ମାଆ

ମା ହେଉଛି ସେଇ ସମ୍ପର୍କ,
ଯାହାଙ୍କୁ ଆମେ ଦୁଃଖରେ ଖୋଜୁଥାଉ,
କିନ୍ତୁ ସୁଖରେ ଅନେକଥର ଭୁଲିଯାଉ।
ଶୈଶବରେ ତା ବିନା ଜୀବନକୁ କଳ୍ପନା କରିପାରୁନଥିଲୁ,
ଆଜି ଦେହ ଖରାପ ହେଲେ ପ୍ରଥମେ ମା’ର ମୁହଁ ମନକୁ ଆସେ,
କିନ୍ତୁ ତାର ଫୋନ ଆସିଲେ ଉଠାଇବାକୁ ମନ ହୁଏନା ।
ମା’ର ସ୍ନେହ ଅଟେ ନିର୍ବଳ କିନ୍ତୁ ନିରନ୍ତର,
ତା ଅଭିମାନ ଦୁଇ ମିନିଟର,
କିନ୍ତୁ ଆମର ଅଳସତା ଓ ଅବହେଳା—
ଦିନେ ମା’ କୁ ଦୁରକୁ ନେଇଯାଇ ପାରେ।
ମା’ ଥିବାବେଳେ ଭଲପାଇବା ଶିଖ,
ମା’ଙ୍କୁ ହରାଇଲେ ପଛତାପ ସହିବାକୁ ସାହସ ନଥିବ ।
ମା’ର ସମ୍ପର୍କ ଏମିତି ଅଦ୍ଭୁତ,
ଦିନ ଭରି ମନେ ପଡ଼ିନ ଥାଏ,
କିନ୍ତୁ ଅପରିହାର୍ଯ୍ୟ ବେଳେ ସେଇ ନାମଟା ହୃଦୟରେ ବାରମ୍ବାର ମନେ ପଡେ।
ଶୈଶବର ହାତଧରା ଦିନଗୁଡ଼ିକ ଆଜି ମନକୁ ଛୁଇଁଯାଏ,
ସେଇ ନିଷ୍ଠା, ସେଇ ଦୟା,
ଜୀବନର କୌଣସି ପ୍ରତିଦାନରେ ମିଳେନି।
ଦେହ ଖରାପ ହେଲେ ମା’ର ଆଶୀଷ ଦୂରରୁ ବି ଶକ୍ତି ଦିଏ,
କିନ୍ତୁ ମା’ର ଫୋନ ଆସିଲେ ଅନେକ ଥର ଆମେ ନିଜର ଆଳସତାକୁ ମା’ଠାରୁ ଅଧିକ ମୂଲ୍ୟବାନ ଦେଉ।
ଏମିତି ବ୍ୟବହାରରେ ମା’ ଅଭିମାନ କରେନାହିଁ ,କିନ୍ତୁ ଦିନେ ଆମେ ନିଜେ ଲଜ୍ଜିତ ହେବା।
ମା’ ଅଛି, ତେଣୁ ଆମ ଜୀବନ ଅଛି –
ମା’ ରହିଥିବାବେଳେ ସମ୍ପର୍କକୁ ସତ୍କାର କର।
ମା’ ହେଉଛି ଜୀବନର
ପ୍ରଥମ ବିଦ୍ୟାଳୟ,
ସେ ଶିଖାଏନି ଗ୍ରନ୍ଥର ପାଠ,
ଶିଖାଏ ମନର ଭାଷା, ସ୍ନେହର ଭାଷା।
ଶିଶୁବେଳେ ଆମେ ତା ଆଖିରେ ନିଜ ପ୍ରପଞ୍ଚକୁ ଦେଖୁଥିଲୁ,
ପଡ଼ିଗଲେ ସେ ଆମକୁ କେବଳ ଉଠାଏନି,ହୃଦୟରେ ରହିଥିବା ଭୟକୁ ଦୂରେଇଦିଏ ।
କିନ୍ତୁ ବୟସ ବଢ଼ିଲେ,
ଆମେ ଜୀବନରେ ଏମିତି ଦୌଡ଼ୁଥାଉ ଯେଉଁଠାରେ ମା’ “ପଛରେ ରହିଯାଉଥିବା ଛବି” ହୋଇ ରହେ ।
ଦେହ ଖରାପ ହେଲେ ପ୍ରଥମେ ମା’ ମନରେ ଆଶେ ,
କିନ୍ତୁ ମା’ ଫୋନ କରିଲେ—
“ପରେ କଥା ହେବି” ବୋଲି ଆମେ ନିଜର ଆଳସ୍ୟକୁ ସମ୍ପର୍କରୁ ବଡ଼ କରିଦେଉ।
ମା’ ଜୀବନ ଦର୍ଶନ ବଡ଼ ସରଳ—
ଦେବାରେ ସୁଖ, କ୍ଷମା କରିବାରେ ବିଜୟ,ଓ ସନ୍ତାନଙ୍କ ସୁଖରେ ତାର ସମ୍ପୂର୍ଣ୍ଣ ଜଗତ।
କିନ୍ତୁ ଆମର ଅବିବିବେକତା,
ତାର ଭାବନାକୁ ଦିନକୁ ଦିନ ଫିକା କରେ।
ମା’ କେବେ ଅଭିଯୋଗ କରେନା ,
କିନ୍ତୁ ତାର ନିରବତା ଅଟେ ହଜାର ଶିକ୍ଷା।
ଆମେ ବୁଝିପାରୁନା ଯେ —
ଜୀବନରେ ସବୁଦିନ ମା’ ରହିବନି
କିନ୍ତୁ ତା ବିନା ଜୀବନ ଅଧୂରା ରହିଯିବ
ମା’ ରହିଥିବା ବେଳେ ତାକୁ ସମୟ ଦିଅ,
କାରଣ ତୁମ ଫୋନ ବହୁ ସମୟ ବାଜିବ କିନ୍ତୁ ସେ ଫୋନକୁ ଉଠାଇବାକୁ ମା ନଥିବ।ଫୋନ ତ ସବୁବେଳେ ବାଜିବ–ହେଲେ ମାଆ….
ମା’କୁ ଭଲପାଇବା ଶିଖ, ଯିଏ ନିଜ ଜୀବନଦେଇ ଆମକୁ ଜୀବନ ଶିଖାଇଛି।
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063

Leave a Reply