ହୃଦୟରେ ଜାଗା ନ ଦେବା ପର୍ଯ୍ୟନ୍ତ
ବନ୍ଧୁତା ସମ୍ପର୍କ କାହିଁ,
ଯଦି ହୃଦୟରେ କାର ସ୍ଥାନ ନାହିଁ
ମିଛ ଅଭିନୟ ସେହି,
ପ୍ରତାରଣା ତାର ନାମ,
ମାଙ୍କଡ଼ କୁମ୍ଭୀର ପଞ୍ଚତନ୍ତ୍ର ଗପ
ସହିତ ଯାହା ସମାନ।
ତେଲ କି ମହମ ବିନା ବଳିତାରେ
ଆଲୋକ ନ ପାରେ ଦେଇ,
ମଣିଷ ନିଜର ଆବଶ୍ୟକତାରେ
ତିଆରି କରି ଅଛଇ,
ଦୁହିଁଙ୍କର ତାହା କାମ,
ସମ୍ପର୍କ ବନ୍ଧୁତା ମଣିଷ ପଣିଆ
ହୃଦୟର ଯା ବନ୍ଧନ।
ତୁଳନା ଉପମା ଉପମେୟ ଯାହା
ମନକୁ ନ ପାରେ ଛୁଇଁ,
ହୃଦୟ ହୀନ ଯେ ତା ପାଖରେ ସ୍ନେହ
ମମତାର ମୂଲ୍ୟ ନାହିଁ,
ତ୍ୟାଗ ତତ୍ପରତା ଥାଇ,
ନିବିଡ଼ତା ବଢ଼େ ପର ଆପଣାର ନିମିଷକେ ଯାଏ ହୋଇ।
ବିନୟ କୁମାର ମିଶ୍ର
ମଲ୍ଲୀପୁର ନିଆଳ
ଖୋର୍ଦ୍ଧା
