କିଏ କାହାପାଇଁ
ବଞ୍ଚେନା ସଂସାରେ
ସବୁ ମିଛ ମାୟା ମୋହ ,
ସମ୍ପର୍କ ଭିତରୁ
କିଏ ମରିଗଲେ
କିଏ ବଞ୍ଚୁନାହିଁ କହ?
ମୁଁ ନହେଲେ ଅବା
ତୁମେ ବି ନ ହେଲେ
ସଂସାର ଚଳିବ ସଦା,
ପିଆଜ ରସୁଣ
ନ ଥିଲେ ଅଦାରେ
ତରକାରୀ ହୁଏ ରନ୍ଧା,।
ତୁମ ବିନା ମୁଁ
କା ପାଇଁ ବଞ୍ଚିଛି
ଯଦି ତୁମ ମନେ ଆସେ ,
ନିକୃଷ୍ଟ ଭାବ କି
ହୀନମନ୍ୟ ହେଲେ
ସନ୍ଦେହ ମନରେ ପାଶେ।
ମିଛ କହିଦେଲେ
ଦିନେ ଧରା ପଡି
ସତକଥା ହେବ ଜଣା,
ଶୁନ୍ୟ କାହାର
ହୃଦୟ ଜଗତେ
କିଏ କାହାପାଇଁ ଟଣା।
ଶୂନ୍ୟ ବୋଲି କାର
ମନ ନାହିଁ ଏଠି
କିଏ କିଛି କାହା ସହ,
ମନକୁ ବୁଝାଇ
ସମୟ ବିତାଏ
ହୃଦେ ରଖି ନିଜ କୋହ।
କେହି ଜଣେ ଯଦି
ରହିଛି ସ୍ପନ୍ଦନେ
ହୋଇଯାନ୍ତା ହୃଦ ସ୍ଥିର,
ଧପ ଧପ ଆଉ
କେବେ ନ ହୁଅନ୍ତା
ସନ୍ଦେହ ହୁଅନ୍ତା ଦୂର..।
ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା
