ଯେବେ ଯୌବନ
ଡେଣା ଶକ୍ତ ହେଲା
ସେଦିନ ଖୁସିରେ ମୁଁ ଉଡିଲି
ଅନେକ ଦୂର
ତୁମ ସହ ଦେଖା ହେଲା
ଏକ ନିରୋଳା ଜାଗାରେ
ଆପଣାର ହେଊ ହେଉ ତୁମ ସହ
ତୁମେ ଚାଲିଗଲ ବହୁ ଦୂର
କାହାର ଏକ ଅଜଣା ନୀଡ଼କୁ
ନୀରବରେ ବିତିଗଲା ବହୁଦିନ
ସ୍ମୃତିରେ ରହିଗଲ ତୁମେ
ଖୋଜିଲି ମୁଁ ଅନ୍ତରେ ବାହାରେ
ବିତିଗଲା କେତେ ବର୍ଷା ଓ ବସନ୍ତ
ଦିନେ ଦେଖା ହେଲା ତୁମ ସହ
ସେଇ ନିରୋଳା ଜାଗାରେ,
ତୁମେ ଏକା ଥିଲ ସେଦିନ
ପାଖେ ଥିଲା ଏକ ପାନ୍ଥଶାଳା
ଇଛାହେଲା ଟିକେ ବସି ଗପିବାକୁ
ଦଗା ଦେଲା ରାତ୍ରୀ ଜଗୁଆଳି
ଇଛାଥିଲା ବସି ଗପିବାକୁ
ଗପିପାରିଲେ ନା ରହି ପାରିଲେ …
ଫେରିଲେ ଦୁଃଖରେ।
ଏମିତି ବିତିଗଲା କେତେ ଦିନ ରାତି
ଆଉ କେତେ ଫଗୁଣ ବସନ୍ତ
ଆମେ ରହିଗଲେ ଜହ୍ନ କଇଁ ପରି
ଅନେକ ଦୁରରେ ।
ଦିନେ ନିଝୁମ ରାତିରେ
ଦେଖା ହେଲା ତୁମସହ
ସେଇ ପୁରୁଣା ପାନ୍ଥଶାଳେ
ଆଜିବି ଏକା ଥିଲ ତୁମେ।
ଚାହାଁଣୀରେ ଥିଲା ତୁମ ମେଞ୍ଚାଏ ସପନ
ତୁମ ରୂପ ଯୌବନ ଆଉ ଟିକେ
ଊଣା ଥିଲା।
ରାତିର ନୀରବତା ଧୀରେ ଧୀରେ ବଢୁଥିଲା
ରାତି ଆମ କଟିଥିଲା
ସେଇ ପାନ୍ଥଶାଳେ
ଗୋଟିଏ କକ୍ଷରେ ଗୋଟିଏ ଶଯ୍ୟାରେ।
ମୋ ବାମ ହାତ ଥିଲା ତୁମ ଛାତି ପରେ
ତୁମ ହାତ ଥିଲା ମୋର ଅଣ୍ଟାର ଉପରେ।
ଶାନ୍ତିରେ ଶୋଇଥିଲେ
ଆମେ ଗଭୀର ନିଦ୍ରାରେ
ଯେଉଁଠି ଯୌବନ ଡେଣା
ହାଲିଆ ହୋଇ ଖୋଜେ ବିଶ୍ରାମ
ସେଠି ତୁମ ଆଲିଙ୍ଗନ ଦିଏ ମୋତେ ପରମ ଆରାମ।
ସେଠି ନଥାଏ ଦେହ ଭୋଗର ଇଛା
କି କାମନାର ଭ୍ରମ ।
*******
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063
