କୁହୁଡି

କୁହୁଡି କାକର ସୁରୁଜ ଉଇଁଲେ
ଆପେ ଲିଭି ଲିଭି ଯାଏ,
ଏଇ ଦିଶେ ଏଇ କ୍ଷଣେ ଲୁଚିଯାଏ
ମନକୁ ଭିଜେଇ ଦିଏ ll

ଛାତି ତଳେ କେତେ ଅସରା ଭାବନା
ସ୍ମୃତି ଅନୁଭୂତି ହୋଇ,
କେବେ ସେ ନୀରବେ ହସାଏ କନ୍ଦାଏ
କେବେ ତ ଯାଏ ମିଳେଇ ll

ଗିରିଷମେ ସ୍ଵେଦ ହିମେ ଶିହରଣ
ଉଷ୍ମତା ବି ଭରିଦିଏ,
ବାସନ୍ତୀ ମଲୟେ ତନୁ ମନ ଥରେ
ଅନୁଭବ ଗାର ଟିଏ ll

ସପନ ସରେନା ଅଧୁରା ଭାବନା
ବିଚଳିତ କରେ ମନ,
ତଥାପି ଆଶାର ଗବାକ୍ଷ ଉହାଡେ
ଦିଶେ ଭାବ ଜହ୍ନ ତୋରା ll

ବିନୟ କୁମାର ମିଶ୍ର
ମଲ୍ଲୀପୁର, ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply