ପ୍ରେମିକା ମୋ ଫେରିଗଲା

ମୁଁ ପ୍ରେମ କଲି ଯାହାକୁ,
ତା ମନ ପ୍ରାଣ ହୃଦୟ
ଆକାଶକୁ ଉଡିଗଲା ।
ଖୋଜିଲି ଏବେବି ଖୋଜୁଛି
ତା ହସରେ ଥିଲା ଜୀବନର ସୁଗନ୍ଧ,
ତା ଚାହାଣିରେ ଥିଲା ଶାନ୍ତି ଓ ଆଶା ।
ସେ ଥିଲା ମୋ ପ୍ରଭାତର ଆଲୋକ ।
ପ୍ରତିଦିନ ତା ସହିତ ହେଲା ନୂଆ ଜନ୍ମ,
ସେ ହସିଲେ — ମୋ ମନରେ ଫୁଲ ଫୁଟିଲା,
ସେ ଚୁପ୍ ରହିଲେ — ମୋ ରାତି ଅନ୍ଧକାର ହେଲା,
ସେ ଅଛି ବୋଲି ଜାଣିବା — ମୋ ଜୀବନର ସବୁଠୁ ବଡ଼ ଆଶୀର୍ବାଦ ଥିଲା ।
କିନ୍ତୁ ହଟାତ୍ ସେ ଚାଲିଗଲା,
ଯେପରି ଆକାଶର ମେଘ ହଟିଯାଏ —
ସେ ଯିବା ସମୟରେ କିଛି କହିଲାନି,
କିନ୍ତୁ ତାର ନିରବତା ଆଜି ମଧ୍ୟ ମୋ ମନରେ ଗୁଞ୍ଜୁଛି,
ଯେପରି ରାତିରେ ଗୀତ ଦୂରରୁ ଭାସି ଆସେ,
ମୁଁ ସେ ଶବ୍ଦକୁ ଧରି ରହିଲି, ଧରି ରହିଲି…
ତା ଯିବା ପରେ ମୁଁ ଶିଖିଲି,
ପ୍ରେମ ମାନେ ଧରି ରଖିବା ନୁହେଁ,
ପ୍ରେମ ମାନେ ଛାଡିଦେଇ ମଧ୍ୟ
ତାକୁ ଭଲପାଇବା ଶିଖିବା ।
ମୋ ମନେ ଆଜି ମଧ୍ୟ ସେ ଅଛି,
ତା ହସ, ତା ଚାହାଣି , ତା ହାଲୁକା କଥା —
ସେ ମୋ ପାଖରେ ନାହିଁ,
କିନ୍ତୁ ମୋ ଭିତରେ ସେ ଜୀବନ୍ତ ।
ଜୀବନ ଚାଲିଛି, ମୁଁ ମଧ୍ୟ ଚାଲିଛି,
ଦିନ ମଧ୍ୟରେ କେବେ କେବେ ସେ ମନେ ପଡ଼େ,
ସେ ସ୍ମୃତି ଆସି ମୋ ଆଖିରେ ଲୁହ ଆଣେ,
ତଥାପି ମୁଁ ହସେ, କାରଣ ସେ ଥିଲା ମୋ ଜୀବନର ସବୁଠୁ ସୁନ୍ଦର ଅଧ୍ୟାୟ ।
ପ୍ରେମ ଆସି ଯାଇପାରେ,
ଲୋକେ ମିଶି ଚାଲି ଯାଇପାରନ୍ତି,
କିନ୍ତୁ ଯାହା ସତ୍ୟ ପ୍ରେମ ଥାଏ,
ସେ ହୃଦୟର ଧଡ଼କଣରେ ସଦା ରହିଯାଏ ।

ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
9439011063

Leave a Reply