ନିରକ୍ତିଆ ସବୁ ବିରକ୍ତିଆ ଭାବେ ଆସକ୍ତିଆ ଗଲେ ହୋଇ, ରକତ ଭକତ କଞ୍ଚା ଖାଇବାକୁ ହେଉଛନ୍ତି ହାଇଁ ପାଇଁ। ନିଜର ଖୋଜିଲେ ଜଣେ କିଏ ନାହିଁ ରକତେ ବାଡ ପଡ଼ିଛି, ପରଲୋକ ହୋଇ ଘରଲୋକଠାରୁ ବେଶୀ କାମରେ ଆସୁଛି। ସବୁଠୁ ନିଜର ନିଜ ମୋବାଇଲ ଡାଟା ପ୍ୟାକ ଯଦି ଅଛି, ବଡ ଦୁଃଖ ଆଜି ନେଟ ନ ଆସିଲେ ଯଦି ମୁଣ୍ଡୁଳି ବୁଲୁଛି। ଘରେ ନାହିଁ ତାଲା ମୋବାଇଲରେ ଆଜି ପାର୍ଟନ ଲକ୍ ହୁଏ, ଗୋଟେ ଘରେ … Continue reading “ଅନଙ୍ଗଭୂତ”
ଯେବେ ଯୌବନ ଡେଣା ଶକ୍ତ ହେଲା ସେଦିନ ଖୁସିରେ ମୁଁ ଉଡିଲି ଅନେକ ଦୂର ତୁମ ସହ ଦେଖା ହେଲା ଏକ ନିରୋଳା ଜାଗାରେ ଆପଣାର ହେଊ ହେଉ ତୁମ ସହ ତୁମେ ଚାଲିଗଲ ବହୁ ଦୂର କାହାର ଏକ ଅଜଣା ନୀଡ଼କୁ ନୀରବରେ ବିତିଗଲା ବହୁଦିନ ସ୍ମୃତିରେ ରହିଗଲ ତୁମେ ଖୋଜିଲି ମୁଁ ଅନ୍ତରେ ବାହାରେ ବିତିଗଲା କେତେ ବର୍ଷା ଓ ବସନ୍ତ ଦିନେ ଦେଖା ହେଲା ତୁମ ସହ ସେଇ ନିରୋଳା ଜାଗାରେ, ତୁମେ … Continue reading “ନିଃଶବ୍ଦ ପ୍ରେମ”
ଅଭିମାନ ପରା ସୁରାପାନ ସମ ଯେତେ ପିଉଥିବ ନିଶା ବଢିବ, ମତୁଆଲା ହେଲେ ଅଭିମାନ ପିଇ ରାସ୍ତାଘାଟେ ପଡ଼ି ଜୀବନ ଯିବ। ଅଭିମାନ କଲେ ନିଜ ଲୋକଠାରେ ଦୁରେଇବେ ଅନାଦର କରିକି, ପରଠାରେ କଲେ ନାକ ଟେକି ଯିବେ ଅନାଇବେ ନାହିଁ କେହି ବୁଲିକି। ଜୀବନ ସଂସାରେ ନାଟକ ଚାଲିଛି ଅଭିନେତ୍ରୀ ଅଭିନେତା ସଭିଏଁ, କିଏ ସେ ନାୟକ ନାୟିକା ହେଉଛି ଖଳନାୟକ ବା ନାୟିକା କିଏ। ହାସ୍ୟଅଭିନେତା ଯେଝା ଚରିତ୍ରକୁ ନେଇ କିଏ ଅଭିନୟ କରୁଛି, … Continue reading “ଅଭିମାନ”
