ମୁଁ ଜାଣେ, ଅନେକ ଆଗରୁ
ଏ ପୃଥିବୀକୁ ମୋର ଆସିବାର
ଅନେକ ଆଗରୁ
କେହି ଜଣେ ଯତ୍ନରେ
ଲେଖି ଦେଇଛି ମୋ କାହାଣୀ ।
ସେଥିପାଇଁ ତ ତୁମେ ମୋର ଏତେ ଆପଣାର ହୋଇଗଲ।
ମୋ କାହାଣୀ
ସେଥିରେ କଣ ଲେଖା ଅଛି
ମୋର ବା କଣ ଯାଏ ଆସେ
ମୁଁ ଯେ ଖୁବ ବ୍ୟସ୍ତ ମୋ ନିଜ ସହ
ମନ ଭରି ସଜାଇବାକୁ ମୋ ଚାରିପାଖ ପୃଥିବୀକୁ ।
ଆଉ ମୋର ସମସ୍ତ ସମ୍ପର୍କକୁ
ଆଉ ସବୁଠୁ ବେଶୀ ମୋ ନିଜକୁ
ତୁମେ ମୋତେ ଦେଖି କେତେ ଖୁସି ହୁଅ ।
ସେଦିନ ସମୁଦ୍ର କୂଳରେ
ମୁଠାଏ ବାଲି ଚାପି ଧରିଥିଲି,
ମୋ ହାତ ମୁଠାକୁ ମୁଁ
ଯେତେ ଚାପି ଧରିଲେ ଵି
ଆଙ୍ଗୁଳି ଫାଙ୍କ ଦେଇ ବାଲିସବୁ
ଝରିପଡିଥିଲା ଝର ଝର ହୋଇ।
କେମିତି ଯେ ହାତ ପୁରା
ଖାଲି ହୋଇଯାଇଥିଲା
ଜୀବନ ଟା ଵି ମୋର ସେଇୟା
ପୁଣି କେବେ ଅକସ୍ମାତ ମଧୁଝରେ
ଭରିଯାଏ ଜୀବନ ପାତ୍ର ମୋର ।
କେହିଜଣେ କୋଉଠି ଥାଏ କେଜାଣି
ମୁଁ ଜାଣିପାରେନା
ମୋ ମନ ଥାଉ କି ନଥାଉ
ସେ ଜମା ବୁଝେନା
ଅନବରତ ଲୁଚକାଳି ଖେଳୁଥାଏ
ମୋ ସହ, ମୋ ଜୀବନ ସହ.
ପ୍ରିୟତମ ମୋର ଆସ
ଲୁଚକାଳି ଆଊ ଖେଳନା
ଦ୍ବିପହରର ଆକାଶ ମେଘମୁକ୍ତ
ଏବେ ଆହୁରି ନୀଳ ଦିଶୁଛି
ଆହୁରି ମନୋରମ ଦିଶୁଛି
ତୁମର ମୋର ସାଥୀ ହୋଇ
ଫୁରକିନା ଉଡିଯିବା ନୀଳ ଆକାଶରେ ।
ଏ ବିଶାଳ ଆକାଶ ଛୋଟପାଲଟିଯିବ
ଆମ ପ୍ରୀତିଭରା ଉଡାଣରେ ।
ବିରଞ୍ଚି ନାରାୟଣ ମିଶ୍ର, ନିଆଳ
Mob – 9439011063
