ପ୍ରେମରେ ପ୍ରତୀକ୍ଷା ଉପେକ୍ଷା ପରୀକ୍ଷା ପୁରି ରହିଛି ସର୍ବଦା, ଜନମୁ ଜନମାନ୍ତର ରହିଥାଏ ପ୍ରତାରଣା ବ୍ୟଥା ସଦା, ଏତକ ନ ଥିଲେ ଭଲ ଲାଗେ ନାହିଁ ଜୀବନ ନିରସ ହୁଏ, ବନିତା କବିତା ଇନ୍ଦ୍ରଧନୁ ପରି ସାତରଙ୍ଗ ଦିଶୁଥାଏ । ଭସା ବାଦଲରେ ପ୍ରୀତି ଝରା ବର୍ଷା ଇନ୍ଦ୍ରଧନୁ ଆଙ୍କି ଦିଏ, ସ୍ଥିର ବାଦଲ ରେ କ୍ଷୀଣ ଓ ଅସ୍ପଷ୍ଟ ଅଷ୍ଟମ ରଙ୍ଗଟି ସିଏ । ଯାଉ ଏ ଜୀବନ ଖଣ୍ଡିଆ ହେଲାଣି ଆର ଜନମ ହୋଇଲେ, … Continue reading “ଅପେକ୍ଷା”
କେବେ ଏ ଜୀବନେ କାରେ ଦୋଷ ଦେଇ ନିଜକୁ ବଡ଼ କରିଲେ, ନିଜେ ଦୋଷୀ ହୋଇ ଯନ୍ତ୍ରଣା ଭୋଗିବ ହେଳା ନୋହି କେବେ ହେଲେ । ଆସିବା ଯିବାର ନିୟମ ସଂସାରେ ଚିରନ୍ତନ ଚାଲୁଥିବ, ଗୁରୁତ୍ୱ ଲଘୁତ୍ୱ ବିଚାର ବିବେକ ଚରିତ୍ର ହିଁ କଳୁଥିବ । “ସମସ୍ୟା” ନ ଥିଲେ ଜୀବନ ବି ନାହିଁ ସମାଧାନ ଅଛି ତାର, କର୍ମ କଲେ ଫଳ ଅକର୍ମେ ନିଷ୍ଫଳ ପ୍ରଶ୍ନ ପାଇଁକି ଉତ୍ତର । ବାଟ ବସାଘର ରୁଅ ବାଉଁଶର … Continue reading “ଭେକ ଭିକ”
ତୁମ ନୟନ ହେଉଛି ଏକ ଅନନ୍ତ ଗଭୀର ସମୁଦ୍ର, ଯେଉଁଠାରେ ମୋର ହୃଦୟ ଶାନ୍ତି ଓ ପ୍ରେମର ତରଙ୍ଗ ପାଏ । ପ୍ରତିଟି ଦୃଷ୍ଟିରେ ମୁଁ ତୁମ ସ୍ମୃତି ଖୋଜେ, ପ୍ରତିଟି ସ୍ମୃତି ମୋ ଆତ୍ମାରେ ଅନନ୍ତ ଆଲୋକ ଝରାଏ । ତୁମ ହସ, ମୋ ଦୁଃଖର ଶାନ୍ତି, ତୁମ ସ୍ନେହ, ମୋ ଅନ୍ଧକାରର ଆଲୋକ । ତୁମେ ପାଖରେ ଥିଲେ, ସଂସାରର ସମସ୍ତ ଶବ୍ଦ ନିଃଶବ୍ଦ ହୋଇଯାଏ, ମୋ ହୃଦୟ ତୁମ ପ୍ରେମର ସଙ୍ଗୀତ ଗାଏ … Continue reading “ମଧୁର ମୂର୍ଚ୍ଛନା”
