କାତ

ଜୀବନଟା ସାରା
ଦୁଃଖର ପସରା
ସୁଖ କେଉଁଠାରେ ନାହିଁ,
ମନରେ ରହିଛି
ସୁଖର ଭଣ୍ଡାର
କେହି ଵି ଖୋଜନ୍ତି ନାହିଁ,
ଯିଏ ଖୋଜି ପାଇଗଲା,
ଜୀବନରେ ସିଏ
ସୁଖୀ ମଣିଷଟେ
ଭଲେ ମନ୍ଦେ ଖୁସୀ ହେଲା।

ଆନନ୍ଦ କେବଳ
ଶାନ୍ତ ମନେ ଯିଏ
ବିଭୁ ପଦ ଆଶ୍ରା କରେ,
ଆର୍ଥିକ ସ୍ଥିତି ତା
ମାନସିକ ଭାବ
ବଦଳାଇ ଦେଇ ପାରେ,
ମନ ଯହିଁ ବୁଝିଯାଏ,
ଆନନ୍ଦ ସେଇଠି
କିଛି କ୍ଷଣ ପାଇଁ
ରହିକରି ଚାଲିଯାଏ।

ସତ୍ୟ ଶାନ୍ତି ଦୟା
କ୍ଷମା ଭାବ ଭକ୍ତି
ଶ୍ରଦ୍ଧା ସହିତ ବିଶ୍ୱାସ,
ସତ୍ୟ ତ୍ରେତା ପୁଣି
ଯେ ଦ୍ୱାପର କଳି
ଜୀବନ ହୁଅଇ ଶେଷ,
ଚୌରାଶି ଆଙ୍ଗୁଳ ଦେହ,
ହର ଗୁଣ ଫେଡ଼
ମିଶାଇ ପାରିଲେ
ତୁଟି ଯିବ ଏହି ମୋହ।

ଆଠକୁ ହରିଲେ
ଚାରି ସହିତ
ଦୁଇ ଆସେ ଫଳ ତାର,
ଆତ୍ମା ପରମାତ୍ମା
ରହି ଖେଳୁଛନ୍ତି
ଏହି ଅନିତ୍ୟ ଶରୀର,
ଆଠରେ ଚାରି ଗୁଣିଲେ,
ବତିଶୀ ଅକ୍ଷର
ମହାମନ୍ତ୍ର ପରା
ତରିବ ଜପି ପାରିଲେ।

ଆଠରୁ ଚାରି
ଫେଡ଼ିଲେ ରହିବ
ସଂଖ୍ୟା ଫଳ ସଦା ଚାରି ,
ଆଖି ସତ୍ୟ ନାକ
ତ୍ରେତା ପାଟି ଅଟେ ଦ୍ୱାପର ଯେ କାନ କଳି,
ଆନନ୍ଦ ବ୍ୟସନ ଯେତେ,
କର୍ମଫଳ ନେଇ
ଜୀବନ ନଉକା
ବାହିବ କର୍ମର କାତେ ।

ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply