ଅପରିଚିତ ପ୍ରେମର ଦିନଲିପି

ବିରଞ୍ଚିନାରାୟଣ ମିଶ୍ର

ତୁମ ନୀରବ ଚାହାଣିରେ
ଲୁଚିଥାଏ ଅଜଣା ବାଟର ଆଲୋକ,
ଏକ ସ୍ପର୍ଶହୀନ ସ୍ପନ୍ଦନ
ମନର ଅନ୍ଧାରକୁ ଅଦୃଶ୍ୟ ସ୍ପର୍ଶରେ ଶୁଣାଇ ଯାଏ
ଗାଇ ପ୍ରୀତିର ରାଗିଣୀ ।
ଅସ୍ପଷ୍ଟ ଗତିରେ ଉଡିଯାଉଥିବା
ସ୍ମୃତିର ପତଙ୍ଗ –
ତୁମ ନାଁ ର ପବନକୁ ଛୁଁଇ
ଏମିତି ଉଡେଯେ —
ଯେଉଁଠି ପତନରେ ଥାଏ
ଏକ ମଧୁର ଭରସା।
ତୁମ ପ୍ରେମ ଘୋଡାଇ ଦିଏ
ମନର ମେଘକୁ କଅଁଳ ପଣତ ତଳେ ।
ନୀରବ ଆଲୋକ ଜଳି ଉଠେ
ଠିକ ଦିନବେଳା ଜଳୁଥିବା ଦୀପ ଭଳି,
ଯାହାର ଆଲୋକ ଦିଶେନି, କିନ୍ତୁ
ମନକୁ ଛୁଇଁଯାଏ ଗଭୀର ଭାବରେ ।
ତାହା ଅସ୍ଥିର
ତଥାପି ଅସୀମ,
କ୍ଷଣିକ ତଥାପି ଶାଶ୍ୱତ।
ପ୍ରତ୍ୟେକ ନିଶ୍ୱାସ ହେଉଛି
ଗୋଟିଏ ନବ ଅଧ୍ୟାୟ,
ପ୍ରେମର ଆଲୋଚ୍ୟ ବିଷୟ।
ଯାହା ଆରମ୍ଭ ହୋଇ
ଫେରାଇ ନିଏ ମୋତେ ତୁମ ପାଖକୁ।
*******
ମଲ୍ଲୀପୁର, ନିଆଳ
ଖୋର୍ଦ୍ଧା
9439011063

Leave a Reply