ତୁମ ନୀରବତାରେ ମୋ ଆତ୍ମାର ଘର

ତୁମ ନାଁ ମନେ ପଡିଲେ ମୋ ମନ ଭିତରେ ଏକ ନୀରବ ଆଲୋକ ଜଳିଉଠେ— କେଉଁଠୁ ଆସେ ସେ ଆଲୋକ ମୁଁ ଜାଣିନି, କିନ୍ତୁ ସେଇ ଆଲୋକ ମୋର ସମସ୍ତ ଅନ୍ଧାରକୁ ଧୀରେ ଧୀରେ ଆଲୋକିତ କରି ଦିଏ । ତୁମ ହସ…ସେ ଏମିତି ହସ, ଯାହା ହେଉଛି ଏକ ନୀରବ ପ୍ରାର୍ଥନା— ଥକି ପଡିଥିବା ଦିନକୁ ପୁଣିଥରେ ବଞ୍ଚିବାର ଆଶା ଦିଏ । ତୁମ ଆଖିରେ ମୁଁ ଦେଖିପାରେ ଏକ ଗଭୀର ସମୁଦ୍ର, ଯେଉଁଠାରେ ତୁମ … Continue reading “ତୁମ ନୀରବତାରେ ମୋ ଆତ୍ମାର ଘର”

ମାଆ

ମା ହେଉଛି ସେଇ ସମ୍ପର୍କ, ଯାହାଙ୍କୁ ଆମେ ଦୁଃଖରେ ଖୋଜୁଥାଉ, କିନ୍ତୁ ସୁଖରେ ଅନେକଥର ଭୁଲିଯାଉ। ଶୈଶବରେ ତା ବିନା ଜୀବନକୁ କଳ୍ପନା କରିପାରୁନଥିଲୁ, ଆଜି ଦେହ ଖରାପ ହେଲେ ପ୍ରଥମେ ମା’ର ମୁହଁ ମନକୁ ଆସେ, କିନ୍ତୁ ତାର ଫୋନ ଆସିଲେ ଉଠାଇବାକୁ ମନ ହୁଏନା । ମା’ର ସ୍ନେହ ଅଟେ ନିର୍ବଳ କିନ୍ତୁ ନିରନ୍ତର, ତା ଅଭିମାନ ଦୁଇ ମିନିଟର, କିନ୍ତୁ ଆମର ଅଳସତା ଓ ଅବହେଳା— ଦିନେ ମା’ କୁ ଦୁରକୁ ନେଇଯାଇ … Continue reading “ମାଆ”

ଭାବନାର ମାୟାଜାଲ

ଗାଡ଼ି ଖରାପ ହେବା…… ବାଣୀବିହାର ଛକରେ ବସକୁ ଅପେକ୍ଷା…. ବୁଢ଼ାମଉସାଙ୍କ ଦୋକାନରୁ ଚା ପିଇବା… ତୁମ ସହ ଦେଖା … ବସର ହଠାତ୍ ଆଗମନ……… ଏ ସବୁଥିଲା ସଂଯୋଗ। ସେଦିନ ଯାହା ମୋତେ ବେଶୀ ଆନମନା କରିଥିଲା, ତାଥିଲା ମୋ ମନକୁ ମୁଁ ଭାରାକ୍ରାନ୍ତ କରିବା। ଝିପିଝିପି ବର୍ଷାରେ ଶାଢୀଟା ଭିଜି ଗଲା। ମନଟା କେମିତି ଭିଜିଗଲା ମୁଁ ଜାଣିପାରିଲିନି । ଓଦା ଶାଢ଼ୀକୁ ବଦଳେଇ ଦେଲି, କିନ୍ତୁ ଏ ଭିଜା ମନଟାକୁ କେମିତି ଶୁଖାଇବି ..???? … Continue reading “ଭାବନାର ମାୟାଜାଲ”

