ମନ ଇଛା ଦୁଇ ଅଲଗା ଅଲଗା ମନ ଥିଲେ ଇଛା ନାହିଁ, ମନ ସଦା ବଶ ଇନ୍ଦ୍ରିୟରେ ହୁଏ ଇଛା ପରିସ୍ଥିତି ନେଇ, ମନ ଇଛା ଯିଏ କରେ, ବିପଦ ତା ପିଛା କେବେ ଛାଡେନାହିଁ ଜିଇ ଥାଉ ଥାଉ ମରେ। ଏଣୁ ଏ ମଣିଷ ଜୀବନରେ ଯଦି କେବେ କିଛି ଇଛା କରେ, ପରିସ୍ଥିତି ନିଶ୍ଚେ ବାଧ୍ୟ କରୁଥାଏ ମନ ନ ଥାଏ ତହିଁରେ, ଅନେକ ପ୍ରକାର ଇଛା, ପୁରଣ ନ ହେବା ଦେଖା ଯାଇଥାଏ … Continue reading “ମନ ଇଛା”
ଅଫେରା ରାଇଜେ ଘର ମୁଁ କଲିଣି ଫେରିବାର ପଥ ରୁନ୍ଧା ଅଲୋଡ଼ା ଥିଲି ମୁଁ ତୁମ ହୃଦୟରେ ମୋ ପ୍ରେମେ ନୋହିଲ ବନ୍ଧା, ଜାଣିଲ ଯେବେ ଅଫେରା, ତୁମେ ଆସିବ କି! ପଚାରୁଚ ଏବେ ମୋତେ ଲାଗୁଚି ଛୋପରା!! ବୟସର ସଞ୍ଜ ନଇଁବା ଆଗରୁ ନୀଡ଼ହରା ପକ୍ଷୀପରି, ଘୁରି ବୁଲୁଥିଲି ବେସାହାରା ହୋଇ ଥିଲା ତୁମ ପ୍ରୀତି ଘାରି, ତାରାମେଳେ ଗଲି ମିଶି, ଆଉ କି ଫେରିବି ମଉଳା ମନ ମୋ ଆଉଥରେ ହେବ ଲେଶି। ଆଜି … Continue reading “ସଜ”
ବିନା ସ୍ୱାର୍ଥରେ କି ସମ୍ପର୍କ କେଉଁଠି ଜଗତ ଭିତରେ କାହିଁ, କେଉଁଠାରେ କିଏ କା ଯୋଡ଼ିଛି କହ କାହା ସାଙ୍ଗେ ଯାଇ? ହସିବା କାନ୍ଦିବା ଆବେଗ ମନର କେହି ନୋହେଁ କାହା ପାଇଁ, ଲୋକଙ୍କ କଥାକୁ ଗୁରୁତ୍ୱ ଯେ ଦେଇ ଚଳେ ସେ କଥାକୁ ନେଇ। ଯେଉଁ ଲୋକମାନେ ଆଜି କହୁଥାନ୍ତି ତୁମେ ଭଲ ସବୁଠାରୁ, ସେଇ ଲୋକମାନେ କାଲିକି କହନ୍ତି ତୁମେ ଜଣେ ଗୋତ୍ର ମାରୁ। ଏ କଥା ଶୁଣିକି ଯେଉଁ ଲୋକ ଏହି ସମାଜରେ … Continue reading “ସମ୍ପର୍କ”
ଆଜିର ଅପ୍ରିୟ ସତ କଥା ହେଲା ସତ କଥା କହିବନି, ନ ଦେଖିଲା ଓଉ ଛ ଫଡା କହିଲେ ତୁମେ ଅଟ ବଡ଼ ଜ୍ଞାନୀ। ଅଳପ ଜାଣିକି ବହୁ ବଖାଣିଲେ ତୁମେ ବଡ଼ ପ୍ରବାଚକ, ଖଣ୍ଡିଆ ଗୀତକୁ ରଙ୍କ ପଣ୍ଡିତ ସେ କଳିଯୁଗ ଧର୍ମ ବକ। ମାଗିଲେ କେଉଁଠି ଜ୍ଞାନ ମିଳେ ନାହିଁ ଜାଚି କରି ମିଳେ ତାହା, ବଡ଼ ବଡ଼ କରି ଫଳକ ଝୁଲେଇ ମଣ୍ଡପରେ ମିଳେ ଯାହା। ଆଜିକାଲି ଦାନ କିଏ ବା ଦେଉଛି … Continue reading “ଅପ୍ରିୟ”
