ଯାହା ଦେଇଥିବ
ତାହାଠୁ ଅଧିକ
ଫେରି ପାଇବାର ସଂସାର ଇଏ,
କୃତଘ୍ନ ଦିଏନା
ସ୍ୱାର୍ଥୀ ଫେରାଏନା
ସଂସ୍କାରୀ ମଣିଷ ଫେରାଇ ଦିଏ।
ଯାରେ ଦେଇଥିବ
ସିଏ ଫେରାଇବ
କେବଳ ଏକଥା ଯେବେ ଭାବିବ,
ଦେବାକୁ ଜୀବନେ
ଆଉ କେଉଁ ଜନେ
ମନରୁ ଭାବନା ଦୁରେଇ ଯିବ।
ଯାହାକୁ ଯା ଦେବ
ସିଏ ନେଇଯିବ
ଆଉ କିଏ ଆସି ତୁମକୁ ଦେବ,
ନେଇଯିବା ଲୋକ
ଆଉ ଦିନେ ଆସି
ତୁମ ଦାଣ୍ଡେ ବସି ଗାଳି କରିବ।
ନାରୀ ଅଟେ କନ୍ୟା
ଜନନୀ ଭଗିନୀ
ଜାୟା ଅବତାର ଜଗତ ପରେ,
ତା ପାଇଁ କର୍ତ୍ତବ୍ୟ
କରେ ପିତା ପୁତ୍ର
ଭ୍ରାତା ଭର୍ତ୍ତା ରୂପେ ନର ସଂସାରେ।
ଯେଉଁ ଭାବ ପାଏ
ନାରୀ ପୁରୁଷଠୁ
ଶତଗୁଣେ ପରିଶୋଧ କରଇ,
ପୁରୁଷ ପ୍ରାଧାନ୍ୟ
ସମାଜେ ତାହାକୁ
ଉପଯୁକ୍ତ ମାନ୍ୟ ମିଳଇ କାହିଁ ?
ବିନୟ କୁମାର ମିଶ୍ର,
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା
