ସମ୍ପର୍କ

ସମ୍ପର୍କର ମୁଲ କିଏ ବା ବୁଝିଛି ସ୍ୱାର୍ଥରେ ସମସ୍ତେ ବନ୍ଧା, ବିନା ସ୍ଵାର୍ଥେ ଯେଉଁ ସମ୍ପର୍କ ସଂସାରେ ଲାଗୁଚି ଗୋଲକ ଧନ୍ଦା। ଦିଆନିଆ ଭାବ ପ୍ରତ୍ୟାଶା ନ ଥାଇ ସମ୍ପର୍କ ଅଛି କେଉଁଠି, କର୍ତ୍ତବ୍ୟ ତାଡ଼ନା ସମାଜ ବନ୍ଧନ ସମସ୍ତେ ଖଟନ୍ତି ବେଠି। କେହି ବୁଝନ୍ତିନି ସମ୍ପର୍କ ଭିତରେ ଆତ୍ମୀୟତା କାର କେତେ, ନଈ ପାର ହେଲେ ନାଉରୀ ଅଚିହ୍ନା ଘଟ ମୁଲେ ଦେଇ ନାତେ। ମଣିଷ ଭିତରେ ସମ୍ପର୍କର ମୂଲ ବୁଝିବା ମଗଜ ନାହିଁ, ପ୍ରତ୍ୟାଖ୍ୟାନ … Continue reading “ସମ୍ପର୍କ”

ଅପ୍ରିୟ

ଆଜିର ଅପ୍ରିୟ ସତ କଥା ହେଲା ସତ କଥା କହିବନି, ନ ଦେଖିଲା ଓଉ ଛ ଫଡା କହିଲେ ତୁମେ ଅଟ ବଡ଼ ଜ୍ଞାନୀ। ଅଳପ ଜାଣିକି ବହୁ ବଖାଣିଲେ ତୁମେ ବଡ଼ ପ୍ରବାଚକ, ଖଣ୍ଡିଆ ଗୀତକୁ ରଙ୍କ ପଣ୍ଡିତ ସେ କଳିଯୁଗ ଧର୍ମ ବକ। ମାଗିଲେ କେଉଁଠି ଜ୍ଞାନ ମିଳେ ନାହିଁ ଜାଚି କରି ମିଳେ ତାହା, ବଡ଼ ବଡ଼ କରି ଫଳକ ଝୁଲେଇ ମଣ୍ଡପରେ ମିଳେ ଯାହା। ଆଜିକାଲି ଦାନ କିଏ ବା ଦେଉଛି … Continue reading “ଅପ୍ରିୟ”

ସମ୍ପର୍କ

ବିନା ସ୍ୱାର୍ଥରେ କି ସମ୍ପର୍କ କେଉଁଠି ଜଗତ ଭିତରେ କାହିଁ, କେଉଁଠାରେ କିଏ କା ଯୋଡ଼ିଛି କହ କାହା ସାଙ୍ଗେ ଯାଇ? ହସିବା କାନ୍ଦିବା ଆବେଗ ମନର କେହି ନୋହେଁ କାହା ପାଇଁ, ଲୋକଙ୍କ କଥାକୁ ଗୁରୁତ୍ୱ ଯେ ଦେଇ ଚଳେ ସେ କଥାକୁ ନେଇ। ଯେଉଁ ଲୋକମାନେ ଆଜି କହୁଥାନ୍ତି ତୁମେ ଭଲ ସବୁଠାରୁ, ସେଇ ଲୋକମାନେ କାଲିକି କହନ୍ତି ତୁମେ ଜଣେ ଗୋତ୍ର ମାରୁ। ଏ କଥା ଶୁଣିକି ଯେଉଁ ଲୋକ ଏହି ସମାଜରେ … Continue reading “ସମ୍ପର୍କ”

ଅନର୍ଥ

ଜୀବନର ସଂଜ୍ଞା ବୁଝିବା ମଣିଷ ଅନର୍ଥରେ ପଡେ ନାହିଁ, ଯେଉଁ ଚାରିଗୋଟି ମଣିଷକୁ ସଦା ବିଭୁ ବିମୁଖ କରଇ। ପ୍ରଥମଟି ତତ୍ତ୍ୱ ବିଭ୍ରମ ଅଟଇ (ସ୍ୱରୂପ ବିଭ୍ରମ ) ନିଜକୁ ଜାଣି ପାରେନା, ପରମ ବ୍ରହ୍ମଙ୍କ ଅଂଶ ସେ ଅଟଇ କରି ନ ପାରେ କଳ୍ପନା। ଆସିଛି କେଉଁଠୁ ମୁଳ ତା କେଉଁଠି ଯେହେତୁ ନ ପାରେ ଜାଣି, ସ୍ୱରୂପ ବିଭ୍ରମ ହୋଇଯାଏ ତାର ନିଜକୁ ନ ପାରେ ଚିହ୍ନି। ଏଣୁ ତାର ବଢ଼େ ଅସତ ତୃଷ୍ଣା … Continue reading “ଅନର୍ଥ”

ଚୋରାବାଲି

ପଦଥାପିଛି ମୁଁ ତୁମ ପ୍ରୀତିପୂର୍ଣ୍ଣା ମହୋଦଧି ଚୋରା ବାଲିରେ, ସଞ୍ଜ ନଇଁଗଲେ ତୁମେ ସିନା ଆସ ଲୁଚି ଲୁଚି ଖାଲି ରାତିରେ, ଖୋଜିବାକୁ ପାଦ ଚିହ୍ନ, କେତେ ଯେ ଜୁଆର ଭଟ୍ଟାରେ କେମିତି ରହିଥିବ ଚିହ୍ନ ବର୍ଣ୍ଣ? ରାତି ବିତିଯାଏ ପାଦ ଚିହ୍ନ ଖୋଜି ସପନେ ଖୋଜୁଛ ପ୍ରୀତି, ଝରା ଶେଫାଳୀଟା ଲାଜେ ଝରିଯାଏ ନ ପାହୁ ମିଳନ ରାତି, ମହକେ ସିନା ଭରୁଛି, ସେ ମହକ ତୁମ ଦେହବାସ୍ନା ଭାବି ପ୍ରେମକୁ ମୁଁ ସାଉଁଟୁଛି। ସ୍ମୃତିଭରା … Continue reading “ଚୋରାବାଲି”

ସ୍ମୃତି

ଏମିତି ଅନେକ ଚଳଣି ଦରବ ପରିବେଶ ହଜିଲାଣି, ପରମ୍ପରା ଉତ୍ସ ସଂସ୍କୃତିର କଥା ଆଉ କେବେ ଫେରିବନି। ଢ଼ିଙ୍କି ଢ଼ିଙ୍କିଶାଳ ଗାଈଙ୍କ ଗୁହାଳ ବଳଦଙ୍କ ପଟାଶାଳ, ଅଗଣା ଚଉରା ଘୋରଣା ପେଷଣା ଚୌପିଢ଼ି କୋଡ଼ି ଲଙ୍ଗଳ। ଶଗଡ଼ ଜୁଆଳି ମଇ ହାତକୋଡ଼ି କୋଦାଳ ଫାଉଡା ଜୋତ, ଡାଲା ବାଉଁଶିଆ କୁଲା ବୋଝ ବେତା ଡୋଲୀ ରୋଦର ସହିତ। ଗାଁ ଦାଣ୍ଡ ଧୂଳି ଗହୀର ପୋଖରୀ ଭାଗବତ ଟୁଙ୍ଗି ଘର, ମାଟି ପିଣ୍ଡା ଚାଳ ଖଳା ସାରୁ ବାଡ଼ି … Continue reading “ସ୍ମୃତି”

ବିଶ୍ୱାସ

ବିଶ୍ୱାସ ଭାଙ୍ଗିବା ନିଃଶ୍ୱାସ ଛାଡ଼ିବା ଦୁହେଁ ଏକାପରି ହୁଏ, ଏହାର କାରଣ ଅଯଥା ସନ୍ଦେହ ବେଖାତିର ହୋଇଥାଏ, ପରସ୍ପର ସ୍ନେହ ଥିଲେ, ଅନୁରାଗ ପ୍ରୀତି ଆପଣାରବୋଧ ନ ତୁଟଇ କେବେ ହେଲେ,। ଜଣକର ଯଦି ବିଶ୍ୱାସ କା ପରେ ରହିଅଛି ସଦାକାଳ, ତାର ଅବିଶ୍ବାସ ନିଜପାଇଁ ଦିନେ ହୋଇଥାଏ ମହା କାଳ, ଯଦି ଜଣକୁ ଫରକ, ପଡ଼େନାହିଁ ସେଠି ଅହମିକା ଧୋକା ଭାଙ୍ଗି ଦିଅଇ ସମ୍ପର୍କ। କିଛି କାରଣରୁ ଅବୁଝାମଣାର ଦ୍ୱାର ଯଦି ଖୋଲି ଥାଏ, ପରସ୍ପର … Continue reading “ବିଶ୍ୱାସ”