ନିଃଶବ୍ଦ ପ୍ରେମ

ଯେବେ ଯୌବନ ଡେଣା ଶକ୍ତ ହେଲା ସେଦିନ ଖୁସିରେ ମୁଁ ଉଡିଲି ଅନେକ ଦୂର ତୁମ ସହ ଦେଖା ହେଲା ଏକ ନିରୋଳା ଜାଗାରେ ଆପଣାର ହେଊ ହେଉ ତୁମ ସହ ତୁମେ ଚାଲିଗଲ ବହୁ ଦୂର କାହାର ଏକ ଅଜଣା ନୀଡ଼କୁ ନୀରବରେ ବିତିଗଲା ବହୁଦିନ ସ୍ମୃତିରେ ରହିଗଲ ତୁମେ ଖୋଜିଲି ମୁଁ ଅନ୍ତରେ ବାହାରେ ବିତିଗଲା କେତେ ବର୍ଷା ଓ ବସନ୍ତ ଦିନେ ଦେଖା ହେଲା ତୁମ ସହ ସେଇ ନିରୋଳା ଜାଗାରେ, ତୁମେ … Continue reading “ନିଃଶବ୍ଦ ପ୍ରେମ”

କାଚକାନ୍ଥର ଏପାଖେ ସେପାଖେ

ବିରଞ୍ଚିନାରାୟଣ ମିଶ୍ର ମୁଁ କହୁଥିଲି, ତୁମେ ଶୁଣୁଥିଲ, ମୋ କଥା ତୁମ ଚାହାଁଣୀରେ ହାଲୁକା ଲହରୀ ଖେଳୁଥିଲା ତୁମେ କହୁଥିଲ କମ, ଶୁଣୁଥିଲ ବେଶୀ ମୋ ପ୍ରତିଟି କଥାକୁ ତୁମ ହୃଦୟେ ଲେଖି ନେଉଥିଲ । ତୁମେ ହସୁଥିଲ ସୁନ୍ଦର ଠିକ ପ୍ରଭାତର ଫୁଲ ପରି, ତୁମ ହସରେ ଝରୁଥିଲା ମହୁ, ମୁକ୍ତା ଝରୁଥିଲା କି ନା ମୁଁ ଜାଣିନି — ମୋ ମନ ସେ ହସରେ ଭାସି ଯାଉଥିଲା ତୁମ ହସ ଥିଲା ଶିଶିର ବିନ୍ଦୁ, … Continue reading “କାଚକାନ୍ଥର ଏପାଖେ ସେପାଖେ”

ଜୀବନ ଗୋଟେ ନଈ

ବିରଞ୍ଚିନାରାୟଣ ମିଶ୍ର ସମୟ ଗୋଟିଏ ନଈ — ନୀରବେ ଚାଲେ, ଅବିରତେ ବହି , ସେ ଅଟକି ଯାଏନା କି ପଛକୁ ଫେରେନା ତାର ଜଳରେ ରହିଛି ଜୀବନର ସବୁ ରଙ୍ଗ। ଏ କୂଳେ ହସ ଓ ଆନନ୍ଦର ଅଲୋକ, ସେ କୂଳେ ଦୁଃଖ ଓ ବିରହର ଅନ୍ଧକାର। କେବେ ତା ତରଙ୍ଗରେ ଖେଳେ ସ୍ୱପ୍ନ ଓ ଆଶା, କେବେ ଭଉଁରିରେ ବୁଡ଼େ ମନର ଶାନ୍ତି। ସେ ନଈ ଚାଲେ — ନିଜ ଇଛାରେ, କେଉଁଠି ଶିଳା … Continue reading “ଜୀବନ ଗୋଟେ ନଈ”

ବୋଉ

ବିରଞ୍ଚିନାରାୟଣ ମିଶ୍ର ବୋଉ ହଜିଗଲେ ପୁଅଝିଅ ବୁଝନ୍ତି ବୋଉକୁ ପାଖେ ଥିଲେ ଲାଗେ ସିଏ ନିଃଶୁଳ୍କ ଦାସୀଟେ। ବୁଝିବାକୁ ଇଛା କଲେ ବିତିଯାଏ ଜନ୍ମ ଜନ୍ମାନ୍ତର ତଥାପି ଅବୁଝା ରୁହେ ଈଶ୍ବରଙ୍କ ପରି । ଦୁଃଖ ମୋର ତା ପାଇଁ ଏ କଥା ଏକାନ୍ତ ନିଜର ବୋଉ ବିକଳ୍ପ କଣ ଦୁନିଆରେ ନାହିଁ? ବହୁଦିନ ଖୋଜିଛି ମୁଁ ପାଇନି ଉତ୍ତର। ଏ କେମିତି କଥା କହିଲୁ ବୋଉ ଷାଠିଏ ବୟସେ ତୋର ଛାଡି ଗଲୁ ମୋତେ। ଏବେ … Continue reading “ବୋଉ”

