ବିଶ୍ୱାସ

ବିଶ୍ୱାସ ଭାଙ୍ଗିବା
ନିଃଶ୍ୱାସ ଛାଡ଼ିବା
ଦୁହେଁ ଏକାପରି ହୁଏ,
ଏହାର କାରଣ
ଅଯଥା ସନ୍ଦେହ
ବେଖାତିର ହୋଇଥାଏ,
ପରସ୍ପର ସ୍ନେହ ଥିଲେ,
ଅନୁରାଗ ପ୍ରୀତି ଆପଣାରବୋଧ
ନ ତୁଟଇ କେବେ ହେଲେ,।

ଜଣକର ଯଦି
ବିଶ୍ୱାସ କା ପରେ ରହିଅଛି ସଦାକାଳ,
ତାର ଅବିଶ୍ବାସ
ନିଜପାଇଁ ଦିନେ ହୋଇଥାଏ ମହା କାଳ,
ଯଦି ଜଣକୁ ଫରକ,
ପଡ଼େନାହିଁ ସେଠି ଅହମିକା ଧୋକା
ଭାଙ୍ଗି ଦିଅଇ ସମ୍ପର୍କ।

କିଛି କାରଣରୁ ଅବୁଝାମଣାର
ଦ୍ୱାର ଯଦି ଖୋଲି ଥାଏ,
ପରସ୍ପର ନିବିଡ଼ତା
ଭାବ ନିଶ୍ଚେ
ସମାଧାନ କରିଦିଏ,
ସମୟଟି ବଳବାନ,
ଗୋଟାଏ ହାତରେ
ତାଳି କିବା ବାଜେ
ଏତ ସମାଜ ନିୟମ।

ଝୁରିବା କାହାକୁ
ଗୁଣକୁ ସୁମରି
ଦୁଇ ପ୍ରକାରେ ହୁଅଇ,
ଭଲ ପାଉଥିଲେ
କଷ୍ଟ ପାଇଥିଲେ
ମନେ ପଡିଯାଉଥାଇ,
ଦୁନିଆ ବେଭାର ଏହି,
ଜଣେ ଯଦି ଝୁରେ
ଅପର ଜନର
ଦିନ କି ଭଲରେ ଯାଇ?

ବିନୟ କୁମାର ମିଶ୍ର
ମଲ୍ଲୀପୁର ଗଡ଼ ନିଆଳ
ଖୋର୍ଦ୍ଧା

Leave a Reply