ଭଲପାଇବା

ଭଲ ପାଇବାଟି ମନ୍ଦ ନୁହେଁ କେବେ ଯୁଗେ ଯୁଗେ ଏହା ଥିଲା, ବର୍ତ୍ତମାନ ଏହି ସମାଜରେ କିନ୍ତୁ କଳୁଷିତ ହୋଇଗଲା, ସେବେ ଦେହାତୀତ ଥିଲା, ଏବେ ଏ ପ୍ରେମକୁ ଲକ୍ଷ୍ୟ କଲେ ଲାଗେ ସବୁଠି ଦେହର ପାଲା। ନବେଭାଗ ପ୍ରେମ ଭଲପାଇବାରେ ଦେହ ଭୋଗ ଆତୁରତା, ତହିଁରେ ନିହିତ ଅର୍ଥ ଭାବ ଅଧେ ନାହିଁ ବୟସର ଚିନ୍ତା, ଯାହାକୁ ଯିଏ ରସିଲା, ଚମ୍ପାଫୁଲ ଦେଖି ପାରୁଡ଼ା ପୋକଟି ପୋକଶୁଙ୍ଗାରେ ବସିଲା। ପୁଅଝିଅ କେହି ଏହି ରୋଗ ପାଇଁ … Continue reading “ଭଲପାଇବା”

ଭଙ୍ଗା ମଣିଷ

ମନ ଅଗଣାରେ ଝରା ଶେଫାଳୀର ଅଗଣା ଯାଇଛି ଭରି, ମୁଠାଏ ମୁଠାଏ ଆଣି ସେଇଥିରେ ମାଳାଟିଏ ଗୁନ୍ଥି ଦେଲି, ମଥାରେ ବlନ୍ଧିଲା ବେଳେ, ନାହିଁ ନାହିଁ କିଆଁ କରୁଛ ସଜନୀ ଭାବିବ ମୁଁ ମରିଗଲେ ll ବାଡ଼ିରୁ ତୋଳିଲି ହେନା ଯାଇ ଯୁଇ ରଜନୀଗନ୍ଧା ମୁଁ ଯେତେ, ବିଛାଇ ଦେଲି ତା ସରାଗରେ ଆଣି ଚାହିଁଲନି ଅକସ୍ମାତେ, ଯେତେ ଯାହା ମୁହିଁ କଲି, ଜୀବନ ସାରା ତା ମୂଲ୍ୟ ରଖି ନାହଁ ଭାବିବ ଗଲେ ମୁଁ ଚାଲି … Continue reading “ଭଙ୍ଗା ମଣିଷ”

ଲଢେଇ

ପତିପତ୍ନୀଙ୍କର ଲଢେଇ ଅଟଇ ସକାଳର ମେଘ ପରି, ଋଷି ଶ୍ରାଦ୍ଧ ଛେଳି ଯୁଦ୍ଧ ପରି ହୁଏ ଲାଗଇ ଅସରା ପରି, ସଞ୍ଜ ହୋଇଗଲା ପରେ, କଣେଇ ଚାହାଣୀ ଅଭିମାନ ମାରେ ମୁରୁକି ହସାରେ ମରେ। କଳାହାଣ୍ଡି ପରି ମେଘ ଘଡଘଡି ବିଜୁଳି ଚମକ ଧରି, ଘୋଟିଆସେ ମେଘ ସତେକି ବାଦଲ ଫଟାଇ ଦେବ କି ଢାଳି, ଚାହୁଁ ଚାହୁଁ ଯାଏ ଚାଲି, ଫୁରୁଫୁରା କୁଣ୍ଡାଝଡା ଦୁଇ ଟୋପା ଭୁଇଁକୁ ଓଦା ନ କରି। ପତ୍ର ଫଳ ପୁଷ୍ପ … Continue reading “ଲଢେଇ”

