ପ୍ରେମରେ ପ୍ରତୀକ୍ଷା ଉପେକ୍ଷା ପରୀକ୍ଷା ପୁରି ରହିଛି ସର୍ବଦା, ଜନମୁ ଜନମାନ୍ତର ରହିଥାଏ ପ୍ରତାରଣା ବ୍ୟଥା ସଦା, ଏତକ ନ ଥିଲେ ଭଲ ଲାଗେ ନାହିଁ ଜୀବନ ନିରସ ହୁଏ, ବନିତା କବିତା ଇନ୍ଦ୍ରଧନୁ ପରି ସାତରଙ୍ଗ ଦିଶୁଥାଏ । ଭସା ବାଦଲରେ ପ୍ରୀତି ଝରା ବର୍ଷା ଇନ୍ଦ୍ରଧନୁ ଆଙ୍କି ଦିଏ, ସ୍ଥିର ବାଦଲ ରେ କ୍ଷୀଣ ଓ ଅସ୍ପଷ୍ଟ ଅଷ୍ଟମ ରଙ୍ଗଟି ସିଏ । ଯାଉ ଏ ଜୀବନ ଖଣ୍ଡିଆ ହେଲାଣି ଆର ଜନମ ହୋଇଲେ, … Continue reading “ଅପେକ୍ଷା”
କେବେ ଏ ଜୀବନେ କାରେ ଦୋଷ ଦେଇ ନିଜକୁ ବଡ଼ କରିଲେ, ନିଜେ ଦୋଷୀ ହୋଇ ଯନ୍ତ୍ରଣା ଭୋଗିବ ହେଳା ନୋହି କେବେ ହେଲେ । ଆସିବା ଯିବାର ନିୟମ ସଂସାରେ ଚିରନ୍ତନ ଚାଲୁଥିବ, ଗୁରୁତ୍ୱ ଲଘୁତ୍ୱ ବିଚାର ବିବେକ ଚରିତ୍ର ହିଁ କଳୁଥିବ । “ସମସ୍ୟା” ନ ଥିଲେ ଜୀବନ ବି ନାହିଁ ସମାଧାନ ଅଛି ତାର, କର୍ମ କଲେ ଫଳ ଅକର୍ମେ ନିଷ୍ଫଳ ପ୍ରଶ୍ନ ପାଇଁକି ଉତ୍ତର । ବାଟ ବସାଘର ରୁଅ ବାଉଁଶର … Continue reading “ଭେକ ଭିକ”
ମୁଁ ପ୍ରେମ କଲି ଯାହାକୁ, ତା ମନ ପ୍ରାଣ ହୃଦୟ ଆକାଶକୁ ଉଡିଗଲା । ଖୋଜିଲି ଏବେବି ଖୋଜୁଛି ତା ହସରେ ଥିଲା ଜୀବନର ସୁଗନ୍ଧ, ତା ଚାହାଣିରେ ଥିଲା ଶାନ୍ତି ଓ ଆଶା । ସେ ଥିଲା ମୋ ପ୍ରଭାତର ଆଲୋକ । ପ୍ରତିଦିନ ତା ସହିତ ହେଲା ନୂଆ ଜନ୍ମ, ସେ ହସିଲେ — ମୋ ମନରେ ଫୁଲ ଫୁଟିଲା, ସେ ଚୁପ୍ ରହିଲେ — ମୋ ରାତି ଅନ୍ଧକାର ହେଲା, ସେ ଅଛି … Continue reading “ପ୍ରେମିକା ମୋ ଫେରିଗଲା”
