ଇଛା ଥାଇ ଯଦି ପ୍ରାଣ ଯାଏ ଚାଲି ମରଣ ଅଟେ ତା ନାମ, ପ୍ରାଣ ଥାଇ ଯଦି ଇଛା ଯାଏ ଚାଲି ମୁକ୍ତି ମିଳେ ସ୍ୱର୍ଗ ଧାମ, କାମନାର ମୂଳେ ଦୁଃଖ, ଆକାଶ କୁସୁମ ସମାନ ଅଟଇ ବୋଲୁଥାଉ ଯାରେ ସୁଖ ।।୧ ଆକାଶ କଇଁଆ ଚିଲିକାର ମାଛ ବେଶର କରିବା ପାଇଁ, ଅଳିକ ସୁଖର ପଛେ ପଛେ ଯିଏ ଯାଉଥାଏ ନିତି ଧାଇଁ, ଦୁଃଖ ତା ପଛରେ ଧାଏଁ, ସୁଖ ପାଇଁ ସ୍ୱାର୍ଥ ସାଧନେ ନିମଗ୍ନ … Continue reading “ଇଛା”
କାମୁକ ଭ୍ରମର ସଦ୍ୟ ପ୍ରସ୍ଫୁଟିତ ପୁଷ୍ପ ମଧୁ ଆଶେ ଧାଏଁ, ଏ ଫୁଲୁ ସେ ଫୁଲେ ଘୁରି ଘୁରି ନିତି ମଧୁପାନ କରୁଥାଏ। କୋମଳ ପୁଷ୍ପର ରେଣୁ ଭରା ଦଳେ ଚୁମିଯାଏ ବାର ବାର, ବୁଝେନାହିଁ କେବେ ହୃଦୟର ବ୍ୟଥା ସୁଗନ୍ଧିତ ସେ ପୁଷ୍ପର। କବିବର ଭାଷେ ନାରୀ ଜଗତର ପୂଜନୀୟା ବନ୍ଦନିୟା, ପୁରୁଷ ଚକ୍ଷୁରେ ଛଳନାମୟୀ ସେ ରୂପେ ଦିଶେ କମନୀୟା। ରୂପ ଆକର୍ଷଣ ବୀଟକୁ କରଇ ହୃଦକୁ ଚିହ୍ନେ ପ୍ରେମିକ, ଚରିତ୍ରକୁ ଚିହ୍ନେ ଉତ୍ତମ … Continue reading “ନାରୀ”
ଓଠ ତ ଏମିତି କୋମଳ ମଧୁର ପ୍ରୀତିର ଅମୃତ ଧାରା, ଓଠକୁ ଓଠରେ ମିଶାଇ ଦେଖିଚି ଅନେକ ସ୍ବପ୍ନ ପସରା, ଓଠ କହୁଥାଏ ଥରି ଥରି କେବେ ଅକୁହା ବେଦନା କୋହ, ଓଠ କୁ ଦାନ୍ତରେ ଛୁଆଁଇ ଭାଙ୍ଗିଛି ଅନେକ ସମ୍ପର୍କ ମୋହ ll ଓଠ ବାଙ୍କି ଗଲେ ଅସୂୟା ଅଜାଡେ ଅପବାଦର ନାଗରା, ଓଠ ଫୁଲିଗଲେ ଗଦା ଗଦା ସ୍ନେହ କହେ ଇତିହାସ ସାରା, ଓଠ ଚାପି ଦେଲେ ନରମି ସରମି ମନ୍ତ୍ରଣାର କୁହେଳିକା, ଓଠ … Continue reading “ଓଠ”