ନାରୀ

ଯାହା ଦେଇଥିବ ତାହାଠୁ ଅଧିକ ଫେରି ପାଇବାର ସଂସାର ଇଏ, କୃତଘ୍ନ ଦିଏନା ସ୍ୱାର୍ଥୀ ଫେରାଏନା ସଂସ୍କାରୀ ମଣିଷ ଫେରାଇ ଦିଏ। ଯାରେ ଦେଇଥିବ ସିଏ ଫେରାଇବ କେବଳ ଏକଥା ଯେବେ ଭାବିବ, ଦେବାକୁ ଜୀବନେ ଆଉ କେଉଁ ଜନେ ମନରୁ ଭାବନା ଦୁରେଇ ଯିବ। ଯାହାକୁ ଯା ଦେବ ସିଏ ନେଇଯିବ ଆଉ କିଏ ଆସି ତୁମକୁ ଦେବ, ନେଇଯିବା ଲୋକ ଆଉ ଦିନେ ଆସି ତୁମ ଦାଣ୍ଡେ ବସି ଗାଳି କରିବ। ନାରୀ ଅଟେ … Continue reading “ନାରୀ”

ଆଶା

ଜୀବନରେ ଥିଲେ ଜଞ୍ଜାଳ ଭିତରେ ଛନ୍ଦିହୁଏ ଏ ମଣିଷ, ନିଜେ ସେ ନିଜକୁ ସମୟ ଦେବାକୁ ପାଏ ନାହିଁ ଅବକାଶ, ମାୟା ମୋହ ଲାଗିଥାଏ, ଆଶକ୍ତି ଛାଡ଼ିବା ଭାରି ଅସହଜ ମନ ଯହିଁ ଲାଗିଯାଏ। ଯେତେବେଳେ ଲାଗେ ସମୟ ମିଳିଛି ଭାବିବି ଏବେ ମୋ କଥା, ସେତେବେଳେ ପରା ଅସକତ ଭାବ ଆସେ ଶରୀର ଜଡ଼ତା, ଦାନ୍ତ ଥିଲେ ଚଣା ନାହିଁ, ନାକ ଥିଲେ ପୁଣି ଧନ ପାଶେ ନାହିଁ ଗୁଣାଟେ କିଣିବା ପାଇଁ। ସମୟ ମିଳିଲେ … Continue reading “ଆଶା”

ବାସ୍ତବ

ରଜ ବୀର୍ଯ୍ୟ ମିଶି ଡିମ୍ବର ସୃଷ୍ଟିକି ଅଣ୍ଡା ବୋଲି କୁହାଯାଏ, ତହିଁରେ ନିହିତ ଜୀବ ରହିଥାଏ କାଳ କ୍ରମେ ଜନ୍ମ ନିଏ, ଜୀବ ମାତ୍ରକେ ଆମିଶ, ଆମିଶକୁ ଯେବେ ତର୍ଜମା କରିବା ରହିଛି ଅର୍ଥ ବିଶେଷ। ଯୌନ ମିଳନର ଆବେଗ ଆହ୍ୱାନ ଆ -ମିଶ ଅଟଇ ସିନା, ବ୍ରହ୍ମଚର୍ଯ୍ୟ ରକ୍ଷା ନିରାମିଶ ଅଟେ ସାଧକରେ ହୁଏ ଗଣା, ସେହିମାତ୍ର ଶାକାହାରୀ, ନିରାମିଷ ଖାଦ୍ୟ ସଂସାରେ ବା କାହିଁ ବୁଧେ କହନ୍ତି ବିଚାରୀ। ପ୍ରତ୍ୟେକ ଖାଦ୍ୟରେ ଜୀବନିକା ଅଛି … Continue reading “ବାସ୍ତବ”