ଆଶକ୍ତି

ମଣିଷ ଜୀବନ ବୃକ୍ଷରେ ରହିଛି ରୋଗ ଶୋକ ଭୟ ଦୁଃଖ, ବନ୍ଧନ ବ୍ୟସନ ପରିତାପ ଫଳ ସଂସାରେ ଆଣେ ବିମୁଖ। ନିଜେ କରିଥିବା ଅପରାଧୁ ଜାତ ହୋଇଥାନ୍ତି ଏହିମାନ, ଏଣୁ ଯେଉଁଥରେ ସୁଖ ଜାତ ହୁଏ ଦୁଃଖ ତହିଁର ସନ୍ତାନ। ଇନ୍ଦ୍ରିୟ ବଶରେ ମାନବ ଭୁଞ୍ଜଇ କର୍ମ କରେ ଯେଉଁ ପରି, ପଶୁ ପକ୍ଷୀ କୀଟ ପତଙ୍ଗ ଜଗତେ ଇନ୍ଦ୍ରିୟ ବଳରେ ଚଳି। କ୍ଷଣିକ ଆନନ୍ଦ ବିପୁଳ ଦୁଃଖରେ ପକାଏ ବହ୍ନି ପତଙ୍ଗେ, ଇନ୍ଦ୍ରି ଆଶକ୍ତିରେ ଜୀବ … Continue reading “ଆଶକ୍ତି”

ଆପଣାର

ହୃଦୟରେ ଜାଗା ନ ଦେବା ପର୍ଯ୍ୟନ୍ତ ବନ୍ଧୁତା ସମ୍ପର୍କ କାହିଁ, ଯଦି ହୃଦୟରେ କାର ସ୍ଥାନ ନାହିଁ ମିଛ ଅଭିନୟ ସେହି, ପ୍ରତାରଣା ତାର ନାମ, ମାଙ୍କଡ଼ କୁମ୍ଭୀର ପଞ୍ଚତନ୍ତ୍ର ଗପ ସହିତ ଯାହା ସମାନ। ତେଲ କି ମହମ ବିନା ବଳିତାରେ ଆଲୋକ ନ ପାରେ ଦେଇ, ମଣିଷ ନିଜର ଆବଶ୍ୟକତାରେ ତିଆରି କରି ଅଛଇ, ଦୁହିଁଙ୍କର ତାହା କାମ, ସମ୍ପର୍କ ବନ୍ଧୁତା ମଣିଷ ପଣିଆ ହୃଦୟର ଯା ବନ୍ଧନ। ତୁଳନା ଉପମା ଉପମେୟ ଯାହା … Continue reading “ଆପଣାର”

ଧର୍ମଶାଳା

ଏଇ ସଂସାରଟା ଧର୍ମଶାଳା ପରି ଆମେ ଜଣେ ଜଣେ ଅତିଥି, ଆସିଅଛେ ଦିନେ ଯିବା ଚାଲି ଦିନେ ଅଧେ ଦିନ ପାଇଁ ସାରଥୀ, ଅଢେ଼ଇ ଦିନିଆ ଦୁନିଆଁ, ଯେ ଯାହା କରୁଛି ସେ ତାହା ଭୂଞ୍ଜୁଛି କାତର ହୋଇବା କିଆଁ ? ଧର୍ମଶାଳା ସବୁ ତୀର୍ଥ ଧାମେ ଅଛି ତୀର୍ଥ ଯାତ୍ରୀ ରହେ ତହିଁ, ହୋଟେଲ ପରିକା ଖର୍ଚ୍ଚ ନାହିଁ ତହିଁ ଅଳ୍ପକେ ଚାଲିଯାଇ, ସାଙ୍ଗରେ ଧର୍ମ ଚଟେଇ, ନେଇଥିବ ଯଦି ରହିଥିବା ଯାଏଁ ତହିଁରେ ପାରିବ … Continue reading “ଧର୍ମଶାଳା”