ଆଜିର ଅପ୍ରିୟ ସତ କଥା ହେଲା ସତ କଥା କହିବନି, ନ ଦେଖିଲା ଓଉ ଛ ଫଡା କହିଲେ ତୁମେ ଅଟ ବଡ଼ ଜ୍ଞାନୀ । ଅଳପ ଜାଣିକି ବହୁ ବଖାଣିଲେ ତୁମେ ବଡ଼ ପ୍ରବାଚକ, ଖଣ୍ଡିଆ ଗୀତକୁ ରଙ୍କ ପଣ୍ଡିତ ସେ କଳିଯୁଗ ଧର୍ମ ବକ । ମାଗିଲେ କେଉଁଠି ଜ୍ଞାନ ମିଳେ ନାହିଁ ଜାଚି କରି ମିଳେ ତାହା, ବଡ଼ ବଡ଼ କରି ଫଳକ ଝୁଲେଇ ମଣ୍ଡପରେ ମିଳେ ଯାହା । ଆଜିକାଲି ଦାନ … Continue reading “ଅପ୍ରିୟ”
ଏମିତି ଅନେକ ଚଳଣି ଦରବ ପରିବେଶ ହଜିଲାଣି, ପରମ୍ପରା ଉତ୍ସ ସଂସ୍କୃତିର କଥା ଆଉ କେବେ ଫେରିବନି। ଢ଼ିଙ୍କି ଢ଼ିଙ୍କିଶାଳ ଗାଈଙ୍କ ଗୁହାଳ ବଳଦଙ୍କ ପଟାଶାଳ, ଅଗଣା ଚଉରା ଘୋରଣା ପେଷଣା ଚୌପିଢ଼ି କୋଡ଼ି ଲଙ୍ଗଳ। ଶଗଡ଼ ଜୁଆଳି ମଇ ହାତକୋଡ଼ି କୋଦାଳ ଫାଉଡା ଜୋତ, ଡାଲା ବାଉଁଶିଆ କୁଲା ବୋଝ ବେତା ଡୋଲୀ ରୋଦର ସହିତ। ଗାଁ ଦାଣ୍ଡ ଧୂଳି ଗହୀର ପୋଖରୀ ଭାଗବତ ଟୁଙ୍ଗି ଘର, ମାଟି ପିଣ୍ଡା ଚାଳ ଖଳା ସାରୁ ବାଡ଼ି … Continue reading “ସ୍ମୃତି”
ଯୋଉ କଥା ମୋର ମନକୁ ଦହୁଚି ନିଜର ଭାବି କହିଲି, ଆନମନା ଥିଲ ଶୁଣିଲ କି ନାହିଁ ମୁଁ କିବା ଜାଣି ପାରିଲି, କହିଦେଲି ସlହାସରେ, ଭାରି ଲାଜ ଲାଗେ ତୁମ ଅନୁରୋଧେ ଆଉ ଥରେ କହିବାରେ ll ସେ ଦିନ ସଂଜରେ ଏକାନ୍ତ ବେଳାରେ ଦେହ ଛୁଇଁ କହିଥିଲି, ତୁମ ବିନା ଆଉ କାହାର ହେବିନି କଥା ରଖି ନ ପାରିଲି, ତୁମର ସରଳ ଆଖି, ପ୍ରୀତିର ଆଶାରେ ମୋ ଆଖି ଭିତରେ ଯେମିତି ରହିଲା … Continue reading “ଲାଜଲାଗେ”
ଝରା ଶେଫାଳୀର ଝର ଝର ବାସ ମଧୁ ମଧୁ ଭାରି ଲାଗେ, ପ୍ରୀତି ଛନ୍ନ ଛନ୍ନ ମନ କନ କନ ଭାରି ଭାରି ଅନୁରାଗେ ll ଅପାଶୋରା ସ୍ମୃତି ଢଳ ଢଳ ହୋଇ ଜଳ ଜଳ ମୋତେ ଦିଶେ, ଖିଲି ଖିଲି ହସ ମୁକୁତା ମଣ୍ଡିତ ଜର ଜର ପରକାଶେ ll ମଗୁଶୁର ରାତି ଶିରି ଶିରି ଶୀତ ଶୀତେଇ ଉଠଇ ଦିହ, କାକର କୁହୁଡି ଉଷୁମ ପରଶେ ତୁମ ବିନା ଉଠେ କୋହ ll ବିନୟ … Continue reading “ତୁମବିନା”