ମୁଁ ଜାଣେ, ଅନେକ ଆଗରୁ ଏ ପୃଥିବୀକୁ ମୋର ଆସିବାର ଅନେକ ଆଗରୁ କେହି ଜଣେ ଯତ୍ନରେ ଲେଖି ଦେଇଛି ମୋ କାହାଣୀ । ସେଥିପାଇଁ ତ ତୁମେ ମୋର ଏତେ ଆପଣାର ହୋଇଗଲ। ମୋ କାହାଣୀ ସେଥିରେ କଣ ଲେଖା ଅଛି ମୋର ବା କଣ ଯାଏ ଆସେ ମୁଁ ଯେ ଖୁବ ବ୍ୟସ୍ତ ମୋ ନିଜ ସହ ମନ ଭରି ସଜାଇବାକୁ ମୋ ଚାରିପାଖ ପୃଥିବୀକୁ । ଆଉ ମୋର ସମସ୍ତ ସମ୍ପର୍କକୁ ଆଉ … Continue reading “ମୁଁ ତୁମେ ସେ”
ଆସନା ଆସନା ମୋ ପାଖେ ଆସନା ପ୍ରେମର ଆଳତୀ ଧରି, ମଣିଷ ନୁହେଁ ମୁଁ ଦାନବ ଗୋଟାଏ ଦିଶୁଛି ମଣିଷ ପରି ||0|| ଦଇବ ତ ମତେ ଅସୁର ସଜାଇ ଖେଳୁଛି ମୋ ସାଥେ ଖେଳ, ମତେ ନେଇ ଘର କରିଲେ ତୁମର ଆସିବ ଅନ୍ତିମ ବେଳ ||୧|| କଥାରେ ମୋହର ରହିଛି ଜହର କ୍ରୋଧ ହିଂସା ଅପମାନ, ମତେ ଦେଖି ତୁମେ ଅମୃତ ଭାବନା ଛଳନା ମୋ ପ୍ରତିଷ୍ଠାନ ||୨|| ଲକ୍ଷ୍ମୀର ପ୍ରତିମା ଚେହେରା ତୁମର … Continue reading “ମୃତ୍ୟୁର ମୁଁ ଯାଯାବର”
ଚନ୍ଦନର ସୁଗନ୍ଧ ଭରି ତୁମ ପାଦପଦ୍ମରେ ପୂରୀ ମୋର ହୃଦୟ ତଳେ ରହି ତୁମେ ସଜାଅ ମୋର ସବୁ ସ୍ବପ୍ନ। ନିଶୀ ଆକାଶରେ ତରା ଜଣେଇଦିଏ ତୁମ ସାଥୀ, ସୁର୍ଯୋଦୟର ପ୍ରଥମ କିରଣ ତୁମ ପ୍ରେମର ଦୀପ୍ତି। ପ୍ରେମେ ତୁମେ ଭକ୍ତି ଦିଅ ଭକ୍ତିରେ ତୁମେ ପ୍ରେମ କର ମୋର ଜୀବନର ପ୍ରତ୍ୟେକ ଶ୍ୱାସ ହୋଇଯାଉ ତୁମର ନାମ। ବାସୁଦେବ, ମାଧବ, ଗୋପାଳ ତୁମ ପ୍ରେମର ଦିବ୍ୟ ରୂପ, ରାଧାର ନୟନର ଲୁହ ହେଉ ପ୍ରେମର ଭକ୍ତିଗୀତ। … Continue reading “ପ୍ରେମରେ ଭକ୍ତି – ଭକ୍ତିରେ ପ୍ରେମ”
ତୁମେ ତ ସମୟର ଶିଳ୍ପୀ, ତୁମତ ଗଢ଼ିଛ ଜୀବନର ଆକୃତି। ହସି ହସି ସହିଛ, ଦୁଃଖର ଝଡ଼, ତଥାପି ତୁମ ମୁହଁରେ ଶାନ୍ତିର ପ୍ରଭା । ତୁମେ କହିଥିବା ଗଳ୍ପ, ବହୁତ ମନେ ପଡେ, ତୁମ ଆଶୀର୍ବାଦରେ ଆମେ ବଞ୍ଚିଛୁ ଚାଲୁଥିବା ପାଦେ ପାଦେ ସୁଖର ଅନୁଭଵ ଧ୍ୱନି,ଶୁଣିପାରୁଛୁ । ତୁମେ ଘରର ଆତ୍ମା, ଜୀବନର ଜ୍ୟୋତି । ତୁମେ ଚୁଲିର ସିଧା, ଚକ୍ଷୁରେ ଶାନ୍ତ ଆଲୋକ, ତଥାପି ମନେ ଥାଏ ସେଇ ପୁରୁଣା ସ୍ଵପ୍ନର ଆଶା … Continue reading “ସମୟର ଶିଳ୍ପୀ”
