ଏମିତି ଅନେକ ଥର ହୁଏ

ଏମିତି ଅନେକଥର ହୁଏ
ସୁନ୍ଦର ମନଟି କେମିତି କେଜାଣି
ଭାଙ୍ଗି ଚୁରମାର ହୋଇଯାଏ
କ୍ଷତବିକ୍ଷତ କରିପକାଏ ଆତ୍ମାକୁ
ସେ ଯନ୍ତ୍ରଣା ତ ସହିବାକୁ ହୁଏ
ପୁଣି ମନକୁ ସଜାଡି ନବାକୁ ହୁଏ।
ଏମିତି ଅନେକଥର ଵି ହୁଏ
ସ୍ବପ୍ନର ସପ୍ତରଙ୍ଗୀ ଇନ୍ଦ୍ରଧନୁ
ହଜିଯାଏ କେଉଁ ଅଦିନିଆ
ଘନକଳା ମେଘ ଆଢୁଆଳେ।
ହଜିଥିବା ସ୍ବପ୍ନ ଖୋଜେ
ଆମ ଗାଁ ନଈକୂଳ ଚହଲା ପାଣିରେ
ଅବା ମଧୁଝରା ଜହ୍ନ ଆକାଶରେ।
ଏମିତି ଵି ଅନେକଥର ହୁଏ
ହଜିଲା ସ୍ବପ୍ନକୁ ପୁଣି କଳାମେଘ
ତଳେ ଖୋଜିବାକୁ ହୁଏ
ଅସୀମ ସାହସ ନେଇ
ମିଳିଲେ ତ ଭଲ ନହେଲେ ଇଛା ହୁଏ
ନୂଆକରି ପୁଣି ଥରେ ସ୍ବପ୍ନ ଦେଖିବାକୁ।
ଏମିତି ଵି ଅନେକଥର ହୁଏ
ଚାଲିବାକୁ ଅନବରତ ଆଉ
ଖୋଜିବାଜୁ ହଜିଲା ସ୍ବପ୍ନ ମାନଙ୍କୁ
ପଥରେ କଣ୍ଟା ଥାଉ ଅବା
ଥାଉ ଗୋଲାପର ଶେଯ
କାହିଁକିନା ଜୀବନଯାତ୍ରାକୁ ତ
ଶେଷ କରିବାକୁ ପଡିବ???

ମଲ୍ଲୀପୁର,ନିଆଳ, ଖୋର୍ଦ୍ଧା
9439011063

Leave a Reply