଯଦି ଧ୍ୟାନ କଣ ପଚାରିବା ତେବେ ଏହା ହିଁ ଧ୍ୟାନର ସହଜ ଓ ସରଳ ଅର୍ଥ ।

-ଏପରି ଅବସ୍ଥାରେ ଜୀବନ ବିତାଇବା କଣ ଆମ ପକ୍ଷେ ସମ୍ଭବ?

-ନା ସେକଥା ଭାବନ୍ତୁ ନାହିଁ ।

ଯିଏ ଯୋଉ ଅବସ୍ଥାରେ ଥାନ୍ତୁନା କାହିଁକି ସେ ସେଇ ଅବସ୍ଥାରେ କରୁଥିବା କାମ ଭିତରେ ହିଁ ଭଗବାନଙ୍କ ଚିନ୍ତା କରୁଥିବେ ତେବେ ତାଠୁ ବଡ଼ ଧ୍ୟାନ କିଛି ନାହିଁ। ଯେପରି ଗୁଣ୍ଡୁଚି ମୂଷା ତା ଅବସ୍ଥାରେ, ମାଙ୍କଡ଼ମାନେ ସେମାନଙ୍କ ଅବସ୍ଥାରେ ହନୁମାନ ତାଙ୍କ ଅବସ୍ଥାରେ ଚେଷ୍ଟା କରିବେ। କେତେ ହବ କେତେ ନହବ ତା ଭଗବାନଙ୍କ କାମ। ଆମେ ଆମ ଦ୍ୱାରା କେତେ ଚେଷ୍ଟା କରିହବ ତା ହିଁ କରିବା। ଗୁଣ୍ଡୁଚି ମୂଷା ତା ଦ୍ୱାରା ଯେତିକି ହବ ଚେଷ୍ଟା କଲା ନା ନାହିଁ। ଅନ୍ୟମାନେ ଧ୍ୟାନକୁ ଯାହା ବୁଝିଛନ୍ତି ତା ବି ସେମାନେ ଠିକ ଭାବେ କରିପାରୁନାହାନ୍ତି। ସେମାନଙ୍କ ଭିତରେ 90% କେବଳ ଠକାମୀ ହିଁ କରୁଛନ୍ତି। ଜଣେ ଯେତେବେଳେ ଧ୍ୟାନ କରୁଛି ଓ କରିବ ସେ ପ୍ରକୃତରେ ଧ୍ୟାନ ନକରି ଅନ୍ୟମାନେ କିପରି ଧ୍ୟାନର ଉପଯୋଗୀତା ପାଇ ପାରୁଛନ୍ତି ତା ବିଷୟରେ ଅଧିକ ଜାଣିବାପାଇଁ ବ୍ୟସ୍ତ ହୋଇ ନିଜର ଅପାରଗତାକୁ ଦେଖି ବ୍ୟସ୍ତ ହୋଇପଡିବ। ଅନ୍ୟମାନଙ୍କର ଧ୍ୟାନ ହୋଇପାରୁଛି ଶୁଣି ଅନ୍ୟପ୍ରତି ଇର୍ଷାଳୁ ମନୋଭାବ ଜାଗ୍ରତ କରିବ।ସେତେବେଳେ ତାର ଅହଂକାର ହିଁ କାମ କରେ। ଯେଉଁମାନେ ଏପରି ଧ୍ୟାନ କରୁଛନ୍ତି ସେମାନେ ପ୍ରାୟେ ଅଧିକାଂଶ ଏକ illusion ଭିତରେ ରୁହନ୍ତି। କାରଣ ତାଙ୍କ ଭିତରେ କିଛି ନାହିଁ କି ଅନୁଭବ ବି କିଛି ନାହିଁ। ତେଣୁ ସେମାନେ ନିଜ ଅହଂକାରରେ ଏମିତି ସବୁ କହିବେ। ଯେଉଁଠି ମନ କେବଳ ଶ୍ରୀରାମଙ୍କ ଉପରେ ଥିବ ସେଠି ଆପଣ ଯାହାବି କରିବେ ତା ହିଁ ଧ୍ୟାନ। ଶବରୀ ଫୁଲ ସଜାଡୁ ଥିବ କୋଳି ଆଣୁଥିବ ତାକୁ ଖାଇ ମିଠା କୋଳିକୁ ରଖୁଥିବ ସବୁ ସେଇ ଧ୍ୟାନରେ ହିଁ କରୁଥିବ। ଏହା ଛଡା ଅନ୍ୟ ସବୁ ଧ୍ୟାନକୁ କେବଳ କୁହାଯିବ mass illusion. ଆପଣ ଦେଖିବେ ଯେତେବେଳେ ଆପଣ ଗୋଟେ ବିରାଟ ଗ୍ରୁପରେ ରହିବେ ସେତେବେଳେ ମୁଁ କଣ analysis କରୁଛି, ଏତେ ଲୋକ କହୁଛନ୍ତି ମାନେ ଠିକ ହୋଇଥିବ। ଏପରି ଏକ ମିଥ୍ୟା ଭିତରେ ସମସ୍ତେ ପଶି ଯାନ୍ତି, ଯେତେବେଳେ ପଶି ଯାନ୍ତି ସେତେବେଳେ ତାଙ୍କର ଅନୁଭବ ନଥିଲେ ସୁଦ୍ଧା ସେମାନେ କହିବା ଆରମ୍ଭ କରିଦିଅନ୍ତି ହଁ ହଁ ବଢିଆ ହୋଇଛି ବୋଲି କୁହନ୍ତି। ମା ସେଥିପାଇଁ କହିଛନ୍ତି ତୁମେ ଯେତେବେଳେ ଗ୍ରୁପ ଭିତରେ ରହିବ ବହୁତ ସାବଧାନରେ ହିଁ ରହିବାକୁ ପଡିବ। କାରଣ ନିଜର originality ଚାଲିଯିବ। ଯେତେବଡ଼ ସମାରୋହ ଥିବ ସେତେ originality ଚାଲିଯିବାର ସମ୍ଭାବନା ଥିବ ।