ତୁମ ନୟନ ହେଉଛି ଏକ ଅନନ୍ତ ଗଭୀର ସମୁଦ୍ର, ଯେଉଁଠାରେ ମୋର ହୃଦୟ ଶାନ୍ତି ଓ ପ୍ରେମର ତରଙ୍ଗ ପାଏ । ପ୍ରତିଟି ଦୃଷ୍ଟିରେ ମୁଁ ତୁମ ସ୍ମୃତି ଖୋଜେ, ପ୍ରତିଟି ସ୍ମୃତି ମୋ ଆତ୍ମାରେ ଅନନ୍ତ ଆଲୋକ ଝରାଏ । ତୁମ ହସ, ମୋ ଦୁଃଖର ଶାନ୍ତି, ତୁମ ସ୍ନେହ, ମୋ ଅନ୍ଧକାରର ଆଲୋକ । ତୁମେ ପାଖରେ ଥିଲେ, ସଂସାରର ସମସ୍ତ ଶବ୍ଦ ନିଃଶବ୍ଦ ହୋଇଯାଏ, ମୋ ହୃଦୟ ତୁମ ପ୍ରେମର ସଙ୍ଗୀତ ଗାଏ … Continue reading “ମଧୁର ମୂର୍ଚ୍ଛନା”
ତୁମ ନୟନ ମୁଁ ଯେତେବେଳେ ଦେଖେ ମୋ ହୃଦୟର ଦୁଃଖ ହାଲୁକା ହୋଇଯାଏ ତୁମର ହସ, ଜୀବନର ଗଭୀର ନଦୀ ଭଳି ମୋ ମନକୁ ଶାନ୍ତି ଦିଏ, ସ୍ନେହର ଲହରୀ ଖେଳାଏ ତୁମେ ମୋ ହୃଦୟର ସଙ୍ଗୀତ ମୋ ସ୍ୱପ୍ନର ରୂପ, ସଦା ମୋ ସାଙ୍ଗ ତୁମ ସହିତ ଜୀବନ ବିତାଇ ବାକୁ ଚାହେଁ ଏ ମୋ ମନର ଗୀତ, ପ୍ରେମର ଗୀତ ସକାଳ ହେଲେ ତୁମ ସ୍ମୃତି ମୋ ମନରେ ଆସେ ପ୍ରକୃତିର ପ୍ରତ୍ୟେକ କୋଣରେ … Continue reading “ତୁମେ ମୋ ହୃଦୟର ସଙ୍ଗୀତ”
ଭାବୁଥାଅ ଯଦି ତୁମେ ମୁଁ ପ୍ରେମିକ କବି, ଦର୍ପଣ ଆଗରେ କେବେ ଦେଖିଛ ନିଜ ଛବି | ଯଦି କେବେ ଲେଖିଥାଏ ପ୍ରେମର କବିତା, ଆଉ କାହା ପ୍ରେମ କଥା ମୋ ହାତରେ ଲେଖା | ତୁମ ପରି ପ୍ରେମିକା ଯେ ମୋ ଭାଗ୍ୟରେ କାହିଁ, ମିଥ୍ୟା ପ୍ରତିଶ୍ରୁତି ଦେବା ମୋ ଜାତକରେ ନାହିଁ | ତୁମ ଭାବ ମୋ ଅଭାବ ପୁରାପୁରି ଭିନ୍ନ, ଆମ ପ୍ରେମ ଅଧାବାଟେ ହୋଇଯିବ ଛିନ୍ନ | ତୁମେ ହ୍ୱାଇଟ ଆଉ … Continue reading “ମିଛ ସମ୍ପର୍କ”