କାତ

ଜୀବନଟା ସାରା ଦୁଃଖର ପସରା ସୁଖ କେଉଁଠାରେ ନାହିଁ, ମନରେ ରହିଛି ସୁଖର ଭଣ୍ଡାର କେହି ଵି ଖୋଜନ୍ତି ନାହିଁ, ଯିଏ ଖୋଜି ପାଇଗଲା, ଜୀବନରେ ସିଏ ସୁଖୀ ମଣିଷଟେ ଭଲେ ମନ୍ଦେ ଖୁସୀ ହେଲା। ଆନନ୍ଦ କେବଳ ଶାନ୍ତ ମନେ ଯିଏ ବିଭୁ ପଦ ଆଶ୍ରା କରେ, ଆର୍ଥିକ ସ୍ଥିତି ତା ମାନସିକ ଭାବ ବଦଳାଇ ଦେଇ ପାରେ, ମନ ଯହିଁ ବୁଝିଯାଏ, ଆନନ୍ଦ ସେଇଠି କିଛି କ୍ଷଣ ପାଇଁ ରହିକରି ଚାଲିଯାଏ। ସତ୍ୟ ଶାନ୍ତି … Continue reading “କାତ”

ବାଧା

ପରଳ ମଡା ଆଖିରେ ଏବେ ସ୍ବପ୍ନ ଦେଖିବା କାହିଁ, ସାଇତା ସ୍ମୃତି କୁହୁଡି ଭଳି ସ୍ବପ୍ନରେ କେବେ ଛାଇ, ଦେଖିବ ଅବା କାହିଁ, ଛାତିଏ କୋହ ଆଖି ଭିତରୁ ବୋହୁଛି ଲୁହ ହୋଇ। ଅକାତ ବଳ ନିବିଡ଼ କରି ଛାତିରେ ବନ୍ଧା ବେଳ, ଛାଇ ଲେଉଟା ବୟସ ତଳେ ଦୀର୍ଘ ଶ୍ୱାସର ବଳ, ଥମି ଆସିଛି ଆଜି, ଯେତେ ଅଗାଧ ବିଶ୍ୱାସ ଥିଲା ମନରୁ ଯାଏଁ ହଜି। ପଳାତକ ଏ ମନଟି ଆଜି ମୋ ପରାହତ ପ୍ରେମକୁ, … Continue reading “ବାଧା”

କୁହୁଡି

କୁହୁଡି କାକର ସୁରୁଜ ଉଇଁଲେ ଆପେ ଲିଭି ଲିଭି ଯାଏ, ଏଇ ଦିଶେ ଏଇ କ୍ଷଣେ ଲୁଚିଯାଏ ମନକୁ ଭିଜେଇ ଦିଏ ll ଛାତି ତଳେ କେତେ ଅସରା ଭାବନା ସ୍ମୃତି ଅନୁଭୂତି ହୋଇ, କେବେ ସେ ନୀରବେ ହସାଏ କନ୍ଦାଏ କେବେ ତ ଯାଏ ମିଳେଇ ll ଗିରିଷମେ ସ୍ଵେଦ ହିମେ ଶିହରଣ ଉଷ୍ମତା ବି ଭରିଦିଏ, ବାସନ୍ତୀ ମଲୟେ ତନୁ ମନ ଥରେ ଅନୁଭବ ଗାର ଟିଏ ll ସପନ ସରେନା ଅଧୁରା ଭାବନା … Continue reading “କୁହୁଡି”

ବଞ୍ଚିବା

କିଏ କାହାପାଇଁ ବଞ୍ଚେନା ସଂସାରେ ସବୁ ମିଛ ମାୟା ମୋହ , ସମ୍ପର୍କ ଭିତରୁ କିଏ ମରିଗଲେ କିଏ ବଞ୍ଚୁନାହିଁ କହ? ମୁଁ ନହେଲେ ଅବା ତୁମେ ବି ନ ହେଲେ ସଂସାର ଚଳିବ ସଦା, ପିଆଜ ରସୁଣ ନ ଥିଲେ ଅଦାରେ ତରକାରୀ ହୁଏ ରନ୍ଧା,। ତୁମ ବିନା ମୁଁ କା ପାଇଁ ବଞ୍ଚିଛି ଯଦି ତୁମ ମନେ ଆସେ , ନିକୃଷ୍ଟ ଭାବ କି ହୀନମନ୍ୟ ହେଲେ ସନ୍ଦେହ ମନରେ ପାଶେ। ମିଛ କହିଦେଲେ … Continue reading “ବଞ୍ଚିବା”