ପାଇଲି ଦିନେ ମୋ ଜୀବନ ଭିତରୁ ଆନନ୍ଦର ଚାବି ଖୋଜି, ମନ୍ଦବୁଦ୍ଧି ଛୋଟ ବିଚାର ଯାହାର ଜୀବନରୁ ଦେଲେ ତେଜି, ଶାନ୍ତିରେ କଟେ ଜୀବନ ଅବୁଝା ଜିଦିଆ ମନୁଆ ଗାଲୁଆ ବିନା ଚାବି ତାଲାମାନ। କାହା ଆଗେ କେବେ ନିଜକୁ ପ୍ରମାଣ କରିବାର ଇଛା ଛାଡ଼, ସମୟ ସେଥିରେ ନଷ୍ଟ କରନାହିଁ ସତ୍ୟ ପଥେ ସଦା ଚାଲ, ଆପେ ପ୍ରମାଣ ହୋଇବ, ଭଲ ମନ୍ଦ ତୁମ ଚରିତ୍ର ଚେତନା ସମାଜରେ ଛାପ ଥିବ। ସୁଖିଟିଏ ସଦା ଗୁରୁତ୍ୱ … Continue reading “କୋଇଲା”
ବିରଞ୍ଚିନାରାୟଣ ମିଶ୍ର ମୁଁ କହୁଥିଲି, ତୁମେ ଶୁଣୁଥିଲ, ମୋ କଥା ତୁମ ଚାହାଁଣୀରେ ହାଲୁକା ଲହରୀ ଖେଳୁଥିଲା ତୁମେ କହୁଥିଲ କମ, ଶୁଣୁଥିଲ ବେଶୀ ମୋ ପ୍ରତିଟି କଥାକୁ ତୁମ ହୃଦୟେ ଲେଖି ନେଉଥିଲ । ତୁମେ ହସୁଥିଲ ସୁନ୍ଦର ଠିକ ପ୍ରଭାତର ଫୁଲ ପରି, ତୁମ ହସରେ ଝରୁଥିଲା ମହୁ, ମୁକ୍ତା ଝରୁଥିଲା କି ନା ମୁଁ ଜାଣିନି — ମୋ ମନ ସେ ହସରେ ଭାସି ଯାଉଥିଲା ତୁମ ହସ ଥିଲା ଶିଶିର ବିନ୍ଦୁ, … Continue reading “କାଚକାନ୍ଥର ଏପାଖେ ସେପାଖେ”
ବିରଞ୍ଚିନାରାୟଣ ମିଶ୍ର ସମୟ ଗୋଟିଏ ନଈ — ନୀରବେ ଚାଲେ, ଅବିରତେ ବହି , ସେ ଅଟକି ଯାଏନା କି ପଛକୁ ଫେରେନା ତାର ଜଳରେ ରହିଛି ଜୀବନର ସବୁ ରଙ୍ଗ। ଏ କୂଳେ ହସ ଓ ଆନନ୍ଦର ଅଲୋକ, ସେ କୂଳେ ଦୁଃଖ ଓ ବିରହର ଅନ୍ଧକାର। କେବେ ତା ତରଙ୍ଗରେ ଖେଳେ ସ୍ୱପ୍ନ ଓ ଆଶା, କେବେ ଭଉଁରିରେ ବୁଡ଼େ ମନର ଶାନ୍ତି। ସେ ନଈ ଚାଲେ — ନିଜ ଇଛାରେ, କେଉଁଠି ଶିଳା … Continue reading “ଜୀବନ ଗୋଟେ ନଈ”
ସୁଖ ଖୋଜୁ ଖୋଜୁ ଦୁଃଖ ଦରିଆରେ ବୁଡ଼ିଯାଏ ମୋର ତରୀ, ଲବଣ ସାଗରେ ମହୁ ଖୋଜୁ ଖୋଜୁ ଜୀବନ ଯାଉଛି ସରି.। (0) ସୁଖ ବୋଲି ଯାହା ଭାବନ୍ତି ସକଳେ ଆକାଶ କୁସୁମ ଏକା , ଜୀବନର ମରୁଭୂମିରେ ଚାଲିଛି ଅନୁସରି ମରୀଚିକା, ସୁଖ ଏମିତିକା ଅପହଞ୍ଚ ଜାଗା ଠିକଣା ନାହିଁ ତାହାରି। (1) ସୁଖ ଖୋଜୁ ଖୋଜୁ……. ତୁମେ ଏକା ସୁଖ ଆଉ ସବୁ ଦୁଃଖ ତୁମେ ଥିଲେ ସବୁ ଅଛି, ସଂସାରରେ ସବୁ ଥିଲାବେଳେ … Continue reading “ସୁଖ ଖୋଜୁ ଖୋଜୁ”
ଜାଣେନାହିଁ କେବେ କେଉଁଦିନ ମୋର ଜୀବନ ଦୀପ ଲିଭିବ, ତୁମ ଦରଶନ ବିନା ଏ ଜୀବନେ ସଞ୍ଜ କେବେ ନଇଁ ଯିବ। (0) ଜାଣେ ନାହିଁ ମନ୍ତ୍ର ଜଣେ ନାହିଁ ତନ୍ତ୍ର ସେବା ଧର୍ମ ଉପଚାର , ତୁମେ ସବୁ ଜାଣ ଆହେ ମହାବାହୁ ମୁହିଁ ଦୀନ ହୀନ ଛାର, ଜୀବନ ଆରମ୍ଭ ତୁମରି ଦୟାରେ କେତେବେଳେ ସରିଯିବ। (1) ଜାଣେନାହିଁ କେବେ…… ଧରି ଭାଗ୍ଯ ଡୋରି ଅଦୃଶ୍ଯରେ ଥାଇ କରମକୁ ପରଖୁଛ, ନୀରବ ଦର୍ଶକ ପରି … Continue reading “ଜାଣେନାହିଁ”
ବିରଞ୍ଚିନାରାୟଣ ମିଶ୍ର ବୋଉ ହଜିଗଲେ ପୁଅଝିଅ ବୁଝନ୍ତି ବୋଉକୁ ପାଖେ ଥିଲେ ଲାଗେ ସିଏ ନିଃଶୁଳ୍କ ଦାସୀଟେ। ବୁଝିବାକୁ ଇଛା କଲେ ବିତିଯାଏ ଜନ୍ମ ଜନ୍ମାନ୍ତର ତଥାପି ଅବୁଝା ରୁହେ ଈଶ୍ବରଙ୍କ ପରି । ଦୁଃଖ ମୋର ତା ପାଇଁ ଏ କଥା ଏକାନ୍ତ ନିଜର ବୋଉ ବିକଳ୍ପ କଣ ଦୁନିଆରେ ନାହିଁ? ବହୁଦିନ ଖୋଜିଛି ମୁଁ ପାଇନି ଉତ୍ତର। ଏ କେମିତି କଥା କହିଲୁ ବୋଉ ଷାଠିଏ ବୟସେ ତୋର ଛାଡି ଗଲୁ ମୋତେ। ଏବେ … Continue reading “ବୋଉ”
ଭଲ ପାଇବାଟି ମନ୍ଦ ନୁହେଁ କେବେ ଯୁଗେ ଯୁଗେ ଏହା ଥିଲା, ବର୍ତ୍ତମାନ ଏହି ସମାଜରେ କିନ୍ତୁ କଳୁଷିତ ହୋଇଗଲା, ସେବେ ଦେହାତୀତ ଥିଲା, ଏବେ ଏ ପ୍ରେମକୁ ଲକ୍ଷ୍ୟ କଲେ ଲାଗେ ସବୁଠି ଦେହର ପାଲା। ନବେଭାଗ ପ୍ରେମ ଭଲପାଇବାରେ ଦେହ ଭୋଗ ଆତୁରତା, ତହିଁରେ ନିହିତ ଅର୍ଥ ଭାବ ଅଧେ ନାହିଁ ବୟସର ଚିନ୍ତା, ଯାହାକୁ ଯିଏ ରସିଲା, ଚମ୍ପାଫୁଲ ଦେଖି ପାରୁଡ଼ା ପୋକଟି ପୋକଶୁଙ୍ଗାରେ ବସିଲା। ପୁଅଝିଅ କେହି ଏହି ରୋଗ ପାଇଁ … Continue reading “ଭଲପାଇବା”