ସଂସାରରେ ଜନ୍ମି ଲୋଭ ମୋହ ମାୟା କିଏ ବା ପାରିଛି ଛାଡ଼ି, ଇନ୍ଦ୍ରିୟ ଯନ୍ତ୍ରଣା ଆଣେ କୁମନ୍ତ୍ରଣା ନାନା ଉପାୟକୁ ଧରି, ମନ ନୋହେ ଥୟ କରି, ଦୂରେଇବା ପାଇଁ ବିବେକ କହଇ ସୁଖ ଆସେ ସରି ସରି। ମନକୁ ସଂଜମ ଅଟଇ ବିଷମ ଭୋଗ ଲିପ୍ସା ଜାଗେ ମନେ, ଅଳିକ ସୁଖକୁ ଆପଣାର ମଣି ପୁରାଣ ଶାସ୍ତ୍ର ସେ ଶୁଣେ, ପ୍ରବଚନ ଆୟୋଜନେ, ଅର୍ଥ ବ୍ୟୟ କରେ ଡ଼ାକବାଜି ଦରି ଚଉକି ତମ୍ବୁକୁ ଟାଣେ। ପଢିବାକୁ … Continue reading “ବଦଳିବା”
ପାଦ ଥାପିଛି ମୁଁ ତୁମ ପ୍ରୀତିପୂର୍ଣ୍ଣା ମହୋଦଧି ଚୋରାବାଲିରେ, ସଞ୍ଜ ନଇଁଗଲେ ତୁମେ ସିନା ଆସ ଲୁଚି ଲୁଚି ଖାଲି ରାତିରେ, ଖୋଜିବାକୁ ପାଦ ଚିହ୍ନ, କେତେ ଯେ ଜୁଆର ଭଟ୍ଟାରେ କେମିତି ରହିଥିବ ଚିହ୍ନ ବର୍ଣ୍ଣ? ରାତି ବିତିଯାଏ ପାଦ ଚିହ୍ନ ଖୋଜି ସପନେ ଖୋଜୁଛ ପ୍ରୀତି, ଝରା ଶେଫାଳୀଟା ଲାଜେ ଝରିଯାଏ ନ ପାହୁ ମିଳନ ରାତି, ମହକେ ସିନା ଭରୁଛି, ସେ ମହକ ତୁମ ଦେହ ବାସ୍ନା ଭାବି ପ୍ରେମକୁ ମୁଁ ସାଉଁଟୁଛି। … Continue reading “ଚୋରାବାଲି”
ଏମିତି ଅନେକ ଚଳଣି ଦରବ ପରିବେଶ ହଜିଲାଣି, ପରମ୍ପରା ଉତ୍ସ ସଂସ୍କୃତିର କଥା ଆଉ କେବେ ଫେରିବନି । ଢ଼ିଙ୍କି ଢ଼ିଙ୍କିଶାଳ ଗାଈଙ୍କ ଗୁହାଳ ବଳଦଙ୍କ ପଟାଶାଳ, ଅଗଣା ଚଉରା ଘୋରଣା ପେଷଣା ଚୌପିଢ଼ି କୋଡ଼ି ଲଙ୍ଗଳ । ଶଗଡ଼ ଜୁଆଳି ମଇ ହାତକୋଡ଼ି କୋଦାଳ ଫାଉଡା ଜୋତ, ଡାଲା ବାଉଁଶିଆ କୁଲା ବୋଝ ବେତା ଡୋଲୀ ରୋଦର ସହିତ । ଗାଁ ଦାଣ୍ଡ ଧୂଳି ଗହୀର ପୋଖରୀ ଭାଗବତ ଟୁଙ୍ଗି ଘର, ମାଟି ପିଣ୍ଡା ଚାଳ … Continue reading “ସ୍ମୃତି”
