ତୁମବିନା

ଝରା ଶେଫାଳୀର ଝର ଝର ବାସ
ମଧୁ ମଧୁ ଭାରି ଲାଗେ,
ପ୍ରୀତି ଛନ୍ନ ଛନ୍ନ ମନ କନ କନ
ଭାରି ଭାରି ଅନୁରାଗେ ll

ଅପାଶୋରା ସ୍ମୃତି ଢଳ ଢଳ ହୋଇ
ଜଳ ଜଳ ମୋତେ ଦିଶେ,
ଖିଲି ଖିଲି ହସ ମୁକୁତା ମଣ୍ଡିତ
ଜର ଜର ପରକାଶେ ll

ମଗୁଶୁର ରାତି ଶିରି ଶିରି ଶୀତ
ଶୀତେଇ ଉଠଇ ଦିହ,
କାକର କୁହୁଡି ଉଷୁମ ପରଶେ
ତୁମ ବିନା ଉଠେ କୋହ ll

ବିନୟ କୁମାର ମିଶ୍ର,
ମଲ୍ଲିପୁର, ଗଡ଼ ନିଆଳ,
ଖୋର୍ଦ୍ଧା

Leave a Reply