ଭାବୁଥାଅ ଯଦି ତୁମେ ମୁଁ ପ୍ରେମିକ କବି,
ଦର୍ପଣ ଆଗରେ କେବେ ଦେଖିଛ ନିଜ ଛବି |
ଯଦି କେବେ ଲେଖିଥାଏ ପ୍ରେମର କବିତା,
ଆଉ କାହା ପ୍ରେମ କଥା ମୋ ହାତରେ ଲେଖା |
ତୁମ ପରି ପ୍ରେମିକା ଯେ ମୋ ଭାଗ୍ୟରେ କାହିଁ,
ମିଥ୍ୟା ପ୍ରତିଶ୍ରୁତି ଦେବା ମୋ ଜାତକରେ ନାହିଁ |
ତୁମ ଭାବ ମୋ ଅଭାବ ପୁରାପୁରି ଭିନ୍ନ,
ଆମ ପ୍ରେମ ଅଧାବାଟେ ହୋଇଯିବ ଛିନ୍ନ |
ତୁମେ ହ୍ୱାଇଟ ଆଉ ମୁଁ ବ୍ଲାକ ଏଣ୍ଡ ଟିଭି,
ସେଥିରେ ଫୁଣି କଲରଫୁଲ ଦେଖାଯିବ ଛବି |
କିଏ କହେ ପାଗଳ ମୁଁ କିଏ କହେ ବୋକା,
ମତେ ନେଇ ପ୍ରେମ କଲେ ଖାଇଯିବ ଧୋକା |
ତୁମ ପାଇଁ ଜୀବନ ପ୍ରେମର ରାଗିଣି,
ମୋ ପାଇଁ ସଂସାରଟା ବଡ ମାୟାବିନୀ |
ଏ ସୁନ୍ଦରୀ ନାରୀ ତୁମ ମାୟା ବଡ ବିପରୀତ,
ତୁମେ ଖୋଜୁଥିବା ଏ ନୁହେଁ ଗରାଖର ହାତ |
ସମୟ ଆଜି ମତେ ସଜାଇ ଦେଇଛି ବେରସିକ କବି,
ମୋ ପ୍ରେମର ତାଲା କୁଆଡେ ଗଲାଣି ହଜିଛି ତାର ଚାବି |