ଆମେ ଯାହା ଚାହୁଁ ସେଭଳି ସମୟ ପରିସ୍ଥିତି ହୁଏନାହିଁ, କର୍ମଫଳ ସହ ଚରିତ୍ର ଯେମିତି ସେପରି ବଦଳୁଥାଇ। ଯେତେବେଳେ ନୁହେଁ ସବୁବେଳେ ଏହି ସ୍ଥିତି ବିପରୀତ ହୁଏ, ମନ ଚାହୁଁଥିବା ଫଳ କେବେହେଲେ ସମାନ ହୋଇ ନ ଥାଏ। କୋଟିପତି ପଛେ ହୋଇଥାଉ କିଏ ବଥକୁ ଅର୍ଥ ନ ପାଏ, ଛତରଖିଆଟେ ଭଙ୍ଗା କୁଡ଼ିଆରେ ନିହାଲରେ ଶୋଇଥାଏ। ସ୍ଵଭାଵ ପ୍ରଭାବ ଅଭାବ ଭାବଟି କାମେ ନ ଆସେ କାଳକୁ, ଆପଣାର ପର ପର ଆପଣାର ପରିସ୍ଥିତି ବିଚାରକୁ। … Continue reading “ପରିସ୍ଥିତି”
ହିତାକାଂକ୍ଷୀ ପାଖେ ସହିଯିବା ଭଲ ନ୍ୟାୟ ସ୍ଥାନେ କହୁଥିବା, ମୂର୍ଖଙ୍କ ପାଖରେ ଇଜ୍ଜତ ବଞ୍ଚାଇ ନିଶ୍ଚୟ ଚୁପ୍ ରହିବା। ସ୍ଥାନ କାଳ ପତ୍ର ଦେଖି, ସହିବା କହିବା ଚୁପ ହୋଇଯିବା ସମ୍ମାନକୁ ଜଗି ରଖି। ଇଛା ନ ଥିଲେ ବି ସହିବାକୁ ହୁଏ ଅନେକ କିଛି ଯନ୍ତ୍ରଣା, କହିବାକୁ ବାଧ୍ୟ କରେ ପରିସ୍ଥିତି ମାନେନାହି କଟକଣା, ଚୁପ ରହିବାକୁ ହୁଏ, ଯେଉଁଠି କଥାକୁ ଗୁରୁତ୍ୱ ମିଳେନା ଓଠ ଆପେ ବନ୍ଦ ହୁଏ। ଆପଣା ଜନ ଠୁଁ କଷଣ … Continue reading “ଆତ୍ମ ସମ୍ମାନ”
ପ୍ରେମରେ ପ୍ରତୀକ୍ଷା ଉପେକ୍ଷା ପରୀକ୍ଷା ପୁରି ରହିଛି ସର୍ବଦା, ଜନମୁ ଜନମାନ୍ତର ରହିଥାଏ ପ୍ରତାରଣା ବ୍ୟଥା ସଦା, ଏତକ ନ ଥିଲେ ଭଲ ଲାଗେ ନାହିଁ ଜୀବନ ନିରସ ହୁଏ, ବନିତା କବିତା ଇନ୍ଦ୍ରଧନୁ ପରି ସାତରଙ୍ଗ ଦିଶୁଥାଏ । ଭସା ବାଦଲରେ ପ୍ରୀତି ଝରା ବର୍ଷା ଇନ୍ଦ୍ରଧନୁ ଆଙ୍କି ଦିଏ, ସ୍ଥିର ବାଦଲ ରେ କ୍ଷୀଣ ଓ ଅସ୍ପଷ୍ଟ ଅଷ୍ଟମ ରଙ୍ଗଟି ସିଏ । ଯାଉ ଏ ଜୀବନ ଖଣ୍ଡିଆ ହେଲାଣି ଆର ଜନମ ହୋଇଲେ, … Continue reading “ଅପେକ୍ଷା”