ଛାତ ଉପରର ଲୁଗା ଶୁଖା ତାର ଖୋଜେନା କାହାର ସାଥୀ, ଜାଣିଚି ଏତିକି ଓଦା ଲୁଗାପଟା କିଛି କ୍ଷଣର ସଙ୍ଗତି, ବରଷା ଆସିଲେ ନାହିଁ, ବରଷା ବିନ୍ଦୁରେ ନିଜେ ଭିଜେ ସିନା ଲୁଗାପଟା କେହି ନାହିଁ। ସେପରି ସଂସାରେ ଦୁଃଖ ସମୟରେ ସାଙ୍ଗ ଖୋଜୁଥାନ୍ତି ସିନା, ଦୁଃଖ ଚାଲିଗଲେ ଯେଝା ବାଟେ ଯିଏ ସୁଖରେ ନାନା ବାହାନା, ନିଜ ଦୁଃଖ ନିଜେ ଭୋଗ, କେ ନୁହେଁ କାହାର ଛାତ ତାର ତୁମେ କାହିଁକି କରିବ ରାଗ। ଦୁଃଖର … Continue reading “ଲୁଗାଶୁଖା ତାର”
ସମ୍ପର୍କର ମୁଲ କିଏ ବା ବୁଝିଛି ସ୍ୱାର୍ଥରେ ସମସ୍ତେ ବନ୍ଧା, ବିନା ସ୍ଵାର୍ଥେ ଯେଉଁ ସମ୍ପର୍କ ସଂସାରେ ଲାଗୁଚି ଗୋଲକ ଧନ୍ଦା। ଦିଆନିଆ ଭାବ ପ୍ରତ୍ୟାଶା ନ ଥାଇ ସମ୍ପର୍କ ଅଛି କେଉଁଠି, କର୍ତ୍ତବ୍ୟ ତାଡ଼ନା ସମାଜ ବନ୍ଧନ ସମସ୍ତେ ଖଟନ୍ତି ବେଠି। କେହି ବୁଝନ୍ତିନି ସମ୍ପର୍କ ଭିତରେ ଆତ୍ମୀୟତା କାର କେତେ, ନଈ ପାର ହେଲେ ନାଉରୀ ଅଚିହ୍ନା ଘଟ ମୁଲେ ଦେଇ ନାତେ। ମଣିଷ ଭିତରେ ସମ୍ପର୍କର ମୂଲ ବୁଝିବା ମଗଜ ନାହିଁ, ପ୍ରତ୍ୟାଖ୍ୟାନ … Continue reading “ସମ୍ପର୍କ”
ମିଛ ଦୁନିଆରେ ମଣିଷ ଅଭାବ ଲୋକ ଅନେକ ମିଳିବେ, ସନ୍ଦେହ ସବୁରି ହୃଦୟ ଆବୁରି ବିଶ୍ୱାସ କିଏ କରିବେ, ସନ୍ଦେହ ସହ ବିଶ୍ୱାସ, ବିପରୀତ ଭାବ ଯେମିତି ହୁଅଇ ପୁନେଇଁ ସାଙ୍ଗେ ଉଆଁସ। ବିଶ୍ୱାସ ରଖିବା ଭାଙ୍ଗିବା ଏ ସବୁ ଲୋକମାନେ କରିଥାନ୍ତି, ମଣିଷ କରେନା ଅମଣିଷ କାମ ପଶୁମାନେ କରି ଥାନ୍ତି, ଅବୁଝାମଣା ହୋଇଲେ, ସୁନାର ସଂସାର ପୋଡି ଜଳି ଯାଏ ଅବିଶ୍ୱାସ ଆସିଗଲେ। ବିନୟ କୁମାର ମିଶ୍ର ମଲ୍ଲୀପୁର ଗଡ଼ ନିଆଳ ଖୋର୍ଦ୍ଧା
