ଜୀବନର ସଂଜ୍ଞା ବୁଝିବା ମଣିଷ ଅନର୍ଥରେ ପଡେ ନାହିଁ,
ଯେଉଁ ଚାରିଗୋଟି ମଣିଷକୁ ସଦା ବିଭୁ ବିମୁଖ କରଇ।
ପ୍ରଥମଟି ତତ୍ତ୍ୱ ବିଭ୍ରମ ଅଟଇ (ସ୍ୱରୂପ ବିଭ୍ରମ )
ନିଜକୁ ଜାଣି ପାରେନା,
ପରମ ବ୍ରହ୍ମଙ୍କ ଅଂଶ ସେ ଅଟଇ କରି ନ ପାରେ କଳ୍ପନା।
ଆସିଛି କେଉଁଠୁ ମୁଳ ତା କେଉଁଠି ଯେହେତୁ ନ ପାରେ ଜାଣି,
ସ୍ୱରୂପ ବିଭ୍ରମ ହୋଇଯାଏ ତାର
ନିଜକୁ ନ ପାରେ ଚିହ୍ନି।
ଏଣୁ ତାର ବଢ଼େ
ଅସତ ତୃଷ୍ଣା ଯା
ଭୌତିକ ଆବଶ୍ୟକତା,
ମିଛ ଜଗତରେ କ୍ରୋଧ
ମାୟା ମୋହ ଇର୍ଷା କାମ
ସ୍ୱାର୍ଥ ଚିନ୍ତା।
ସେହି ମିଛ ଦ୍ରବ୍ୟ ପ୍ରତି ଜାତ ହୁଏ ହୃଦୟ ଦ୍ରୌବଲ୍ୟ ପୁଣି,
ସେହି ସ୍ଥାନ ବ୍ୟକ୍ତି ପ୍ରତି ଦୁର୍ବଳତା ଅପରାଧ ଆଣେ ଟାଣି।
ଏଣୁ ଅନର୍ଥରେ ପଡଇ ମଣିଷ ମୁକ୍ତି ଦ୍ୱାର ହୁଏ ରୁଦ୍ଧ,
ସ୍ୱରୂପ ବିଭ୍ରମ ଅସତ ତୃଷ୍ଣା ଯେ ଦୁର୍ବଳତା ଅପରାଧ।
(ଭକ୍ତି ରସାମୃତ ସିନ୍ଧୁ )
ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା
