ଚନ୍ଦନର ସୁଗନ୍ଧ ଭରି ତୁମ ପାଦପଦ୍ମରେ ପୂରୀ ମୋର ହୃଦୟ ତଳେ ରହି ତୁମେ ସଜାଅ ମୋର ସବୁ ସ୍ବପ୍ନ। ନିଶୀ ଆକାଶରେ ତରା ଜଣେଇଦିଏ ତୁମ ସାଥୀ, ସୁର୍ଯୋଦୟର ପ୍ରଥମ କିରଣ ତୁମ ପ୍ରେମର ଦୀପ୍ତି। ପ୍ରେମେ ତୁମେ ଭକ୍ତି ଦିଅ ଭକ୍ତିରେ ତୁମେ ପ୍ରେମ କର ମୋର ଜୀବନର ପ୍ରତ୍ୟେକ ଶ୍ୱାସ ହୋଇଯାଉ ତୁମର ନାମ। ବାସୁଦେବ, ମାଧବ, ଗୋପାଳ ତୁମ ପ୍ରେମର ଦିବ୍ୟ ରୂପ, ରାଧାର ନୟନର ଲୁହ ହେଉ ପ୍ରେମର ଭକ୍ତିଗୀତ। … Continue reading “ପ୍ରେମରେ ଭକ୍ତି – ଭକ୍ତିରେ ପ୍ରେମ”
ତୁମେ ତ ସମୟର ଶିଳ୍ପୀ, ତୁମତ ଗଢ଼ିଛ ଜୀବନର ଆକୃତି। ହସି ହସି ସହିଛ, ଦୁଃଖର ଝଡ଼, ତଥାପି ତୁମ ମୁହଁରେ ଶାନ୍ତିର ପ୍ରଭା । ତୁମେ କହିଥିବା ଗଳ୍ପ, ବହୁତ ମନେ ପଡେ, ତୁମ ଆଶୀର୍ବାଦରେ ଆମେ ବଞ୍ଚିଛୁ ଚାଲୁଥିବା ପାଦେ ପାଦେ ସୁଖର ଅନୁଭଵ ଧ୍ୱନି,ଶୁଣିପାରୁଛୁ । ତୁମେ ଘରର ଆତ୍ମା, ଜୀବନର ଜ୍ୟୋତି । ତୁମେ ଚୁଲିର ସିଧା, ଚକ୍ଷୁରେ ଶାନ୍ତ ଆଲୋକ, ତଥାପି ମନେ ଥାଏ ସେଇ ପୁରୁଣା ସ୍ଵପ୍ନର ଆଶା … Continue reading “ସମୟର ଶିଳ୍ପୀ”
ପ୍ରେମିକାର ନାଁ ମୁଁ ଜାଣିଛି.ସଭିଙ୍କୁ କହିବାର ସାହସ ହେଉନି. କେମିତି କହିପାରିବି. ଜୀବନଟି ବି ମୋର ସେମିତି. ଜୀବନ ମୋର ଅଜସ୍ର ଅପାସୋରା ସ୍ମୃତିର ଉପହାର. କେବେ କେବେ ଗୋପନ ସ୍ମୃତିର ଶରଶଯ୍ୟା ମୋ ମନ, ପ୍ରାଣ ଓ ଚେତନାକୁ ମଥିତ କରେ, ଅବ୍ୟକ୍ତ ବେଦନାରେ ମୁଁ ମ୍ରିୟମାଣ ହୋଇପଡ଼େ. ମୋର ଏହି ଆନ୍ତର୍ଦହନକୁ ଈଶ୍ୱର ଓ ମୁଁ ବ୍ୟତୀତ ଆଉ କିଏ ବା ବୁଝିପାରିବ?ସ୍ମୃତି ପାଉଁଶ ତଳର ନିଆଁ. ଟିକେ ସହୃଦୟତା, ଚିରୁତାଏ ସହାନୁଭୂତି ତାକୁ … Continue reading “ପ୍ରେମିକାର ନାଁ କହିବିନି”
ତୁମ ନୟନ ହେଉଛି ଏକ ଅନନ୍ତ ଗଭୀର ସମୁଦ୍ର, ଯେଉଁଠାରେ ମୋର ହୃଦୟ ଶାନ୍ତି ଓ ପ୍ରେମର ତରଙ୍ଗ ପାଏ । ପ୍ରତିଟି ଦୃଷ୍ଟିରେ ମୁଁ ତୁମ ସ୍ମୃତି ଖୋଜେ, ପ୍ରତିଟି ସ୍ମୃତି ମୋ ଆତ୍ମାରେ ଅନନ୍ତ ଆଲୋକ ଝରାଏ । ତୁମ ହସ, ମୋ ଦୁଃଖର ଶାନ୍ତି, ତୁମ ସ୍ନେହ, ମୋ ଅନ୍ଧକାରର ଆଲୋକ । ତୁମେ ପାଖରେ ଥିଲେ, ସଂସାରର ସମସ୍ତ ଶବ୍ଦ ନିଃଶବ୍ଦ ହୋଇଯାଏ, ମୋ ହୃଦୟ ତୁମ ପ୍ରେମର ସଙ୍ଗୀତ ଗାଏ … Continue reading “ମଧୁର ମୂର୍ଚ୍ଛନା”
ତୁମ ନୟନ ମୁଁ ଯେତେବେଳେ ଦେଖେ ମୋ ହୃଦୟର ଦୁଃଖ ହାଲୁକା ହୋଇଯାଏ ତୁମର ହସ, ଜୀବନର ଗଭୀର ନଦୀ ଭଳି ମୋ ମନକୁ ଶାନ୍ତି ଦିଏ, ସ୍ନେହର ଲହରୀ ଖେଳାଏ ତୁମେ ମୋ ହୃଦୟର ସଙ୍ଗୀତ ମୋ ସ୍ୱପ୍ନର ରୂପ, ସଦା ମୋ ସାଙ୍ଗ ତୁମ ସହିତ ଜୀବନ ବିତାଇ ବାକୁ ଚାହେଁ ଏ ମୋ ମନର ଗୀତ, ପ୍ରେମର ଗୀତ ସକାଳ ହେଲେ ତୁମ ସ୍ମୃତି ମୋ ମନରେ ଆସେ ପ୍ରକୃତିର ପ୍ରତ୍ୟେକ କୋଣରେ … Continue reading “ତୁମେ ମୋ ହୃଦୟର ସଙ୍ଗୀତ”
ପ୍ରଥମେ ଆମେ ଭାରତୀୟ ସଂସ୍କୃତିର ମୂଲ୍ୟବୋଧ ଏବଂ ବେଦ ମାନଙ୍କର ଶିକ୍ଷାକୁ ନଵରାତ୍ରି ପର୍ବ ସହ ସମ୍ବନ୍ଧିତ ଭାବରେ ଚର୍ଚ୍ଚା କରିବା । ହିନ୍ଦୁମାନେ ପ୍ରତିବର୍ଷ ଏହି ପର୍ବକୁ ଉତ୍ସାହ ଓ ଭକ୍ତି ଭାବରେ ପାଳନ କରିଥାନ୍ତି, କିନ୍ତୁ ଅଧିକାଂଶ ଲୋକ ନବରାତ୍ରିର ଗୁରୁତ୍ୱ ବିଷୟରେ ଏହାର ମୂଳ ଅର୍ଥ କିଛି ଜାଣନ୍ତି ନାହିଁ । ଥରେ ଜଣେ ବିଦେଶୀ ଆଗନ୍ତୁକ ନବରାତ୍ରିର ଅର୍ଥ ପଚାରିବା ପରେ କେହି ଜଣେ ଵି ତାହାଙ୍କୁ ପ୍ରକୃତ ଅର୍ଥ ବୁଝାଇବାକୁ … Continue reading “ନବରାତ୍ରିର ଆଧ୍ୟାତ୍ମିକ ମାନ୍ୟତା”
ସନ୍ଧ୍ୟା ସମୟ ! କେନାଲର ପିଚୁ ରାସ୍ତାରେ ଲୋକମାଙ୍କର ଯାତାୟତ ପ୍ରାୟ ବନ୍ଦ ହେଇ ଗଲାଣି | ନିଛାଟିଆ ରାସ୍ତା କୁଆଡେ କେହି ନାହାନ୍ତି ସବୁଆଡେ ଶୂନ୍ୟତାର ତାଣ୍ଡବ | ମଝିରେ ମଝିରେ ବିଲୁଆମାନଙ୍କର ହୁକେ ହୋ ହୁକେ ହୋ.. ର ବିକଟାଳ ଶବ୍ଦ |ଗୋଟିଏ ସିମେଣ୍ଟ ତିଆରି ପୋଲ ଉପରେ ବସି ମନୋଜ ଅନ୍ୟମନସ୍କ ଭାବରେ ଚାହିଁଥିଲା ରାସ୍ତାକୁ |ଯେମିତି ଗୋଟିଏ ମୁହୂର୍ତ ଭିତରେ ସବୁକିଛି ପରିବର୍ତ୍ତନ ହୋଇ ଯାଇଥିଲା ତାର ଅତୀତ ଓ ବର୍ତମାନ … Continue reading “କ୍ଷମା ଓ ଦଣ୍ଡ”
ଭାବୁଥାଅ ଯଦି ତୁମେ ମୁଁ ପ୍ରେମିକ କବି, ଦର୍ପଣ ଆଗରେ କେବେ ଦେଖିଛ ନିଜ ଛବି | ଯଦି କେବେ ଲେଖିଥାଏ ପ୍ରେମର କବିତା, ଆଉ କାହା ପ୍ରେମ କଥା ମୋ ହାତରେ ଲେଖା | ତୁମ ପରି ପ୍ରେମିକା ଯେ ମୋ ଭାଗ୍ୟରେ କାହିଁ, ମିଥ୍ୟା ପ୍ରତିଶ୍ରୁତି ଦେବା ମୋ ଜାତକରେ ନାହିଁ | ତୁମ ଭାବ ମୋ ଅଭାବ ପୁରାପୁରି ଭିନ୍ନ, ଆମ ପ୍ରେମ ଅଧାବାଟେ ହୋଇଯିବ ଛିନ୍ନ | ତୁମେ ହ୍ୱାଇଟ ଆଉ … Continue reading “ମିଛ ସମ୍ପର୍କ”
କହ୍ନେଇ ମଥାରେ ମୟୂର ଚନ୍ଦ୍ରିକା ସାତ ରଙ୍ଗେ ରଙ୍ଗାୟିତ କଳା ମେଘ ଦେହେ ଇନ୍ଦ୍ରଧନୁ ଶୋହେ ସାତ ରଙ୍ଗ ଚାରୁଚିତ୍ର । ଅଜଣା ଶିଳ୍ପୀର ତୂଳୀରେ ଅଙ୍କିତ କମନୀୟ ରୂପ କାନ୍ତି କବି ଭାବୁକର ଚିନ୍ତା ଚେତନାର ରଙ୍ଗୀନ୍ ପରଜାପତି । ସାତଟି ରଙ୍ଗର ମଧୁର ସଂଯୋଗ ସରଜେ ଧନୁର ଭ୍ରମ ମାଟିରୁ ଆକାଶ ସୁନ୍ଦର ସୁବେଶ ମଞ୍ଜୁଳ ମନୋରମ । ସାତସୁରେ ବନ୍ଧା ମଣିଷ ଜୀବନ ସପ୍ତାହକ ସାତ ବାର ସମୟ ସହିତ ରଙ୍ଗର ସଂଯୋଗ … Continue reading “ଇନ୍ଦ୍ରଧନୁ”
