ଜୀବନରେ ଥିଲେ ଜଞ୍ଜାଳ ଭିତରେ ଛନ୍ଦିହୁଏ ଏ ମଣିଷ, ନିଜେ ସେ ନିଜକୁ ସମୟ ଦେବାକୁ ପାଏ ନାହିଁ ଅବକାଶ, ମାୟା ମୋହ ଲାଗିଥାଏ, ଆଶକ୍ତି ଛାଡ଼ିବା ଭାରି ଅସହଜ ମନ ଯହିଁ ଲାଗିଯାଏ। ଯେତେବେଳେ ଲାଗେ ସମୟ ମିଳିଛି ଭାବିବି ଏବେ ମୋ କଥା, ସେତେବେଳେ ପରା ଅସକତ ଭାବ ଆସେ ଶରୀର ଜଡ଼ତା, ଦାନ୍ତ ଥିଲେ ଚଣା ନାହିଁ, ନାକ ଥିଲେ ପୁଣି ଧନ ପାଶେ ନାହିଁ ଗୁଣାଟେ କିଣିବା ପାଇଁ। ସମୟ ମିଳିଲେ … Continue reading “ଆଶା”
ରଜ ବୀର୍ଯ୍ୟ ମିଶି ଡିମ୍ବର ସୃଷ୍ଟିକି ଅଣ୍ଡା ବୋଲି କୁହାଯାଏ, ତହିଁରେ ନିହିତ ଜୀବ ରହିଥାଏ କାଳ କ୍ରମେ ଜନ୍ମ ନିଏ, ଜୀବ ମାତ୍ରକେ ଆମିଶ, ଆମିଶକୁ ଯେବେ ତର୍ଜମା କରିବା ରହିଛି ଅର୍ଥ ବିଶେଷ। ଯୌନ ମିଳନର ଆବେଗ ଆହ୍ୱାନ ଆ -ମିଶ ଅଟଇ ସିନା, ବ୍ରହ୍ମଚର୍ଯ୍ୟ ରକ୍ଷା ନିରାମିଶ ଅଟେ ସାଧକରେ ହୁଏ ଗଣା, ସେହିମାତ୍ର ଶାକାହାରୀ, ନିରାମିଷ ଖାଦ୍ୟ ସଂସାରେ ବା କାହିଁ ବୁଧେ କହନ୍ତି ବିଚାରୀ। ପ୍ରତ୍ୟେକ ଖାଦ୍ୟରେ ଜୀବନିକା ଅଛି … Continue reading “ବାସ୍ତବ”
ଜୀବନଟା ସାରା ଦୁଃଖର ପସରା ସୁଖ କେଉଁଠାରେ ନାହିଁ, ମନରେ ରହିଛି ସୁଖର ଭଣ୍ଡାର କେହି ଵି ଖୋଜନ୍ତି ନାହିଁ, ଯିଏ ଖୋଜି ପାଇଗଲା, ଜୀବନରେ ସିଏ ସୁଖୀ ମଣିଷଟେ ଭଲେ ମନ୍ଦେ ଖୁସୀ ହେଲା। ଆନନ୍ଦ କେବଳ ଶାନ୍ତ ମନେ ଯିଏ ବିଭୁ ପଦ ଆଶ୍ରା କରେ, ଆର୍ଥିକ ସ୍ଥିତି ତା ମାନସିକ ଭାବ ବଦଳାଇ ଦେଇ ପାରେ, ମନ ଯହିଁ ବୁଝିଯାଏ, ଆନନ୍ଦ ସେଇଠି କିଛି କ୍ଷଣ ପାଇଁ ରହିକରି ଚାଲିଯାଏ। ସତ୍ୟ ଶାନ୍ତି … Continue reading “କାତ”
