ଅପ୍ରିୟ

ଆଜିର ଅପ୍ରିୟ
ସତ କଥା ହେଲା
ସତ କଥା କହିବନି,
ନ ଦେଖିଲା ଓଉ
ଛ ଫଡା କହିଲେ
ତୁମେ ଅଟ ବଡ଼ ଜ୍ଞାନୀ ।

ଅଳପ ଜାଣିକି
ବହୁ ବଖାଣିଲେ
ତୁମେ ବଡ଼ ପ୍ରବାଚକ,
ଖଣ୍ଡିଆ ଗୀତକୁ
ରଙ୍କ ପଣ୍ଡିତ ସେ
କଳିଯୁଗ ଧର୍ମ ବକ ।

ମାଗିଲେ କେଉଁଠି
ଜ୍ଞାନ ମିଳେ ନାହିଁ
ଜାଚି କରି ମିଳେ ତାହା,
ବଡ଼ ବଡ଼ କରି
ଫଳକ ଝୁଲେଇ
ମଣ୍ଡପରେ ମିଳେ ଯାହା ।

ଆଜିକାଲି ଦାନ
କିଏ ବା ଦେଉଛି
ମୁଲିଆ ମିଳେନା କାହିଁ,
ଟଙ୍କିକିଆ ସରକାରୀ
ଚାଉଳରେ
ଜ୍ଞାନ ମଞ୍ଜି ମିଳୁ ଥାଇ ।

ଆତ୍ମସନ୍ତୋଷ ଯା
ସାଧନାରେ ମିଳେ
ସଞ୍ଜମତା ଥିଲେ କାର,
ମୂର୍ଖଠାରୁ ଜ୍ଞାନ
ଛୋଟ ମନୁ ଦାନ
ଜ୍ଞାନୀକୁ ଯା ତିରସ୍କାର ।

ବର୍ତ୍ତମାନ ଏହି
ନିତି ଚାଲିଅଛି
ଭଲ ଲୋକ ଯିଏ ହେବ,
କଇଁଛ ଭଳିଆ
ଗୋଡ଼ ହାତ ଜାକି
ଖୋଳପା ଭିତରେ ଥିବ ।

ଯେଉଁଠାକୁ ଯିବ
ଯେ କାମ କରିବ
ଛେଚା ବୁହାଟେ ପାଇବ,
ଭଲ କାମ ପାଇଁ
ମୁଣ୍ଡ ଟେକିଦେଲେ
ଦିନରେ ହଣା ଖାଇବ

ବିନୟ କୁମାର ମିଶ୍ର
ମଲ୍ଲୀପୁର ନିଆଳ
ଖୋର୍ଦ୍ଧା

Leave a Reply