ଅଛୁଆଁ ପୋଢୁଆଁ

ମୁଁ ମୋ ନନା ବୋଉଙ୍କର ଦ୍ଵିତୀୟ ସନ୍ତାନ। ପ୍ରଥମାଷ୍ଟମୀ ଦିନ ଭାଇନା ହିଁ ନୂଆ ପିନ୍ଧନ୍ତି, ମୁଁ ନୁହେଁ। ସେଥିପାଇଁ ମୁଁ ଖୁବ କାନ୍ଦେ। ଅଭିମାନ କରେ। ମାତ୍ର ତାହା ବେଶୀ ସମୟ ରହେ ନାହିଁ। ଆମ ଦାଣ୍ଡ ଦୁଆରକୁ ଜଣେ ଶାନ୍ତ ସରଳା କମଦାମର କସ୍ତା ପିନ୍ଧା ମହିୟସୀଙ୍କର ଆବିର୍ଭାବ ହୁଏ। ମୋ ବୋଉ ସତେ କି ତାକୁ ଅପେକ୍ଷା କରିଥାଏ। ସେ ପହଂଚୁ ପହଂଚୁ ବୋଉ କହେ “ଯା ତୋ ବୋଉ ଆସିଲାଣି, ପୋଢୁଆଁ … Continue reading “ଅଛୁଆଁ ପୋଢୁଆଁ”

କୋଟିଵସ୍ତ୍ର

ଏକ ଗ୍ରାମ୍ୟ ମେଳଣ ପଡିଆରେ ହେଉଛି ଦୁରାଗତ କୌଣସି ଯାତ୍ରାଦଳ ଦ୍ୱାରା ଯାତ୍ରା ପରିବେଷଣ. ବାପାଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲା ବାରବର୍ଷର ଝିଅ ଶ୍ରାବଣୀ। ମଞ୍ଚସ୍ଥ ହେଉଥିଲା ପୌରାଣିକ ନାଟକ ମହାଭାରତ। ପ୍ରଥମେ ରେକର୍ଡ ଡ୍ୟାନ୍ସ। ତାପରେ ଶକୁନିର ପଶା ଖେଳ ପାଣ୍ଡବଙ୍କ ସହ। ତାପରେ.. ତାପରେ… ନାଟକ ଚାଲିଛି. କେତେବେଳେ ଝିଅଟିର ଆଖିକୁ ନିଦ ଆସିଯାଇଛି,ବାପାଙ୍କ କୋଳରେ ମୁଣ୍ଡ ରଖି ଶୋଇଯାଇଛି। କିଛିସମୟ ପରେ ଆଖିଖୋଲିଲା ବେଳକୁ ନାଟକ ଚାଲିଛି ଦ୍ରୌପଦୀ ବସ୍ତ୍ରହରଣ। ଦୁଃଶାସନ … Continue reading “କୋଟିଵସ୍ତ୍ର”

ବିରଞ୍ଚି

ବିରଞ୍ଚି ମୋ ସାଙ୍ଗ, ସ୍କୁଲରେ ଆମେ ଏକା କ୍ଲାସରେ ପଢ଼ୁଥିଲୁ । ସେ ପ୍ରତିଦିନ ଡେରିରେ କ୍ଲାସକୁ ଆସୁଥିଲା, ପାଠ ହେଉ ନଥିଲା ତାର, ମାନସାଙ୍କ ପଚରା ହେଲେ ସେ ଏମିତି ହୋଇ ଝରକା ବାହାରକୁ ଚାହିଁ ରହୁଥିଲା ଯେ, ତାକୁ ଦେଖି ଆମକୁ ବହୁତ କଷ୍ଟ ହେଉଥିଲା । ଶିକ୍ଷକ ଆମକୁ ଜୀବନର ଲକ୍ଷ୍ୟ ପଚାରିଲେ, ଆମେ କେହି ଶିକ୍ଷକ ହେବାକୁ ଚାହୁଁଥିଲୁ । କେହି ଡାକ୍ତର, କେହି ଓକିଲ । କିନ୍ତୁ ବିରଞ୍ଚି ସେସବୁ … Continue reading “ବିରଞ୍ଚି”

ପ୍ରେମିକାର ନାଁ କହିବିନି

ପ୍ରେମିକାର ନାଁ ମୁଁ ଜାଣିଛି.ସଭିଙ୍କୁ କହିବାର ସାହସ ହେଉନି. କେମିତି କହିପାରିବି. ଜୀବନଟି ବି ମୋର ସେମିତି. ଜୀବନ ମୋର ଅଜସ୍ର ଅପାସୋରା ସ୍ମୃତିର ଉପହାର. କେବେ କେବେ ଗୋପନ ସ୍ମୃତିର ଶରଶଯ୍ୟା ମୋ ମନ, ପ୍ରାଣ ଓ ଚେତନାକୁ ମଥିତ କରେ, ଅବ୍ୟକ୍ତ ବେଦନାରେ ମୁଁ ମ୍ରିୟମାଣ ହୋଇପଡ଼େ. ମୋର ଏହି ଆନ୍ତର୍ଦହନକୁ ଈଶ୍ୱର ଓ ମୁଁ ବ୍ୟତୀତ ଆଉ କିଏ ବା ବୁଝିପାରିବ?ସ୍ମୃତି ପାଉଁଶ ତଳର ନିଆଁ. ଟିକେ ସହୃଦୟତା, ଚିରୁତାଏ ସହାନୁଭୂତି ତାକୁ … Continue reading “ପ୍ରେମିକାର ନାଁ କହିବିନି”

କ୍ଷମା ଓ ଦଣ୍ଡ

ସନ୍ଧ୍ୟା ସମୟ ! କେନାଲର ପିଚୁ ରାସ୍ତାରେ ଲୋକମାଙ୍କର ଯାତାୟତ ପ୍ରାୟ ବନ୍ଦ ହେଇ ଗଲାଣି | ନିଛାଟିଆ ରାସ୍ତା କୁଆଡେ କେହି ନାହାନ୍ତି ସବୁଆଡେ ଶୂନ୍ୟତାର ତାଣ୍ଡବ | ମଝିରେ ମଝିରେ ବିଲୁଆମାନଙ୍କର ହୁକେ ହୋ ହୁକେ ହୋ.. ର ବିକଟାଳ ଶବ୍ଦ |ଗୋଟିଏ ସିମେଣ୍ଟ ତିଆରି ପୋଲ ଉପରେ ବସି ମନୋଜ ଅନ୍ୟମନସ୍କ ଭାବରେ ଚାହିଁଥିଲା ରାସ୍ତାକୁ |ଯେମିତି ଗୋଟିଏ ମୁହୂର୍ତ ଭିତରେ ସବୁକିଛି ପରିବର୍ତ୍ତନ ହୋଇ ଯାଇଥିଲା ତାର ଅତୀତ ଓ ବର୍ତମାନ … Continue reading “କ୍ଷମା ଓ ଦଣ୍ଡ”