ପରଳ ମଡା ଆଖିରେ ଏବେ ସ୍ବପ୍ନ ଦେଖିବା କାହିଁ, ସାଇତା ସ୍ମୃତି କୁହୁଡି ଭଳି ସ୍ବପ୍ନରେ କେବେ ଛାଇ, ଦେଖିବ ଅବା କାହିଁ, ଛାତିଏ କୋହ ଆଖି ଭିତରୁ ବୋହୁଛି ଲୁହ ହୋଇ। ଅକାତ ବଳ ନିବିଡ଼ କରି ଛାତିରେ ବନ୍ଧା ବେଳ, ଛାଇ ଲେଉଟା ବୟସ ତଳେ ଦୀର୍ଘ ଶ୍ୱାସର ବଳ, ଥମି ଆସିଛି ଆଜି, ଯେତେ ଅଗାଧ ବିଶ୍ୱାସ ଥିଲା ମନରୁ ଯାଏଁ ହଜି। ପଳାତକ ଏ ମନଟି ଆଜି ମୋ ପରାହତ ପ୍ରେମକୁ, … Continue reading “ବାଧା”
କୁହୁଡି କାକର ସୁରୁଜ ଉଇଁଲେ ଆପେ ଲିଭି ଲିଭି ଯାଏ, ଏଇ ଦିଶେ ଏଇ କ୍ଷଣେ ଲୁଚିଯାଏ ମନକୁ ଭିଜେଇ ଦିଏ ll ଛାତି ତଳେ କେତେ ଅସରା ଭାବନା ସ୍ମୃତି ଅନୁଭୂତି ହୋଇ, କେବେ ସେ ନୀରବେ ହସାଏ କନ୍ଦାଏ କେବେ ତ ଯାଏ ମିଳେଇ ll ଗିରିଷମେ ସ୍ଵେଦ ହିମେ ଶିହରଣ ଉଷ୍ମତା ବି ଭରିଦିଏ, ବାସନ୍ତୀ ମଲୟେ ତନୁ ମନ ଥରେ ଅନୁଭବ ଗାର ଟିଏ ll ସପନ ସରେନା ଅଧୁରା ଭାବନା … Continue reading “କୁହୁଡି”
କିଏ କାହାପାଇଁ ବଞ୍ଚେନା ସଂସାରେ ସବୁ ମିଛ ମାୟା ମୋହ , ସମ୍ପର୍କ ଭିତରୁ କିଏ ମରିଗଲେ କିଏ ବଞ୍ଚୁନାହିଁ କହ? ମୁଁ ନହେଲେ ଅବା ତୁମେ ବି ନ ହେଲେ ସଂସାର ଚଳିବ ସଦା, ପିଆଜ ରସୁଣ ନ ଥିଲେ ଅଦାରେ ତରକାରୀ ହୁଏ ରନ୍ଧା,। ତୁମ ବିନା ମୁଁ କା ପାଇଁ ବଞ୍ଚିଛି ଯଦି ତୁମ ମନେ ଆସେ , ନିକୃଷ୍ଟ ଭାବ କି ହୀନମନ୍ୟ ହେଲେ ସନ୍ଦେହ ମନରେ ପାଶେ। ମିଛ କହିଦେଲେ … Continue reading “ବଞ୍ଚିବା”
ଏମିତି ଅନେକ ଚଳଣି ଦରବ ପରିବେଶ ହଜିଲାଣି, ପରମ୍ପରା ଉତ୍ସ ସଂସ୍କୃତିର କଥା ଆଉ କେବେ ଫେରିବନି। ଢ଼ିଙ୍କି ଢ଼ିଙ୍କିଶାଳ ଗାଈଙ୍କ ଗୁହାଳ ବଳଦଙ୍କ ପଟାଶାଳ, ଅଗଣା ଚଉରା ଘୋରଣା ପେଷଣା ଚୌପିଢ଼ି କୋଡ଼ି ଲଙ୍ଗଳ। ଶଗଡ଼ ଜୁଆଳି ମଇ ହାତକୋଡ଼ି କୋଦାଳ ଫାଉଡା ଜୋତ, ଡାଲା ବାଉଁଶିଆ କୁଲା ବୋଝ ବେତା ଡୋଲୀ ରୋଦର ସହିତ। ଗାଁ ଦାଣ୍ଡ ଧୂଳି ଗହୀର ପୋଖରୀ ଭାଗବତ ଟୁଙ୍ଗି ଘର, ମାଟି ପିଣ୍ଡା ଚାଳ ଖଳା ସାରୁ ବାଡ଼ି … Continue reading “ସ୍ମୃତି”
