ଶୀତ ରାତିରେ

ଡିସେମ୍ବରର କୌଣସି ଏକ ଶୀତରାତି,

କମ୍ବଳତଳେ ଜାକିଜୁକି ହୋଇ
ଶୋଇଯାଇଛି ସାରା ଭୁବନେଶ୍ୱର ସହର।
ହେଲେ ନିର୍ଦ୍ଧିଷ୍ଟ ଏକ ଚୌକି ଉପରେ
କେହିଜଣେ ବସି ରହିଛି—
ଏତେ ରାତିଯାଏ।
ସାରାଦେହେ ଶୀତର ପୋଷାକ,
ରାତ୍ରିଜଗୁଆଳି ହ୍ୱିସିଲ୍‌ ମାରି
ଜଗାଇ ଦେଲାଣି ରାତିର ବୟସ
ବାହାର କୃଷ୍ଣଚୁଡ଼ା ଡାଳେ ବସି
ରାବୁଥିଲା କୋଉ ଏକ ରାତିପକ୍ଷୀ।
ରାତିର ବୟସ ବଢ଼ୁଥିଲା
ଶ୍ରାବଣର ନଈ ପରି—ଧୀରେଧୀରେ।
ଭୟର ହୃଦୟେ, ମନର ଅଶାରେ
ବାରମ୍ବାର ଚାହୁଁଥିଲା ହାତ ଘଡିକୁ।
କିଏ ଜଣେ ଆସିବାର ଥିଲା—
ହେଲେ ଆସୁ ନଥିଲା।
ଏମିତି ବିତୁଥିଲା ରାତି,
ନୀରବ ଅପେକ୍ଷାରେ।
ଏବେ ରାତି ତିନିଟା ବାଜିଲାଣି,
ଘରେ ସନ୍ଧ୍ୟାରୁ ଜଳୁଥିବା ଆଲୁଅ
ଏଯାଏଁ ଲିଭିନି।
ଆଉ ବୋଧେ—ସେ ଆସିବନି।
ପୂର୍ବଦିଗେ ସିନ୍ଦୁରା ଫାଟିଲାଣି,
ଦୁଆର ଆଗେ ଠିଆ ହେଲା ଆମ୍ବୁଲାନ୍ସ ଗାଡ଼ି।
ହଠାତ୍ କାନ୍ଦବୋବାଳିରେ
ଉଛୁଳି ପଡ଼ିଲା ଘର ।
ଜାଣିଲା ସେ ଲୋକ—
ସଭିଙ୍କୁ କନ୍ଦାଇ, ଅବେଳାରେ
ଚାଲିଗଲା ଆର ସାହିର ଝିଅ
ଗୌରୀ ନାନୀ।
ନିର୍ଜୀବ ହୋଇଗଲା ଲୋକଟି।
କିଛିଲୋକ ଟେକିନେଲେ ଘରଭିତରକୁ
ବିଞ୍ଚାବିଞ୍ଚି, ପାଣି ଛିଞ୍ଚାଛିଞ୍ଚି —
ହେଲେ ଆଖି ଖୋଲିଲାନି
ଆଉ ସେ ଲୋକଟି
କେହି ଜାଣିପାରିଲେନି—
ଲୋକଟି କିଏ ସେ ?
ହାତର ଟାଟୁ ଦେଖି ଜଣାପଡ଼ିଲା
ଲୋକଟି ବିରଞ୍ଚି ମିଶ୍ର।
ସଭିଏଁ ବିଚାର କଲେ—
ଗୋଟିଏ ଜୁଇରେ ପୋଡ଼ିଦେବେ
ଦୁଇଟି ମୁର୍ଦ୍ଦାର।
*****
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063

Leave a Reply