ନୃତ୍ୟର ଦୀପ୍ତି

ନାଚହେ ମୋର ପ୍ରିୟପ୍ରିୟାମାନେ
ମଞ୍ଚ ହେବ ଧନ୍ୟ ତୁମ ସ୍ପର୍ଶରେ
ପାଦରେ ଲୟ, ହୃଦୟରେ ସ୍ନେହ
ଜଗତକୁ ଦେଖା ତୁମର ରଙ୍ଗ
ଭୟକୁ ଦୂରେ ଛାଡ଼,
ଆତ୍ମବିଶ୍ୱାସରେ ମୁହଁ ତୁମ ହସୁ
ପ୍ରତ୍ୟେକ ତାଳେ ନୂତନ ସ୍ପର୍ଶ,
ପ୍ରତ୍ୟେକ ଭାବରେ ଆଲୋକ ଝରୁ
ତାଳରେ ମିଳୁ ସାହସ
ଲୟରେ ହେଉ ସଂକଳ୍ପ
ମନରେ ଯାହା ଭରିଥାଏ
ସେଇଟା ହିଁ ହେଉ ସର୍ବଶ୍ରେଷ୍ଠ ଉପହାର
ଜିତିବା କି ହାରିବା
ସେଡ଼େ ବଡ଼ କଥା ନୁହେଁ
କିନ୍ତୁ ନିଜର ସ୍ବପ୍ନକୁ
ଦେବା ପକ୍ଷୀର ଡେଣା
ସେଇଟା ହିଁ ସତ୍ୟ ସଫଳତା
ଆଜିର ମଞ୍ଚ ହେବ
ତୁମର ଆତ୍ମବିଶ୍ୱାସର ଦୀପ
ନାଚହେ ମୋର ପ୍ରିୟ ଶିଷ୍ୟ ଶିଷ୍ୟା
ସମସ୍ତଙ୍କ ହୃଦୟରେ
ପ୍ରଭୁଙ୍କ କଳାର ଆଲୋକ ଜଳା
*******
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063

Leave a Reply