ପ୍ରିୟା ମଧୁମତୀ ପ୍ରେମର ଆଳତି ପ୍ରିୟା ପ୍ରୀତି ପୂଜା ଫୁଲ, ପ୍ରିୟା ରସବତୀ ଜୀବନର ବତୀ ପ୍ରୀତି ଯା ଅମୁଲ ମୁଲ.। ପ୍ରିୟାର ମଧୁର ଚନ୍ଦ୍ର ବଦନିର ଉପମା କେ ପାରେ ଦେଇ, ପ୍ରିୟା ଥିଲେ ପାଶେ ଅମୀୟ ପରଶେ ମନ ନେଉଥାଏ ମୋହି। ପ୍ରିୟା ତରୀ ତାରେ ପ୍ରିୟ ଏ ସଂସାରେ ଆସୁ ଯେତେ ଝଡ଼ ଝଞ୍ଜା, ପ୍ରିୟାର ଲପନ ମନର ଦର୍ପଣ ଅନୁପମେ ହୁଏ ସଜ୍ଜା। ପ୍ରିୟା ସ୍ମିତ ହାସ ଜୀବନ ପିୟୁଷ ମୃତମନ … Continue reading “ପ୍ରିୟା”
ପାଠଶାଳା ଅପରର ମନ ହୃଦୟ ବୁଝିବା ପାଇଁକି ସର୍ବଦା ଲୋଡ଼ା ଏକ ଭିନ୍ନ ମନ, ଯେଉଁ ମନେ ଥିବ ଆବେଗ ଆଶ୍ୱାସ ବିଶ୍ୱାସ ଅମୁଲ୍ୟ ଧନ, ହେଉ ପଛେ ନିରକ୍ଷର, ବିବେକ ବିଚାର ନ୍ୟାୟ ଥିଲେ ମନେ ଆଉ କିସ ଦରକାର। ସାକ୍ଷର ହୋଇକି ଏ ସବୁ ନ ଥିଲେ ଅମଣିଷ ପଶୁ ସିଏ, ଶିକ୍ଷିତ ହୋଇ ସେ ଡିଗ୍ରୀ ଯେତେ ଧରୁ ମୂଲ୍ୟ ନାହିଁ କାଣିଚାଏ, ମଣିଷର ମାନଦଣ୍ଡ, ଶିକ୍ଷାରେ ନ ଥାଏ ସଂସ୍କାରରେ ଥାଏ … Continue reading “ପାଠଶାଳା”
ଭାଙ୍ଗିଯାଇଥିବା ମନର ବେଦନା ହଜିଯାଇଥିବା ସ୍ମୃତି, ଦୈବୀ କରୁଣାର ଅଣଦେଖା କରେ ବୁଝେନାହି ପ୍ରେମ ପ୍ରୀତି ll କାରଣ ନ ଥାଇ କାହା ପାଇଁ ଯଦି ଅପକର୍ମ କିଏ କରେ, ତା ଆଖିର ଲୁହ ଅନ୍ତରର କୋହ ଅଭିଶାପ ହୋଇ ଝରେ ll ସେହି ପୀଡ଼ିତର ଅଭିଶାପ ନିଶ୍ଚେ ଅବଶ୍ୟ ଫଳଇ ହେଳେ, କଲବଲ କରେ ଅଶାନ୍ତି ଅଣାଇ ଜୀବନକୁ ଦିନେ ଜାଳେ ll କାହାପାଇଁ ଯେବେ କରିଥିବ ଭଲ ସେବା କାର୍ପଣ୍ୟ ଗୁଣରେ, ପିତାମାତା ଗୁରୁ … Continue reading “ମନୁଷତ୍ତ୍ୱ”
