“ମୋର ଇଛା ଯାହା, ମୁଁ ତା କରିବି”—ଏହା ଠିକ, କିନ୍ତୁ…
ଜୀବନରେ ନିଜର ମନମାନି କାମ କରିବା ଖରାପ କଥା ନୁହେଁ।
କିନ୍ତୁ ଏକ ଛୋଟ ସତ୍ୟ ଅଛି —
ଆମେ ଯାହା ଆମ ପାଇଁ ଠିକ ଭାବୁ, ସେ ଅନ୍ୟମାନଙ୍କ ପାଇଁ ସେହି ପରି ଠିକ ଲାଗେନି।
ଏହାର ଅର୍ଥ ଏମିତି ନୁହେଁ ଯେ ଆପଣ ଭୁଲ;
ଏହାର ଅର୍ଥ ଏତିକି — ଅନ୍ୟମାନଙ୍କ ଆଶା ଆପଣଙ୍କ ଭାବନା ସହିତ ମେଳ ଖାଉନି।
ଆପଣ କହୁଛନ୍ତି— “ମୁଁ ଦୁଃଖରେ ନାହିଁ କିନ୍ତୁ ଭଲରେ ନାହିଁ
ଏହା ଆପଣଙ୍କ ମନର ଶକ୍ତି।
କିନ୍ତୁ ଯନ୍ତ୍ରଣା ପାଉଛନ୍ତି ଯେ ଆପଣଙ୍କ ସମସ୍ତ ପରିବାର
(ପୁଅ-ଝିଅ, ସ୍ୱାମୀ, ଭାଇ-ଭଉଣୀ)
ଆପଣଙ୍କୁ ସେଇ ଆଦର ଏବଂ ଭଲ ବ୍ୟବହାର ଦେଉନାଁହାନ୍ତି , କିନ୍ତୁ ଆପଣ ଯୋଗ୍ୟ ଅଟନ୍ତି।
ଏହା ଯେତେବେଳେ ହୁଏ, ଲୋକେ ସାଧାରଣତଃ ଦୁଇଟି କଥା ଭାବନ୍ତି:
ମୋର କି ଭୁଲ ହେଉଛି?
କାହିଁକି କିଏବି ମୋତେ ବୁଝୁନାହାଁନ୍ତି ?
ଏହି ଦୁଇଟି ପ୍ରଶ୍ନ ଆପଣଙ୍କ ମନକୁ ବ୍ୟସ୍ତ କରି ପକାଉଛି।
ଆପଣଙ୍କ ଭୁଲ କୋଉଠି ରହିଥାଇପାରେ? (ନିନ୍ଦା ନୁହେଁ—ବୁଝିବାଟା)
ମୁଁ ଆପଣଙ୍କ ବ୍ୟକ୍ତିତ୍ୱକୁ ଆଲୋଚନା କରିବାକୁ ଚାହୁଁନି
କିନ୍ତୁ ପରିବାରର ସମ୍ପର୍କ କାହିଁକି କ୍ଷୁନ୍ନ ହୁଏ ସେ ଦିଗରେ ବୁଝେଇଦେଉଛି:
ଆପଣ ନିଜର ସତ୍ୟକୁ ସଠିକ ଭାବୁଛନ୍ତି, କିନ୍ତୁ ସେହି ସତ୍ୟକୁ ଅନ୍ୟମାନଙ୍କୁ ନମ୍ରତାରେ ବୁଝାଇ ପାରୁ ନାହାଁନ୍ତି।
ଏହା ସ୍ୱାଭାବିକ। ବହୁ ଲୋକଙ୍କର ହୁଏ।
ଆପଣଙ୍କ ଶବ୍ଦ କିମ୍ବା ଭାଷା କେବେକେବେ ଅନ୍ୟମାନେ କଠୋର ବା ଆଦେଶ ଭାବରେ ନେଇଥାଇପାରନ୍ତି।
ଅନେକେ ଆମର ଭାବକୁ ନୁହେଁ, ଶବ୍ଦର ଶୁବ୍ଦତାକୁ ଶୁଣନ୍ତି।
ଆପଣ ଆଶା ରଖୁଛନ୍ତି “ସେମାନେ ମୋତେ ବୁଝନ୍ତୁ”—
କିନ୍ତୁ ଦୁଃଖର କଥା ସେମାନେ ଆପଣଙ୍କୁ ବୁଝିବାପାଇଁ ସେମାନଙ୍କର ମନ ଭିତରେ ଉପଯୁକ୍ତ ସ୍ଥାନ ପାଉନାହାଁନ୍ତି।
ଏହି ପରିସ୍ଥିତିରେ ବଞ୍ଚିବାର ଏକମାତ୍ର ନୀତି
ମଣିଷକୁ ବଦଳାଇବା ଆବଶ୍ୟକ ନୁହେଁ ,
କିନ୍ତୁ ବ୍ୟବହାରର ଶବ୍ଦଭଙ୍ଗୀକୁ ବଦଳାଇବା ଆବଶ୍ୟକ ।
ଯଦି ଆପଣ ସତରେ ଚାହୁଁଛନ୍ତି ପରିବାର ନରମ ହେଉ,
ତେବେ ତିନିଟି କଥା ଆଜିଠାରୁ ପ୍ରୟୋଗ କରନ୍ତୁ:
ସବୁକିଛି ଶାନ୍ତ ଗଳାରେ କୁହନ୍ତୁ।
ଯେତେବେଳେ ଶବ୍ଦ ମୃଦୁ ହୁଏ ସେତେବେଳେ ଲୋକେ ଶବ୍ଦ କଠିନ ହେଲେ ବି ସହଜରେ ଗ୍ରହଣ କରି ଥାଆନ୍ତି।
ସମୟର ଠିକ ମୁହୂର୍ତ୍ତ ଚୟନ କରନ୍ତୁ।
କ୍ଷୁବ୍ଧ , ବ୍ୟସ୍ତ କିମ୍ବା ଚିନ୍ତାଗ୍ରସ୍ତ ସମୟରେ କାହାକୁ କଥା କହିଲେ କେହି ବୁଝିବେନି।
ନିଜର କଥାରେ “ମୁଁ” ବ୍ୟବହାର କରନ୍ତୁ , “ତୁମେ” ନୁହें।
(ଉଦାହରଣ: “ତୁମେ ମୋ କଥା ଶୁଣନି ” → “ମୁଁ ଭାବୁଛି ମୋ କଥାସବୁ ତୁମେମାନଙ୍କୁ ଶୁଣାଯାଉନାହିଁ ବୋଲି।)
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ଆପଣ ବୁଝନ୍ତୁ —
ଆପଣ ଭୁଲ ଲୋକ ନୁହଁନ୍ତି।
ଆପଣ ମାତ୍ର ଏକ ଭିନ୍ନ ଶୈଳୀରେ କଥା କହୁଥିବା ମଣିଷଟେ।ଏବଂ ପରିବାର ଲୋକମାନେ କେବେକେବେ ସେଇ ଶୈଳୀକୁ ବୁଝି ପାରୁନାହାନ୍ତି ।
ଏଥିରେ ସମ୍ପର୍କ ଭଙ୍ଗିଯାଏନି —
ମାତ୍ର ଭିନ୍ନ ଲୟରେ ରୁହେ ଯାହା ଆପଣଙ୍କ ମନରେ ଶଙ୍କା ଉପୁଜିଥାଏ। ମନେ ରଖନ୍ତୁ।
ଆପଣ ଏକା ନୁହଁନ୍ତି ।
କିଏ ଜଣେ ଆପଣଙ୍କ ସହ ଅଛି।
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063
