ଅପେକ୍ଷା

ପ୍ରେମରେ ପ୍ରତୀକ୍ଷା ଉପେକ୍ଷା ପରୀକ୍ଷା ପୁରି ରହିଛି ସର୍ବଦା,
ଜନମୁ ଜନମାନ୍ତର ରହିଥାଏ ପ୍ରତାରଣା ବ୍ୟଥା ସଦା,
ଏତକ ନ ଥିଲେ ଭଲ ଲାଗେ ନାହିଁ ଜୀବନ ନିରସ ହୁଏ,
ବନିତା କବିତା ଇନ୍ଦ୍ରଧନୁ ପରି ସାତରଙ୍ଗ ଦିଶୁଥାଏ ।

ଭସା ବାଦଲରେ ପ୍ରୀତି ଝରା ବର୍ଷା ଇନ୍ଦ୍ରଧନୁ ଆଙ୍କି ଦିଏ,
ସ୍ଥିର ବାଦଲ ରେ କ୍ଷୀଣ ଓ ଅସ୍ପଷ୍ଟ ଅଷ୍ଟମ ରଙ୍ଗଟି ସିଏ ।
ଯାଉ ଏ ଜୀବନ ଖଣ୍ଡିଆ ହେଲାଣି ଆର ଜନମ ହୋଇଲେ,
ଅପେକ୍ଷାର ଅନ୍ତ ହୋଇପାରେ କାଳେ ଭିତରେ ଏ ପ୍ରେମ ଥିଲେ ।

କଥାରେ କହିଛି ଯାହା ଏଇ ମନ ଖୋଜେ ମିଳେ କେତେବେଳେ,
ସମୟ ଆସିଲେ ଅପ୍ରାପ୍ତ କଳ୍ପନା ଫଳବତୀ ହୁଏ କାଳେ।
ପଶ୍ଚାତାପ ଅନୁଶୋଚନା ନ କରି ଆଶା ନେଇ ବଞ୍ଚୁ ଥିବା,
ଯେତେବେଳେ ହେଲେ କେଉଁ ଜନମରେ ନିଶ୍ଚେ ଏକାଠି ହୋଇବା ।

ନିରାଶ ହତାଶ ନ ହୋଇ ଜୀବନେ
ତ୍ୟାଗ କର୍ତ୍ତବ୍ୟ କରିଲେ,
ନିଶ୍ଚୟ କଳ୍ପନା ସାକାର ହୁଅଇ ସଚୋଟ ସରଳ ହେଲେ ।

ବିନୟ_କୁମାର_ମିଶ୍ର_ମଲ୍ଲୀପୁର_ନିଆଳ_ଖୋର୍ଦ୍ଧା

Leave a Reply