ତୁମେ କବଳ illusion ରେ ଭାସିବ. ତୁମେ ଯାହା ବୁଝିଥିବ ତାକୁ ସତ୍ୟ ବୋଲି ପ୍ରମାଣିତ କରିବାକୁ ଯାଇ ଆହୁରି ଅଧିକ ଭୁଲ କରି ବସିବ। ଅନ୍ୟମାନେ ଧ୍ୟାନ ବିଷୟରେ ଯାହା କହୁଛନ୍ତି ତା ନିଜେ ସେମାନେ କରି ପାରୁନାହାନ୍ତି। ଯେ ନିଜେ କରିପାରୁନାହାନ୍ତି ସେ କଣ ଅନ୍ୟକୁ କହିବେ। ମା ଙ୍କୁ ପଚରା ଯାଇଛି ଯେ best form of meditation କଣ? ମା କହିଲେ ତୁମେ ଯେତେବେଳେ ଭଗବାନଙ୍କୁ ନେଇ କଳ୍ପନାରେ ଅଛ ସେଇଟା ହିଁ best form of meditation. ଏବେ ଆପଣ ଏ ଗପକୁ ପଢୁଛନ୍ତି ତେବେ ଆପଣ ଓ ଗପ ମଝିରେ ଭଗବାନ ଅଛନ୍ତି। ଏହା ହିଁ meditation. ଏବେ ଧ୍ୟାନ ଶିବିରରେ ଗୋଟେ ଛଳନା ଚାଲିଛି। ସଚେତନ ଭାବରେ ହେଉ ବା ଅଚେତନ ଭାବରେ ଗୋଟେ ଛଳନା ଚାଲିଛି।ଦୁଇ ପ୍ରକାରର ଲୋକ ଅଛନ୍ତି କିଛି ଜାଣିକି ସେ ଛଳନା ଗାତରେ ପଡିଛନ୍ତି କିଛି ନଜାଣି ପଡିଛନ୍ତି। ଶୁଣିବାରେ ଯାହା ସହଜ କରିବାରେ ତାହା ସହଜ ନୁହେଁ। କୃତଜ୍ଞତାରେ ଅସମ୍ଭବ କାମ ସମ୍ଭବ ହୋଇପାରିବ। ଏ ପର୍ଯ୍ୟନ୍ତ ମଣିଷ ଚେତନାରେ କୃତଜ୍ଞତା ସ୍ଥାନ ପାଇ ପାରିନାହିଁ।କାରଣ ଅହଂକାର ସଦାବେଳେ ନିଜେ ଆମ କୃତଜ୍ଞତାକୁ ନେଇଯାଏ। ଭଗବାନଙ୍କ ପାଖରେ କୃତଜ୍ଞତା ହେବାପାଇଁ ସୁଯୋଗ ଦିଏନା। ଆମେ ବି ଭଗବାନଙ୍କ ପାଖରେ କୃତଜ୍ଞତା ଜଣାଇବାକୁ ଇଛା କରୁନା। କୃତଜ୍ଞତାର ଫୁଲ ଅମରୀ ଫୁଲ। ଯାହା ଆମ ବଗିଚାରେ ବାଡ଼ ଭିତରକୁ ଆସିନି। ବାଡ଼ ବାହାରେ ହିଁ ସେ ଆଜି ପର୍ଯ୍ୟନ୍ତ ଅଛି।
କୃତଜ୍ଞତା ଭିତରେ ବଞ୍ଚିବାଟା ହିଁ ଧ୍ୟାନ।

ବିରଞ୍ଚି ନାରାୟଣ ମିଶ୍ର, ଭୁବନେଶ୍ୱର
Contact – 9439011064

Leave a Reply