ସଂଖ୍ୟା ଓ ଜୀବନରେ ଆବଶ୍ୟକତା

୧. “ସାଂଖ୍ୟ” ଶବ୍ଦର ମୂଳ “ସଂଖ୍ୟା” ଶବ୍ଦରୁ ନିଜେ “ସାଂଖ୍ୟ” ଦର୍ଶନର ଜନ୍ମ ହୋଇଛି। ସାଂଖ୍ୟ ଅର୍ଥ — “ଯାହା ସଂଖ୍ୟା ଦ୍ୱାରା ବିଶ୍ଳେଷଣ କରେ”। ଅର୍ଥାତ୍, ସେଇ ଦର୍ଶନ ଯେଉଁଥିରେ ସମସ୍ତ ସୃଷ୍ଟି ତତ୍ତ୍ୱକୁ ସଂଖ୍ୟା ଭିତରେ ବିଭକ୍ତ ଓ ବିଚାର କରାଯାଏ। ଏହା ମୁଖ୍ୟତଃ ଋଷି କପିଳ ମୁନି ଦ୍ୱାରା ପ୍ରଣୀତ ହୋଇଥିଲା। ସେ କହିଲେ — > “ସମସ୍ତ ବ୍ରହ୍ମାଣ୍ଡ ୨୫ ତତ୍ତ୍ୱରେ ଗଠିତ” — ଏହା ହେଉଛି ସାଂଖ୍ୟ ଦର୍ଶନର ମୂଳ … Continue reading “ସଂଖ୍ୟା ଓ ଜୀବନରେ ଆବଶ୍ୟକତା”

ନୃତ୍ୟର ଦୀପ୍ତି

ନାଚହେ ମୋର ପ୍ରିୟପ୍ରିୟାମାନେ ମଞ୍ଚ ହେବ ଧନ୍ୟ ତୁମ ସ୍ପର୍ଶରେ ପାଦରେ ଲୟ, ହୃଦୟରେ ସ୍ନେହ ଜଗତକୁ ଦେଖା ତୁମର ରଙ୍ଗ ଭୟକୁ ଦୂରେ ଛାଡ଼, ଆତ୍ମବିଶ୍ୱାସରେ ମୁହଁ ତୁମ ହସୁ ପ୍ରତ୍ୟେକ ତାଳେ ନୂତନ ସ୍ପର୍ଶ, ପ୍ରତ୍ୟେକ ଭାବରେ ଆଲୋକ ଝରୁ ତାଳରେ ମିଳୁ ସାହସ ଲୟରେ ହେଉ ସଂକଳ୍ପ ମନରେ ଯାହା ଭରିଥାଏ ସେଇଟା ହିଁ ହେଉ ସର୍ବଶ୍ରେଷ୍ଠ ଉପହାର ଜିତିବା କି ହାରିବା ସେଡ଼େ ବଡ଼ କଥା ନୁହେଁ କିନ୍ତୁ ନିଜର ସ୍ବପ୍ନକୁ … Continue reading “ନୃତ୍ୟର ଦୀପ୍ତି”

ଶବ୍ଦ – ସଂସାରର ଆଦିତତ୍ତ୍ୱ

ସୃଷ୍ଟିର ଆଦିରେ କିଛି ନଥିଲା,  କେବଳ ଥିଲା ନିରାକାର ପରମ ଚେତନା । ସେହି ଚେତନା ଯେତେବେଳେ ଆପଣାକୁ ବ୍ୟକ୍ତ କଲା, ସେତେବେଳେ ପ୍ରଥମେ ଜାଗ୍ରତ ହେଲା ନାଦ — ସେହି ହେଉଛି ଶବ୍ଦ ବ୍ରହ୍ମ। “ଓଁ” ହେଉଛି ସେଇ ଶବ୍ଦର ସାର, ଯାହା ମଧ୍ୟରେ ସମସ୍ତ ତତ୍ତ୍ୱ ନିହିତ । ଶବ୍ଦ କେବଳ ଧ୍ୱନି ନୁହେଁ, ସେ ହେଉଛି ଚିତ୍ତ, ପ୍ରାଣ ଓ ସତ୍ତାର ସମ୍ମିଳିତ ଶକ୍ତି। ଏହିକାରଣେ ଉପନିଷଦ କହିଛି – “ଶବ୍ଦୋ ବ୍ରହ୍ମଣି … Continue reading “ଶବ୍ଦ – ସଂସାରର ଆଦିତତ୍ତ୍ୱ”