ମଣିଷ ଜୀବନ
ବୃକ୍ଷରେ ରହିଛି
ରୋଗ ଶୋକ ଭୟ ଦୁଃଖ,
ବନ୍ଧନ ବ୍ୟସନ
ପରିତାପ ଫଳ
ସଂସାରେ ଆଣେ ବିମୁଖ।
ନିଜେ କରିଥିବା
ଅପରାଧୁ ଜାତ ହୋଇଥାନ୍ତି ଏହିମାନ,
ଏଣୁ ଯେଉଁଥରେ
ସୁଖ ଜାତ ହୁଏ
ଦୁଃଖ ତହିଁର ସନ୍ତାନ।
ଇନ୍ଦ୍ରିୟ ବଶରେ
ମାନବ ଭୁଞ୍ଜଇ
କର୍ମ କରେ ଯେଉଁ ପରି,
ପଶୁ ପକ୍ଷୀ କୀଟ
ପତଙ୍ଗ ଜଗତେ
ଇନ୍ଦ୍ରିୟ ବଳରେ ଚଳି।
କ୍ଷଣିକ ଆନନ୍ଦ
ବିପୁଳ ଦୁଃଖରେ
ପକାଏ ବହ୍ନି ପତଙ୍ଗେ,
ଇନ୍ଦ୍ରି ଆଶକ୍ତିରେ
ଜୀବ ସେହିପରି
ପଡଇ ନିଜ ଆବେଗେ।
ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା
